‘ବାହୁବଳୀ’ ଫେମ୍ ପ୍ରଭାସଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର। ପ୍ରଭାସଙ୍କ ଅପ୍କମିଙ୍ଗ ଫିଲ୍ମ ଟାଇଟଲ ଏବଂ ଫାଷ୍ଟ ଲୁକ୍ ପୋଷ୍ଟର ନଜର ଆସିଛି। ନିଜେ ପ୍ରଭାସ ଇନଷ୍ଟାଗ୍ରାମରେ ଏହା ସେୟାର କରିଛନ୍ତି। ଫିଲ୍ମର ଟାଇଟଲ୍ ‘ରାଧେ ଶ୍ୟାମ’ । ଏହି ଫିଲ୍ମରେ ପ୍ରଭାସ ପୂଜା ହେଗେଡଙ୍କ ସହିତ ନଜର ଆସିବେ। ଫିଲ୍ମଟି ବିଗ୍ ବଜେଟରେ ହୋଇଥିବାବେଳେ ହିନ୍ଦୀ ସମେତ ୪ ଭାଷାରେ ଆସନ୍ତା ବର୍ଷ ରିଲିଜ୍ ହେବ । ଫାଷ୍ଟ ଲୁକ୍ ପୋଷ୍ଟରରେ ପ୍ରଭାସ ଏବଂ ପୂଜାଙ୍କର ଜବରଦସ୍ତ କେମିଷ୍ଟ୍ରି ଦେଖିବାକୁ ମିଳୁଛି ।
ପ୍ରଭାସ ସୁଟ୍ ପିନ୍ଧିଥିବା ବେଳେ ପୂଜା ନାଲି ରଙ୍ଗର ଗାଉନ୍ରେ ଗ୍ଲାମରସ୍ ଲାଗୁଛନ୍ତି। ବ୍ୟାକ୍ଗ୍ରାଉଣ୍ଡରେ ବନ୍ୟାର ରହିଛି। ରିଲିଜ୍ ହେବାଠାରୁ ପୋଷ୍ଟରକୁ ବହୁ ସଂଖ୍ୟାରେ ଲାଇକ୍ ମିଳୁଛି । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରାଧା କୃଷ୍ଣ କୁମାର। ଦର୍ଶକେ ପ୍ରଥମ ଥର ପ୍ରଭାସ-ପୂଜାଙ୍କର ଅନସ୍କ୍ରିନ୍ ଯୋଡ଼ିକୁ ଦେଖିବାକୁ ପାଇବେ ।
ଏମାନଙ୍କ ସହିତ ପ୍ରିୟଦର୍ଶୀ, ଭାଗ୍ୟଶ୍ରୀଙ୍କୁ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଏହା ପୂର୍ବରୁ ରିଲିଜ୍ ହୋଇଥିବା ପ୍ରଭାସଙ୍କ ଫିଲ୍ମ ‘ସାହୋ’ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା ।
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…