Categories: ମନୋରଂଜନ

କେରଳ ପାଇଁ ଭିଡ଼ିଓ ଯୋଗେ ସହାୟତା ମାଗୁଛନ୍ତି ଇଣ୍ଟରନେଟ୍ ସେନ୍ସେସନ୍

କେରଳରେ ବିଗତ ୧୨ ଦିନ ହେବ ପ୍ରକୃତିର ଭୟଙ୍କର ରୂପ ଦେଖିବାକୁ ମିଳିଛି। ଏନେଇ ପାଖାପାଖି ୭.୫ଲକ୍ଷ ଲୋକ ବାସହୀନ ହୋଇଥିବା ବେଳେ ୩୦୦ ଜଣଙ୍କର ମୃତ ଘଟିଛି। ଏଣୁ କେରଳ ବାସୀଙ୍କ ସାହାୟତା ପାଇଁ ହାତ ବଢ଼ାଇଛନ୍ତି ସଂପୂର୍ଣ୍ଣ ଦେଶବାସୀ। ତେବେ ଏନେଇ ସୋସିଆଲ ମିଡ଼ିଆରେ ସାହାଯ୍ୟ ମାଗିଛନ୍ତି ଇଣ୍ଟରନେଟ୍‌ ସେନସେସନ୍‌ ପାଲଟିଥିବା ଅଭିନେତ୍ରୀ ପ୍ରିୟା ବାରିୟର।

ଅଭିନେତ୍ରୀ ପ୍ରିୟା ଇନଷ୍ଟାଗ୍ରାମରେ ଭିଡ଼ିଓ ସେୟାର କରି କେରଳ ପାଇଁ ଦେଶବାସୀଙ୍କ ସାହାଯ୍ୟ ଲୋଡ଼ିଛନ୍ତି। ଏହି ଭିଡ଼ିଓର କ୍ୟାପସନରେ ପ୍ରିୟା ଳେଖିଛନ୍ତି, “ଏବେ କେରଳ ବହୁ ଅସୁବିଧାର ସମ୍ମୁଖିନ ହେଉଛି। ଆଗାମି ୨୨ ତାରିଖ ପଯ୍ୟାନ୍ତ ରହିବ। ଏଣୁ ଦେଶବାସୀ ଦୟାକରି କେରଳବାସୀଙ୍କର ସାହାଯ୍ୟ କରନ୍ତୁ। କାରଣ କେରଳ ଭିନ୍ନ ନୁହଁ ଆମ ଦେଶର ହିଁ ଗୋଟିଏ ଅଂଶ। ମୁଁ ନିଜକୁ ଧନ୍ୟ ମନେ କରୁଛି ଏପରି ମୂହୂର୍ତ୍ତରେ କେରଳର ସାହାରା ପାଲଟିଛି। ଆପଣମାନେ ମଧ୍ୟ ଯଥା ସମ୍ଭବ ସହାଯ୍ୟର ହାତ ବଢ଼ାନ୍ତୁ। ଏଥିସହ ପ୍ରିୟା କେରଳ ମୁଖ୍ୟମନ୍ତ୍ରୀ ଫଣ୍ଡରେ ଦାନ କରିବାକୁ କହିଛନ୍ତି”।

ପ୍ରିୟା ବାରିୟର ହେଉଛନ୍ତି ମଲାୟଲମ ଫିଲ୍ମର ସେହି ଅଭିନେତ୍ରୀ ଯିଏ ରାତିକ ମଧ୍ୟରେ ଆଖିମାରି ଦେଶରେ ଇଣ୍ଟରନେଟ ସେନସେସନ ପାଲଟିଥିଲେ। ଖାଲି ତାହା ନୁହଁ ଏବେ ମଧ୍ୟ ତାଙ୍କର ଗୋଟିଏ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁ ସଂଖ୍ୟାକ ଭାଇରାଲ ହୋଇଥାଏ।

KNews Bureau

Recent Posts

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

2 mins ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

19 mins ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

23 mins ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

56 mins ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

2 hours ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

2 hours ago