Categories: ମନୋରଂଜନ

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏମିତି ହେଲା ପାକିସ୍ତାନୀ ଅଭିନେତ୍ରୀଙ୍କ ଅବସ୍ଥା, ପ୍ରତି ଟ୍ବିଟରୁ ଉଛୁଳୁଛି ବେଦନା

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତି ମୋଦି ସରକାରଙ୍କର ଏକ ଐତିହାସିକ ନିଷ୍ପତି ଭାବେ ପରିଚୟ ସୃଷ୍ଟି କରିଥିବାବେଳେ ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ତର୍କ ବିତର୍କ । ରାଜ୍ୟର ମାନ୍ୟତା ହରାଇବା ପରେ ଜମ୍ମୁକଶ୍ମୀର ଦୁଇ ଭାଗରେ ବିଭକ୍ତ ହୋଇଛି । ଏବେ ଜମ୍ମୁକଶ୍ମୀର ଏବଂ ଲଦାଖ ଉଭୟ କେନ୍ଦ୍ର ଶାସିତ ପ୍ରଦେଶ ହୋଇଛନ୍ତି । ସରକାରଙ୍କର ଏହି ନିଷ୍ପତ୍ତିକୁ କିଛି ବିରୋଧ କରୁଥିବାବେଳେ କିଛି ସମର୍ଥନ ମଧ୍ୟ କରିଛନ୍ତି । ତେବେ ଏହି ପରିପେକ୍ଷୀରେ ବଲିଉଡ୍ ଏହି ନିଷ୍ପତ୍ତିକୁ ସ୍ବାଗତ କରୁଥିବାବେଳେ ପାକସ୍ତାନୀ ଆକ୍ଟ୍ରେସ୍ କିନ୍ତୁ ଏହାକୁ ବିରୋଧ କରିଛନ୍ତି ଏବଂ ନିଜର ପ୍ରତିକ୍ରିୟାକୁ ଟ୍ବିଟ୍ କରି ଜଣାଇଛନ୍ତି । ଯେଉଁଥିରୁ ଅନୁମାନ୍ ଲଗାଯାଇପାରିବ ସେମାନେ ଏହି ନିଷ୍ପତ୍ତିକୁ ନେଇ କେତେ  କିଭଳି ବିଚଳିତ ହେଉଛନ୍ତି ।

ଆସନ୍ତୁ ଜାଣିବା କଣ କହିଛନ୍ତି ଏହି ସବୁ ପାକିସ୍ତାନୀ ଅଭିନେତ୍ରୀମାନେ:

ବଲିଉଡ୍ ଫିଲ୍ମ ସନମ ତେରୀ କସମରେ ଲିଡ୍ ହିରୋଇନ୍ ଭାବେ ନଜର ଆସିଥିବା ଅଭିନେତ୍ରୀ ମାୱରା ହୋକେନ୍ ନିଜର ପ୍ରତିକ୍ରିୟା ଦେଇ ଲେଖିଛନ୍ତି କି UNHRC କେଉଁଠି ଅଛି? ଏହା ଅମାନବୀୟ ଅଟେ, କଣ ଆମେ ଏହି ଅନ୍ଧାରରେ ବଞ୍ଚିଛୁ । ଏହା ଅଗଣିତ ମନୁଷ୍ୟଙ୍କ ପାଇଁ ଅନ୍ୟାୟ ପ୍ରଦର୍ଶନ ହୋଇଛି ।


ଏହା ସହିତ ଅଭିନେତ୍ରୀ ହରିମ୍ ଫାରୁକ୍ ଲେଖିଛନ୍ତି- ଦୁନିଆ ଶାନ୍ତ କାହିଁକି ଅଛି? କଶ୍ମୀରରେ ହେଉଥିବା କ୍ରୁରତାକୁ ଅଣଦେଖା କାହିଁକି କରାଯାଉଛି । କଣ ଆମ ଭିତରେ ସବୁ ମାନବିକତା ହଜିଯାଇଛି । ଏହା ଆମର ସ୍ବର ଉତ୍ତୋଳନ କରିବାର ସଠିକ୍ ସମୟ ଅଟେ । ଏହି କ୍ରୁରତା ଏବଂ ଅନ୍ୟାୟକୁ ସମାପ୍ତ କରିବାର ସମୟ ଆସିଛି ।


ଅନ୍ୟପଟେ ସାହାରୁଖ୍ ଖାନଙ୍କ ସହିତ ଫିଲ୍ମ ରଇସ୍ ରେ କାମ କରିସାରିଥିବା ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍ ମଧ୍ୟ ଲେଖିଛନ୍ତି କି, ଯେଉଁ ବିଷୟରେ ଆମେ ଚର୍ଚ୍ଚା କରିବା ପାଇଁ ଚାହୁଁନାହୁଁ, ସେଥିରେ ଆମକୁ ବହୁତ ସହଜରେ ଚୁପ୍ କରିଦିଆଯାଇଛି । ଏହା ବାଲିରେ ଗାର ଟାଣିବା ପରି ହୋଇଛି । ମାଟି ଜଳୁଛି ଏବଂ ଆମେ ଏଠାରେ ଚୁପ୍ ହୋଇ ଆଖିରୁ ଲୁହ ଝରାଉଛୁ ।


ଏହାସହ ପଢନ୍ତୁ : ଭାରତୀୟ ସେନାଙ୍କ ଉପରେ କମେଣ୍ଟ କରି ଟ୍ରୋଲ ହେଲେ ବୀଣା…

ଶେଷରେ ଆଉ ଏକ ପାକିସ୍ତାନୀ ଅଭିନେତ୍ରୀ ବିନା ମଲ୍ଲିକ୍ ଲେଖିଛନ୍ତି କି, ଏହି ସମୟରେ ମତେ ପାକିସ୍ତାନୀ ଇଣ୍ଡଷ୍ଟ୍ରୀର ଗୋଟେ ଭାଗ ହୋଇଥିବାରୁ ମୁଁ ଗର୍ବିତ ଅନୁଭବ କରୁଛି । ଆମର ଅଭିନେତ୍ରୀମାନେ ଆଗକୁ ଆସନ୍ତୁ ଏବଂ ଏମିତି ଏକ ମୁଦ୍ଦା ବିରୋଧରେ ସ୍ବର ଉଠାନ୍ତୁ । ଯାହା ଏହି ସମୟରେ ଅତ୍ୟନ୍ତ ଚିନ୍ତାର ବିଷୟ ଅଟେ ।

Sonalisa

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

3 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

4 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

5 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

5 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

6 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

7 hours ago