କେରଳ ପାଇଁ ଭିଡ଼ିଓ ଯୋଗେ ସହାୟତା ମାଗୁଛନ୍ତି ଇଣ୍ଟରନେଟ୍ ସେନ୍ସେସନ୍

କେରଳରେ ବିଗତ ୧୨ ଦିନ ହେବ ପ୍ରକୃତିର ଭୟଙ୍କର ରୂପ ଦେଖିବାକୁ ମିଳିଛି। ଏନେଇ ପାଖାପାଖି ୭.୫ଲକ୍ଷ ଲୋକ ବାସହୀନ ହୋଇଥିବା ବେଳେ ୩୦୦ ଜଣଙ୍କର ମୃତ ଘଟିଛି। ଏଣୁ କେରଳ ବାସୀଙ୍କ ସାହାୟତା ପାଇଁ ହାତ ବଢ଼ାଇଛନ୍ତି ସଂପୂର୍ଣ୍ଣ ଦେଶବାସୀ। ତେବେ ଏନେଇ ସୋସିଆଲ ମିଡ଼ିଆରେ ସାହାଯ୍ୟ ମାଗିଛନ୍ତି ଇଣ୍ଟରନେଟ୍ ସେନସେସନ୍ ପାଲଟିଥିବା ଅଭିନେତ୍ରୀ ପ୍ରିୟା ବାରିୟର।
ଅଭିନେତ୍ରୀ ପ୍ରିୟା ଇନଷ୍ଟାଗ୍ରାମରେ ଭିଡ଼ିଓ ସେୟାର କରି କେରଳ ପାଇଁ ଦେଶବାସୀଙ୍କ ସାହାଯ୍ୟ ଲୋଡ଼ିଛନ୍ତି। ଏହି ଭିଡ଼ିଓର କ୍ୟାପସନରେ ପ୍ରିୟା ଳେଖିଛନ୍ତି, “ଏବେ କେରଳ ବହୁ ଅସୁବିଧାର ସମ୍ମୁଖିନ ହେଉଛି। ଆଗାମି ୨୨ ତାରିଖ ପଯ୍ୟାନ୍ତ ରହିବ। ଏଣୁ ଦେଶବାସୀ ଦୟାକରି କେରଳବାସୀଙ୍କର ସାହାଯ୍ୟ କରନ୍ତୁ। କାରଣ କେରଳ ଭିନ୍ନ ନୁହଁ ଆମ ଦେଶର ହିଁ ଗୋଟିଏ ଅଂଶ। ମୁଁ ନିଜକୁ ଧନ୍ୟ ମନେ କରୁଛି ଏପରି ମୂହୂର୍ତ୍ତରେ କେରଳର ସାହାରା ପାଲଟିଛି। ଆପଣମାନେ ମଧ୍ୟ ଯଥା ସମ୍ଭବ ସହାଯ୍ୟର ହାତ ବଢ଼ାନ୍ତୁ। ଏଥିସହ ପ୍ରିୟା କେରଳ ମୁଖ୍ୟମନ୍ତ୍ରୀ ଫଣ୍ଡରେ ଦାନ କରିବାକୁ କହିଛନ୍ତି”।
ପ୍ରିୟା ବାରିୟର ହେଉଛନ୍ତି ମଲାୟଲମ ଫିଲ୍ମର ସେହି ଅଭିନେତ୍ରୀ ଯିଏ ରାତିକ ମଧ୍ୟରେ ଆଖିମାରି ଦେଶରେ ଇଣ୍ଟରନେଟ ସେନସେସନ ପାଲଟିଥିଲେ। ଖାଲି ତାହା ନୁହଁ ଏବେ ମଧ୍ୟ ତାଙ୍କର ଗୋଟିଏ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁ ସଂଖ୍ୟାକ ଭାଇରାଲ ହୋଇଥାଏ।