ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏମିତି ହେଲା ପାକିସ୍ତାନୀ ଅଭିନେତ୍ରୀଙ୍କ ଅବସ୍ଥା, ପ୍ରତି ଟ୍ବିଟରୁ ଉଛୁଳୁଛି ବେଦନା
ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତି ମୋଦି ସରକାରଙ୍କର ଏକ ଐତିହାସିକ ନିଷ୍ପତି ଭାବେ ପରିଚୟ ସୃଷ୍ଟି କରିଥିବାବେଳେ ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ତର୍କ ବିତର୍କ । ରାଜ୍ୟର ମାନ୍ୟତା ହରାଇବା ପରେ ଜମ୍ମୁକଶ୍ମୀର ଦୁଇ ଭାଗରେ ବିଭକ୍ତ ହୋଇଛି । ଏବେ ଜମ୍ମୁକଶ୍ମୀର ଏବଂ ଲଦାଖ ଉଭୟ କେନ୍ଦ୍ର ଶାସିତ ପ୍ରଦେଶ ହୋଇଛନ୍ତି । ସରକାରଙ୍କର ଏହି ନିଷ୍ପତ୍ତିକୁ କିଛି ବିରୋଧ କରୁଥିବାବେଳେ କିଛି ସମର୍ଥନ ମଧ୍ୟ କରିଛନ୍ତି । ତେବେ ଏହି ପରିପେକ୍ଷୀରେ ବଲିଉଡ୍ ଏହି ନିଷ୍ପତ୍ତିକୁ ସ୍ବାଗତ କରୁଥିବାବେଳେ ପାକସ୍ତାନୀ ଆକ୍ଟ୍ରେସ୍ କିନ୍ତୁ ଏହାକୁ ବିରୋଧ କରିଛନ୍ତି ଏବଂ ନିଜର ପ୍ରତିକ୍ରିୟାକୁ ଟ୍ବିଟ୍ କରି ଜଣାଇଛନ୍ତି । ଯେଉଁଥିରୁ ଅନୁମାନ୍ ଲଗାଯାଇପାରିବ ସେମାନେ ଏହି ନିଷ୍ପତ୍ତିକୁ ନେଇ କେତେ କିଭଳି ବିଚଳିତ ହେଉଛନ୍ତି ।
ଆସନ୍ତୁ ଜାଣିବା କଣ କହିଛନ୍ତି ଏହି ସବୁ ପାକିସ୍ତାନୀ ଅଭିନେତ୍ରୀମାନେ:
ବଲିଉଡ୍ ଫିଲ୍ମ ସନମ ତେରୀ କସମରେ ଲିଡ୍ ହିରୋଇନ୍ ଭାବେ ନଜର ଆସିଥିବା ଅଭିନେତ୍ରୀ ମାୱରା ହୋକେନ୍ ନିଜର ପ୍ରତିକ୍ରିୟା ଦେଇ ଲେଖିଛନ୍ତି କି UNHRC କେଉଁଠି ଅଛି? ଏହା ଅମାନବୀୟ ଅଟେ, କଣ ଆମେ ଏହି ଅନ୍ଧାରରେ ବଞ୍ଚିଛୁ । ଏହା ଅଗଣିତ ମନୁଷ୍ୟଙ୍କ ପାଇଁ ଅନ୍ୟାୟ ପ୍ରଦର୍ଶନ ହୋଇଛି ।
Where is UNHRC?
It’s inhumane. #Kashmir
Do we live in such dark times ?Countless conventions to protect human lives? What about all the rights & rules we are taught in the books? Do they mean anything? #SaveLivesinKashmir #KashmirBleed @UN @UNICEF_Pakistan— MAWRA HOCANE (@MawraHocane) August 4, 2019
ଏହା ସହିତ ଅଭିନେତ୍ରୀ ହରିମ୍ ଫାରୁକ୍ ଲେଖିଛନ୍ତି- ଦୁନିଆ ଶାନ୍ତ କାହିଁକି ଅଛି? କଶ୍ମୀରରେ ହେଉଥିବା କ୍ରୁରତାକୁ ଅଣଦେଖା କାହିଁକି କରାଯାଉଛି । କଣ ଆମ ଭିତରେ ସବୁ ମାନବିକତା ହଜିଯାଇଛି । ଏହା ଆମର ସ୍ବର ଉତ୍ତୋଳନ କରିବାର ସଠିକ୍ ସମୟ ଅଟେ । ଏହି କ୍ରୁରତା ଏବଂ ଅନ୍ୟାୟକୁ ସମାପ୍ତ କରିବାର ସମୟ ଆସିଛି ।
Why is the world quite?!?! How come this brutality in kashmir is being ignored?!? Have we lost all humanity!!!?! Its time to raise our voices!! Its time to stand with kashmir! Its time to end this brutality and injustice!#KashmirBleeds #KashmirNeedsAttention
— Hareem Farooq (@FarooqHareem) August 4, 2019
ଅନ୍ୟପଟେ ସାହାରୁଖ୍ ଖାନଙ୍କ ସହିତ ଫିଲ୍ମ ରଇସ୍ ରେ କାମ କରିସାରିଥିବା ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍ ମଧ୍ୟ ଲେଖିଛନ୍ତି କି, ଯେଉଁ ବିଷୟରେ ଆମେ ଚର୍ଚ୍ଚା କରିବା ପାଇଁ ଚାହୁଁନାହୁଁ, ସେଥିରେ ଆମକୁ ବହୁତ ସହଜରେ ଚୁପ୍ କରିଦିଆଯାଇଛି । ଏହା ବାଲିରେ ଗାର ଟାଣିବା ପରି ହୋଇଛି । ମାଟି ଜଳୁଛି ଏବଂ ଆମେ ଏଠାରେ ଚୁପ୍ ହୋଇ ଆଖିରୁ ଲୁହ ଝରାଉଛୁ ।
Have we conveniently blocked what we don’t want to address? This is beyond lines drawn on sand, it’s about innocent lives being lost! Heaven is burning and we silently weep. #Istandwithkashmir #kashmirbleeds
— Mahira Khan (@TheMahiraKhan) August 5, 2019
ଏହାସହ ପଢନ୍ତୁ : ଭାରତୀୟ ସେନାଙ୍କ ଉପରେ କମେଣ୍ଟ କରି ଟ୍ରୋଲ ହେଲେ ବୀଣା…
ଶେଷରେ ଆଉ ଏକ ପାକିସ୍ତାନୀ ଅଭିନେତ୍ରୀ ବିନା ମଲ୍ଲିକ୍ ଲେଖିଛନ୍ତି କି, ଏହି ସମୟରେ ମତେ ପାକିସ୍ତାନୀ ଇଣ୍ଡଷ୍ଟ୍ରୀର ଗୋଟେ ଭାଗ ହୋଇଥିବାରୁ ମୁଁ ଗର୍ବିତ ଅନୁଭବ କରୁଛି । ଆମର ଅଭିନେତ୍ରୀମାନେ ଆଗକୁ ଆସନ୍ତୁ ଏବଂ ଏମିତି ଏକ ମୁଦ୍ଦା ବିରୋଧରେ ସ୍ବର ଉଠାନ୍ତୁ । ଯାହା ଏହି ସମୟରେ ଅତ୍ୟନ୍ତ ଚିନ୍ତାର ବିଷୟ ଅଟେ ।
There are times when I am proud of the Pakistani industry I belong to. The fraternity came forward & raised voices against an issue that is of utmost concern at the moment. What a commendable act. We are ONE! #StandWithKashmir https://t.co/ecpHfsiCKm
— VEENA MALIK (@iVeenaKhan) August 5, 2019