କଟକ ଏସସିବି ବଡ ମେଡିକାଲରେ ଅଗ୍ନିକାଣ୍ଡ ଘଟିଲେ କିପରି କରିବେ ସୁରକ୍ଷା,ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରଦର୍ଶିତ ହେଲା ଡେମୋ

କଟକ(କେନ୍ୟୁଜ୍):   ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଲେ କିପରି କରିବେ ସୁରକ୍ଷା। ଏନେଇ କଟକ ଏସସିବି ବଡ ମେଡିକାଲରେ ଆକସ୍ମିକ ଅଗ୍ନିକାଣ୍ଡକୁ ଆୟତ୍ତ କରିବାର ଡେମୋ ପ୍ରଦର୍ଶିତ ହୋଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ ସହ ନିଆଁ ଲିଭାଇବାର କୌଶଳ ନେଇ କର୍ମଶାଳା ଆୟୋଜିତ ହୋଇଛି।

scb

ସର୍ଜରି ବିଭାଗ ସହ ଅନ୍ୟ ୬ଟି ବିଭାଗର ଡାକ୍ତର, ନର୍ସ, ଅନ୍ୟ ଷ୍ଟାଫ୍‌, ସିକ୍ୟୁରିଟି ଆଦି ଏଥିରେ ସାମିଲ ହୋଇଥିଲେ। ଆଜି ଠାରୁ ଆରମ୍ଭ ହୋଇଥିବା କର୍ମଶାଳା ଆସନ୍ତା ୨୭ ତାରିଖ ଯାଏ ଏସସିବି ମେଡିକାଲର ବିଭିନ୍ନ ବିଭାଗରେ ଚାଲିବ। ଗ୍ୟାସ ନିଆଁ, ବିିଦ୍ୟୁତ ଦ୍ୱାରା ନିଆଁ ଆଦିକୁ କିପରି ଆୟତ୍ତ କରାଯିବ ସେନେଇ ସମସ୍ତ କର୍ମଚାରୀଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଟ୍ରେନିଂ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.