Below header

ସ୍ୱାମୀଙ୍କ ଶୁଦ୍ଧିକ୍ରିୟା କରିବା ପାଇଁ ଅସମର୍ଥ ଏ ପରିବାର, ବିଧବା ପତ୍ନୀଙ୍କ ଉପରେ ସବୁ ଦାୟିତ୍ୱ

ସାଲେପୁର ବ୍ଲକ୍ ରାଇସୁଙ୍ଗୁଦା ଧୁଆ ସାହି ଗ୍ରାମର ଦିନ ମଜୁରିଆ ଦୀପକ ମିଶ୍ର । ମାତ୍ର ୪୨ବର୍ଷ ବୟସରେ ବିଦ୍ୟୁତ୍ ଆଘାତରେ ତାଙ୍କର ଗତ ସପ୍ତାହରେ ଅକାଳରେ ବିୟୋଗ ଘଟିଲା । ଘରେ ଦୃଷ୍ଟିହୀନ ବୃଦ୍ଧ ବାପା, ରୋଗିଣୀ ମା  ଓ ୧୩ ବର୍ଷର ଝିଅକୁ ନେଇ ଏବେ ଅସହାୟ ହୋଇ ପଡ଼ିଛନ୍ତି ସ୍ତ୍ରୀ ମଧୁସ୍ମିତା ।

ସାଲେପୁର (କେନ୍ୟୁଜ୍): ତୁମେ ଛାଡି ଚାଲିଗଲ । ମୁଁ କେମିତି ଚଳିବି । ସମସ୍ତଙ୍କୁ କେମିତି ଚଳାଇବି । ଏ କି ବିଚିତ୍ର ଲୀଳା । ସତରେ ଦଇବ ଯେତେବେଳେ ଦାଉ ସାଜେ ସେତେବେଳେ ସେହିଥିରେ ସମସ୍ତେ ପେଶି ହୋଇଯାଇଥାଆନ୍ତି । ଘରର  ରୋଜଗାରିଆ ପୁଅଟି ଯଦି ଅକାଳରେ ଚାଲିଯିବ ସେତେବେଳେ ସେ ଘର ପରିବାରର ଅବସ୍ଥା ଯେ କଣ ହେବ ତାହା ବଖାଣିବା କାଠିକର ପାଠ । ଯେଉଁଠି ପରିବାର ଶୁଦ୍ଧିକ୍ରିୟା କରିବା ପାଇଁ  ଅସମର୍ଥ ସେ ପରିସ୍ଥିତିରେ ପରିବାର ଲୋକଙ୍କର ଦିନ  କିଭଳି ଭାବେ ବିତୁଥିବ ଥରେ ଭାବିଲେ  ଦେଖି।

ସାଲେପୁର ବ୍ଲକ୍ ରାଇସୁଙ୍ଗୁଦା ଧୁଆ ସାହି ଗ୍ରାମର ଦିନ ମଜୁରିଆ ଦୀପକ ମିଶ୍ର । ମାତ୍ର ୪୨ବର୍ଷ ବୟସରେ ବିଦ୍ୟୁତ୍ ଆଘାତରେ ତାଙ୍କର ଗତ ସପ୍ତାହରେ ଅକାଳରେ ବିୟୋଗ ଘଟିଲା । ଘରେ ଦୃଷ୍ଟିହୀନ ବୃଦ୍ଧ ବାପା, ରୋଗିଣୀ ମା  ଓ ୧୩ ବର୍ଷର ଝିଅକୁ ନେଇ ଏବେ ଅସହାୟ ହୋଇ ପଡ଼ିଛନ୍ତି ସ୍ତ୍ରୀ ମଧୁସ୍ମିତା । ସ୍ୱାମୀଙ୍କ ଫଟୋକୁ ଧରି  ମ୍ରିୟମାଣ ହୋଇପଡୁଛନ୍ତି । ସ୍ୱାମୀଙ୍କୁ ପ୍ରଶ୍ନ କରୁଛନ୍ତି ଏଭଳି ତାଙ୍କୁ ଏକା କରିଦେଇ କୁଆଡେ ଚାଲିଗଲ ବୋଲି।  କାରଣ ସଂପୂର୍ଣ୍ଣ ପରିବାର ବୋଝ ଏବେ ମଧୁସ୍ମିତାଙ୍କ ଉପରେ ।  ଏମିତି କି ଶୁଦ୍ଧି କ୍ରିୟା ପାଇଁ ଏବେ ପୁରା ଅକ୍ଷମ ହୋଇ ପଡିଛନ୍ତି ସେ ।

ଯେଉଁଠି ଦିନ ମଜୁରୀ ଲାଗି ଦୀପକ ଘର ଚଳାଉଥିଲେ ସେ ସମୟରେ ହଠାତ ମଧୁସ୍ମିତାଙ୍କ ଉପରେ କଳା ବାଦଲ ଘୋଟି ଆସିଲା । ଦୀପକ ମଧୁସ୍ମିତାଙ୍କୁ ଛାଡି ଆରପାରିକୁ ଚାଲିଗଲେ । ଘର ଖଣ୍ଡେ ବ୍ୟତିତ ଜମିବାଡ଼ି ବୋଲି କିଛି ନାହିଁ । ଝିଅ ସଞ୍ଜିବନୀର ମଧ୍ୟ ପାଠପଢାରେ ଡୋରି ବନ୍ଧା ହେବ ଭଳି ସମୟ । ଯେଉଁଠି ଦୁଇ ଓଳି ଖାଇବା କଷ୍ଟ ସେଠି ଶୁଦ୍ଧି କେମତି କରିବେ ସେହି ଚିନ୍ତାରେ ଖାଲି ଭଗବାନଙ୍କୁ ଡାକି ଦିନ ବିତାଉଛନ୍ତି ପରିବାର ଲୋକେ । ଏଭଳି ପରିସ୍ଥିତିରେ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ଏମାନେ।

ଏଭଳି ଦୁଃଖଦ ସ୍ଥିିତିରେ ଏହି ଅସହାୟ ପରିବାରକୁ ସରକାରୀ ଓ ବେସରକାରୀ ସ୍ତରରେ  ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.