‘କୁକୁର ଯଦି ସେଲୁନ୍କୁ ଯିବ କେମିତି ବ୍ୟବହାର କରିବ?’, ଅନୁଷ୍କା ଶର୍ମା ସେୟାର କଲେ ମଜାଦାର ଭିଡିଓ

ଗର୍ଭାବସ୍ଥାର ଶେଷ ଦିନରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଅଧିକାଂଶ ସମୟ ନିଜ ଘରେ ହିଁ ବିତାଉଛନ୍ତି। ଏବେ ସେ ନିଜ ଡଗି ସହ ପ୍ରାୟ ସମୟ ବିତାଉଛନ୍ତି। ଏବେ ସେ ନିଜ ପୋଷା କୁକୁର ସହ ମଜା ନେଉଥିବା ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ କୁକୁରର ମୁହଁକୁ ଧରୁଛନ୍ତି। ଭିଡିଓରେ ଅନୁଷ୍କାଙ୍କ ମୁହଁ ଦିଶୁନାହିଁ କିନ୍ତୁ ହାତ ନଜର ଆସୁଛି। ଅନୁଷ୍କା ଡଗିର ମୁହଁକୁ ଧରୁଛନ୍ତି ଓ ତା’ପରେ ଆଙ୍ଗୁଠିରେ ଛୁଉଁଛନ୍ତି। ଏହି ଛୁଆଁ କୁକୁରକୁ ପସନ୍ଦ ଆସୁନାହିଁ। ଏଣୁ ସେ ରାଗୁଛି।
View this post on Instagram
ଏହି ଭିଡିଓ ସେୟାର କରି ଅନୁଷ୍କା ଶର୍ମା କ୍ୟାପସନ୍ରେ ଲେଖିଛନ୍ତି, ‘ଯଦି କୁକୁରକୁ ମଣିଷଙ୍କ ସେଲୁନ୍କୁ ନିଆଯାଏ ତେବେ ସେ କେମିତି ବ୍ୟବହାର କରିବେ?’ ଏହି ଭିଡିଓକୁ ଅନୁଷ୍କା ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ସେୟାର କରିଛନ୍ତି।
ଏହା ପୂର୍ବରୁ ମଧ୍ୟ ଅନୁଷ୍କା ଶର୍ମା ନିଜ ଡଗି ସହ ଏକ ଫଟୋ ସେୟାର କରିଥିଲେ। ଉକ୍ତ ଫଟୋର କ୍ୟାପସନ୍ରେ ସେ ନିଜକୁ ଓ ଡଗିକୁ ସିରିୟଲ ଚିଲର୍ସ ବୋଲି କହିଥିଲେ। ଚଳିତ ମାସରେ ମା’ ହେବାକୁ ଯାଉଥିବା ଅନୁଷ୍କା ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଗର୍ଭାବସ୍ଥାର ଅନୁଭବ ସେୟାର କରିଥାନ୍ତି। କେବଳ ଏତିକି ନୁହେଁ, ଏବେ ସେ କାମ ମଧ୍ୟ କରୁଛନ୍ତି।