ବାହୁବଳୀ ଷ୍ଟାର ପ୍ରଭାସଙ୍କ ରୋମାନ୍ସ ପାର୍ଟନର ସାଜିବେ ଏହି ଅଭିନେତ୍ରୀ, ରିଲିଜ ହେଲା ‘ରାଧେ ଶ୍ୟାମ’ର ଫାଷ୍ଟ ଲୁକ୍‌

‘ବାହୁବଳୀ’ ଫେମ୍ ପ୍ରଭାସଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର। ପ୍ରଭାସଙ୍କ ଅପ୍‌କମିଙ୍ଗ ଫିଲ୍ମ ଟାଇଟଲ ଏବଂ ଫାଷ୍ଟ ଲୁକ୍‌ ପୋଷ୍ଟର ନଜର ଆସିଛି। ନିଜେ ପ୍ରଭାସ ଇନଷ୍ଟାଗ୍ରାମରେ ଏହା ସେୟାର କରିଛନ୍ତି। ଫିଲ୍ମର ଟାଇଟଲ୍ ‘ରାଧେ ଶ୍ୟାମ’ । ଏହି ଫିଲ୍ମରେ ପ୍ରଭାସ ପୂଜା ହେଗେଡଙ୍କ ସହିତ ନଜର ଆସିବେ। ଫିଲ୍ମଟି ବିଗ୍ ବଜେଟରେ ହୋଇଥିବାବେଳେ ହିନ୍ଦୀ ସମେତ ୪ ଭାଷାରେ ଆସନ୍ତା ବର୍ଷ ରିଲିଜ୍ ହେବ । ଫାଷ୍ଟ ଲୁକ୍ ପୋଷ୍ଟରରେ ପ୍ରଭାସ ଏବଂ ପୂଜାଙ୍କର ଜବରଦସ୍ତ କେମିଷ୍ଟ୍ରି ଦେଖିବାକୁ ମିଳୁଛି ।

ପ୍ରଭାସ ସୁଟ୍ ପିନ୍ଧିଥିବା ବେଳେ ପୂଜା ନାଲି ରଙ୍ଗର ଗାଉନ୍ରେ ଗ୍ଲାମରସ୍ ଲାଗୁଛନ୍ତି। ବ୍ୟାକ୍ଗ୍ରାଉଣ୍ଡରେ ବନ୍ୟାର ରହିଛି। ରିଲିଜ୍ ହେବାଠାରୁ ପୋଷ୍ଟରକୁ ବହୁ ସଂଖ୍ୟାରେ ଲାଇକ୍ ମିଳୁଛି । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରାଧା କୃଷ୍ଣ କୁମାର। ଦର୍ଶକେ ପ୍ରଥମ ଥର ପ୍ରଭାସ-ପୂଜାଙ୍କର ଅନସ୍କ୍ରିନ୍ ଯୋଡ଼ିକୁ ଦେଖିବାକୁ ପାଇବେ ।

 

View this post on Instagram

 

#Prabhas20 . . @bhushankumar @tseriesfilms #KKRadhaKrishnaKumar @uvcreationsofficial #VamsiReddy #PramodUppalapati @praseedhauppalapati

A post shared by Prabhas (@actorprabhas) on

ଏମାନଙ୍କ ସହିତ ପ୍ରିୟଦର୍ଶୀ, ଭାଗ୍ୟଶ୍ରୀଙ୍କୁ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଏହା ପୂର୍ବରୁ ରିଲିଜ୍ ହୋଇଥିବା ପ୍ରଭାସଙ୍କ ଫିଲ୍ମ ‘ସାହୋ’ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.