ରାଜସ୍ଥାନ କରଣପୁର ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ, ପ୍ରାର୍ଥୀଙ୍କ ମୃତ୍ୟୁ ପରେ ୨୫ରେ ହେବନି ନିର୍ବାଚନ

ରାଜସ୍ଥାନ କରଣପୁର କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂ କୁନ୍ନରଙ୍କ ପରଲୋକ ହୋଇଛି । କୁନ୍ନର ଦୀର୍ଘଦିନରୁ ରୋଗରେ ପୀଡିତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ରହିଥିଲେ । ତାଙ୍କ ମୃତ୍ୟୁ ପରେ ଏହି ସିଟରେ ୨୫ ନଭେମ୍ବରରେ ହେବାକୁ ଥିବା ନିର୍ବାଚନ ଆଉ ହେବ ନାହିଁ ।

ରାଜସ୍ଥାନର କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂ କୁନ୍ନରଙ୍କ ପରଲୋକ ହୋଇଛି । କୁନ୍ନର ଦୀର୍ଘଦିନରୁ ରୋଗରେ ପୀଡିତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ରହିଥିଲେ । ତାଙ୍କ ମୃତ୍ୟୁ ପରେ ଏହି ସିଟରେ ୨୫ ନଭେମ୍ବରରେ ହେବାକୁ ଥିବା ନିର୍ବାଚନ ଆଉ ହେବ ନାହିଁ । ଗତ ୪ ତାରିଖରେ ସେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଗୁରମିତଙ୍କୁ ୭୫ ବର୍ଷ ହୋଇଥିବା ବେଳେ ଖରାପ ସ୍ୱାସ୍ଥ୍ୟ କାରଣରୁ ଗତ କିଛିଦିନ ହେଲା ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ନିର୍ବାଚନ ପ୍ରଚାର ସମୟରେ ଅଚାନକ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ୧୨ ତାରିଖରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ପାର୍ଟିର ବରିଷ୍ଠ ବିଧାୟକ କୁନ୍ନରଙ୍କ ପରଲୋକରେ ଅଶୋକ ଗେହଲଟ ଟ୍ଵିଟ୍‌ କରି ଶୋକ ବ୍ୟକ୍ତ କରିଛନ୍ତି । ଟ୍ଵିଟ୍‌ କରି ସେ ଲେଖିଛନ୍ତି, କରଣପୁରରୁ ବିଧାୟକ ଏବଂ ପୂର୍ବ ମନ୍ତ୍ରୀ ଗୁରମିତ ସିଂହ କୁନ୍ନରଙ୍କ ନିଧନରେ ମୁଁ ଗଭୀର ମର୍ମାହତ । କୁନ୍ନର ଦୀର୍ଘ ଦିନରୁ ଅସୁସ୍ଥ ହୋଇଥିଲେ । ନିଜ ନିର୍ବାଚନ ମଣ୍ଡଳୀରେ ବିକାଶ କାର୍ଯ୍ୟ ପାଇଁ ସବୁବେଳେ ପ୍ରୟାସ କରୁଥିଲେ । କୁନ୍ନରଙ୍କ ନିଧନ କଂଗ୍ରେସ ପାର୍ଟି ଏବଂ ରାଜସ୍ଥାନ ରାଜନୀତି ପାଇଁ ଅପୂରଣୀୟ କ୍ଷତି । ମୁଁ ଈଶ୍ୱରଙ୍କ ନିକଟରେ ଦିବଗଂତ ଆତ୍ମାର ଶାନ୍ତି ଏବଂ ପରିବାରକୁ ସାହସ ଦେବାକୁ କାମନା କରୁଛି ।


ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଚଳିତ ମାସରେ ବିଭିନ୍ନ ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ଏହା ପୂର୍ବରୁ ଗତ ୭ ତାରିଖରେ ମିଜୋରାମର ୪୦ଟି ଆସନ ଓ ଛତିଶଗଡ଼ର ୯୦ଟି ଆସନ ମଧ୍ୟରୁ ୨୦ଟି ଆସନ ପାଇଁ ମତଦାନ ସରିଛି । ଆସନ୍ତା ୨୫ ତାରିଖରେ ରାଜ୍ୟ ବିଧାନସଭାର ୨୦୦ଟି ଆସନ ନିମନ୍ତେ ମତଦାନ ଗ୍ରହଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.