ଜାଣନ୍ତୁ ମୃତ୍ୟୁ ପରେ ଗଙ୍ଗାରେ କହିଁକି ବିସର୍ଜନ କରାଯାଏ ଅସ୍ଥି ?

ହିନ୍ଦୁ ଧର୍ମଶାସ୍ତ୍ରରେ ସଂସ୍କାରର ଅନେକ ପ୍ରକାର ମହତ୍ବ ରହିଛି । ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ୟ୍ୟନ୍ତ ଭିନ୍ନ ଭିନ୍ନ ପ୍ରକାରର ସଂସ୍କାର କରାଯାଇଥାଏ । ସମସ୍ତ ସଂସ୍କାରକୁ ପୂର୍ଣ୍ଣ କରିବାରେ ଗୋଟେ ଜୀବନ ଚକ୍ର ପୂରା ହୋଇଥାଏ । ଏହି ମାନଙ୍କ ମଧ୍ୟରୁ କିଛି ସଂସ୍କାର ବୈଜ୍ଞ୍ୟାନିକ ଏବଂ ଧାର୍ମିକ ଆଧାରରେ ରହିଛି । ମୃତ୍ୟୁ ପରେ ମୃତ ଦେହକୁ ଜଳାଇ ଅନ୍ତିମ ସଂସ୍କାର କରିବା ମଧ୍ୟ ହିନ୍ଦୁ ଶାସ୍ତ୍ରରେ ଜରୁରି ବୋଲି ମନାଯାଏ । ଆଉ ଏହା ପରେ ମୃତଙ୍କ ଶରୀରର ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରିବାକୁ ଅତି ଉତ୍ତମ ବୋଲି ମନାଯାଏ ।

ganga

ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରିବା ଦ୍ବାରା ହୋଇଥାଏ ସ୍ବର୍ଗପ୍ରପ୍ତି 

ଆହୁରି ପଢନ୍ତୁ : ଚିହ୍ନନ୍ତୁ ଏବଂ ଜାଣନ୍ତୁ ମୃତ୍ୟୁ ବୃକ୍ଷର ରହସ୍ୟକୁ

ଶରୀରର ୫ତତ୍ବ :

ଶାସ୍ତ୍ରର ଅନୁସାରେ ମଣିଷର ଶରୀର ୫ଟି ତତ୍ବ ସହିତ ମିଶି ତିଆରି ହୋଇଥାଏ । ମୃତ ଦେହକୁ ଜଳାଇବା ଦ୍ବାରା ଶରୀରର ୫ ତତ୍ବ ନିଜର ମୂଲ୍ୟ ରୂପକୁ ପୁଣିଥରେ ଫେରିଯାଇଥାନ୍ତି । ଏହି କାରଣରୁ ବଚିଂଥିବା ତତ୍ବକୁ ଜଳ ନିମନ୍ତେ ଆମେ ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରିଥାଉ । କୁହାଯାଏକି, ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରିବା ଦ୍ବାରା ମୃତ ବ୍ୟକ୍ତିଙ୍କୁ ସ୍ବର୍ଗପ୍ରାପ୍ତି ହୋଇଥାଏ ।

gangaprapta

ପ୍ରାଣଦାୟିନୀ ହେଉଛନ୍ତି ଗଙ୍ଗା

ସ୍ବର୍ଗରେ ହୋଇଥାଏ ପୂଜା :

ହିନ୍ଦୁଧର୍ମ ଶାସ୍ତ୍ର ଅନୁସାରେ ଯେଉଁ ଜୀବଙ୍କର ଅସ୍ଥି ଯେତେ ସମୟ ପର୍ୟ୍ୟନ୍ତ ଗଙ୍ଗାରେ ରହିଥାଏ ସେହି ଜୀବକୁ ସେତିକି ସମୟ ଯାଏ ସ୍ବର୍ଗରେ ପୂଜା କରାଯାଇଥାଏ । ଶାସ୍ତ୍ରରେ ଗଙ୍ଗାକୁ ପ୍ରାଣଦାୟିନୀ ବୋଲି ମଧ୍ୟ କୁହାଯାଇଛି । ତେଣୁ ଗଙ୍ଗାକୁ ଶେଷ୍ଟ ତିର୍ଥ ବୋଲି କୁହାଯାଇଛି । ଗଙ୍ଗାକୁ ସବୁ ନଦୀମାନଙ୍କ ମଧ୍ୟରେ ଶ୍ରେଷ୍ଟ ବୋଲି କୁହାଯାଏ ।

asti

ଅସ୍ଥିକୁ ଫୁଲବି କୁହାଯାଏ

ସମସ୍ତ ଶୁଭ ଲୋକଙ୍କୁ ଆନ୍ଦର ପ୍ରାପ୍ତି :

ହିନ୍ଦୁଧର୍ମ ଶାସ୍ତ୍ର ଅନୁସାରେ ମୃତ ବ୍ୟକ୍ତିଙ୍କର ଅସ୍ଥିକୁ ଫୁଲ ମଧ୍ୟ କୁହାଯାଏ । ଫୁଲ ହେଉଛି ଆଦରର ଭାବ । ଯେମିତି ଜନ୍ମ ହେଲ ଛୁଆମାନଙ୍କୁ ଫଳ ଭାବେ ଗ୍ରହଣ କରାଯାଏ ସେହି ପରି ମୃତ ବ୍ୟକ୍ତିଙ୍କର ଅସ୍ଥିକୁ ଫୁଲ ବୋଲି ମନାଯାଏ । ତେଣୁ ଯେଉଁ ପର୍ୟ୍ୟନ୍ତୁ ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରାଯାଇ ନଥାଏ ସେ ଯାଏ ଆତ୍ମାକୁ ଶାନ୍ତି ମିଳି ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.