ମନୋରଂଜନ

‘କୁକୁର ଯଦି ସେଲୁନ୍‌କୁ ଯିବ କେମିତି ବ୍ୟବହାର କରିବ?’, ଅନୁଷ୍କା ଶର୍ମା ସେୟାର କଲେ ମଜାଦାର ଭିଡିଓ

ଗର୍ଭାବସ୍ଥାର ଶେଷ ଦିନରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଅଧିକାଂଶ ସମୟ ନିଜ ଘରେ ହିଁ ବିତାଉଛନ୍ତି। ଏବେ ସେ ନିଜ ଡଗି ସହ ପ୍ରାୟ ସମୟ ବିତାଉଛନ୍ତି। ଏବେ ସେ ନିଜ ପୋଷା କୁକୁର ସହ ମଜା ନେଉଥିବା ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ କୁକୁରର ମୁହଁକୁ ଧରୁଛନ୍ତି। ଭିଡିଓରେ ଅନୁଷ୍କାଙ୍କ ମୁହଁ ଦିଶୁନାହିଁ କିନ୍ତୁ ହାତ ନଜର ଆସୁଛି। ଅନୁଷ୍କା ଡଗିର ମୁହଁକୁ ଧରୁଛନ୍ତି ଓ ତା’ପରେ ଆଙ୍ଗୁଠିରେ ଛୁଉଁଛନ୍ତି। ଏହି ଛୁଆଁ କୁକୁରକୁ ପସନ୍ଦ ଆସୁନାହିଁ। ଏଣୁ ସେ ରାଗୁଛି।

ଏହି ଭିଡିଓ ସେୟାର କରି ଅନୁଷ୍କା ଶର୍ମା କ୍ୟାପସନ୍‌ରେ ଲେଖିଛନ୍ତି, ‘ଯଦି କୁକୁରକୁ ମଣିଷଙ୍କ ସେଲୁନ୍‌କୁ ନିଆଯାଏ ତେବେ ସେ କେମିତି ବ୍ୟବହାର କରିବେ?’ ଏହି ଭିଡିଓକୁ ଅନୁଷ୍କା ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ସେୟାର କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ଅନୁଷ୍କା ଶର୍ମା ନିଜ ଡଗି ସହ ଏକ ଫଟୋ ସେୟାର କରିଥିଲେ। ଉକ୍ତ ଫଟୋର କ୍ୟାପସନ୍‌ରେ ସେ ନିଜକୁ ଓ ଡଗିକୁ ସିରିୟଲ ଚିଲର୍ସ ବୋଲି କହିଥିଲେ। ଚଳିତ ମାସରେ ମା’ ହେବାକୁ ଯାଉଥିବା ଅନୁଷ୍କା ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଗର୍ଭାବସ୍ଥାର ଅନୁଭବ ସେୟାର କରିଥାନ୍ତି। କେବଳ ଏତିକି ନୁହେଁ, ଏବେ ସେ କାମ ମଧ୍ୟ କରୁଛନ୍ତି।

WCW 11

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

51 mins ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

2 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

3 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

3 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

4 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

4 hours ago