Below header

ପୁଣି ରାଜଧାନୀରେ ଆପାର୍ଟମେଣ୍ଟରୁ ଚୋରି, ୭୦ ଭରି ସୁନା ଓ ଲକ୍ଷାଧିକ ଟଙ୍କା ଲୁଟ୍

ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଥିଲେ ମଧ୍ୟ କିପରି ହେଉଛି ଚୋରି ? ତେବେ ଚୋରି ହୋଇଥିବା ଘର ମାଲିକ କହିଛନ୍ତି ସିକ୍ଯୁରିଟି ଏବଂ ଚାକରାଣୀ ଫୁଲେଶ୍ବରୀ ବସ୍ତିର । ଚୋରିରେ ତାଙ୍କ କୌଣସି ସମ୍ପୃକ୍ତି ରହିଛିକି ନାହିଁ ପୋଲିସ ତଦନ୍ତ ହେଲେ ଜଣାପଡ଼ିବ ।

କେନ୍ୟୁଜ୍(ବ୍ୟୁରୋ): ଅସୁରକ୍ଷିତ ଆପାର୍ଟମେଣ୍ଟ । ପୁଣି ରାଜଧାନୀରେ ଆପାର୍ଟମେଣ୍ଟରୁ ଚୋରି । ଘରେ ନଥିବା ବେଳେ ଭରତପୁର ସ୍ଥିତ ଶ୍ରୀକ୍ଷେତ୍ର ଅପାର୍ଟମେଣ୍ଟର ଦୁଇଟି ଘରୁ ଚୋରି। ରୁମ୍ ନଂ C2/203ରେ ରହୁଥିବା ରାଜେଶ ପାହାଡି ଓ ସଞ୍ଜିତା ପାହାଡିଙ୍କ ଘରୁ ୭୦ ଭରି ସୁନା ଓ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ବେଳେ ରୁମ୍ ନଂ C1/101ରେ ରହୁଥିବା ତ୍ରିଲୋଚନ ଦାସଙ୍କ ଘରୁ ୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଓ ଆସବାବପତ୍ର ଚୋରି ହୋଇଛି। ନଭେମ୍ବର ୬ ତାରିଖରେ ଘଟିଛି ଏହି ଚୋରି ଘଟଣା ।

୨୫ ମିନିଟରେ ୪ ଜଣ ଲୁଟେରା କଳାକନା ବୁଲାଇ ଦେଇଛନ୍ତି । ସିସିଟିଭିରେ କଏଦ ହୋଇଛି ଚୋରି ବେଳର ଦୃଶ୍ୟ । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଥିଲେ ମଧ୍ୟ କିପରି ହେଉଛି ଚୋରି ? ତେବେ ଚୋରି ହୋଇଥିବା ଘର ମାଲିକ କହିଛନ୍ତି ସିକ୍ଯୁରିଟି ଏବଂ ଚାକରାଣୀ ଫୁଲେଶ୍ବରୀ ବସ୍ତିର । ଚୋରିରେ ତାଙ୍କ କୌଣସି ସମ୍ପୃକ୍ତି ରହିଛିକି ନାହିଁ ପୋଲିସ ତଦନ୍ତ ହେଲେ ଜଣାପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.