ସେଲ୍ଫି ନେବାକୁ ଆସିଥିଲେ ପ୍ରଶଂସକ, ଚାପୁଡ଼ା କଷିଲେ ନାନା ପାଟେକର; ଭାଇରାଲ ହେଉଛି ସୁଟିଂ ବେଳର ଏହି ଭିଡିଓ

ୟୁପିର ବାରାଣସୀରେ ଫିଲ୍ମ ଅଭିନେତା ନାନା ପାଟେକର ଜଣେ ପ୍ରଶଂସକଙ୍କୁ ଚାପୁଡ଼ା କଷିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଭିନେତାଙ୍କ ସୁଟିଂ ବେଳର ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ୟୁପିର ବାରାଣସୀରେ ଫିଲ୍ମ ଅଭିନେତା ନାନା ପାଟେକର ଜଣେ ପ୍ରଶଂସକଙ୍କୁ ଚାପୁଡ଼ା କଷିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଭିନେତାଙ୍କ ସୁଟିଂ ବେଳର ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ସୁଟିଂ ସମୟରେ ନାନା ଏତେ ରାଗିଯାଇଥିଲେ ଯେ ତାଙ୍କର ଜଣେ ପ୍ରଶଂସକଙ୍କୁ ସେ ଭିଡ଼ ଭିତରେ ହିଁ ଚାପୁଡ଼ା ମାରିଥିଲେ। ଅଭିନେତାଙ୍କ ଆଚରଣ ଦେଖି ନେଟିଜେନ୍‌ମାନେ ଦୁଃଖ ପ୍ରକାଶ କରୁଛନ୍ତି।

ଭାଇରାଲ ଭିଡିଓଟି ଏକ ସୁଟିଂ ସେଟ୍‌ର। ଏଥିରେ ଦେଖାଯାଉଛି, ନାନା ପାଟେକର ଏକ ସିନ୍‌ର ସୁଟିଂ ପାଇଁ ଛିଡ଼ା ହୋଇଛନ୍ତି। ଠିକ୍ ସେତିକିବେଳେ ଜଣେ ପ୍ରଶଂସକ ନାନାଙ୍କ ନିକଟକୁ ଆସି ସେଲ୍ଫି ନେବାକୁ ଚେଷ୍ଟା କରୁଛନ୍ତି। ଏହା ଦେଖି ନାନା ରାଗିଯାଇ ଚାପୁଡ଼ା ମାରୁଛନ୍ତି।

ନାନା ପାଟେକର ଉତ୍ତର ପ୍ରଦେଶର ବାରାଣସୀରେ ଫିଲ୍ମ ‘ଜର୍ଣ୍ଣି’ର ସୁଟିଂ କରୁଛନ୍ତି। ଫିଲ୍ମର ଏକ ସିନ୍‌ ପ୍ରସ୍ତୁତ ହେଉଥିବା ବେଳେ ନାନା ଜଣେ ପ୍ରଶଂସକଙ୍କୁ ଚାପୁଡ଼ା ପକାଇଥିଲେ। ପରେ ୟୁନିଟ୍‌ର ଜଣେ ସଦସ୍ୟ ଆସି ଯୁବକଙ୍କ ବେକ ଧରି ବାହାରକୁ ନେଇଯାଇଥିଲେ। ‘ଗଦର ୨’ ଫେମ୍‌ ଅନିଲ ଶର୍ମା ଫିଲ୍ମ ‘ଜର୍ଣ୍ଣି’ର ନିର୍ଦ୍ଦେଶନା ଦେଉଛନ୍ତି।