Below header

ଧଳସାମନ୍ତ ବ୍ରଦର୍ସଙ୍କୁ ଝଟକା : ସୁଶାନ୍ତ ଧଳସାମନ୍ତକୁ ୫ ବର୍ଷ ଜେଲ୍‌, ୨୫ ହଜାର ଟଙ୍କା ଜରିମାନା 

କଟକ (କେନ୍ୟୁଜ୍) : ଧଳସାମନ୍ତ ବ୍ରଦର୍ସଙ୍କୁ ଝଟକା । ସୁଶାନ୍ତ ଧଳସାମନ୍ତକୁ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଦୁଇଟି ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି କଟକ ସିଜେଏମ୍ କୋର୍ଟ । ବିଡାନାସୀ ଥାନାରେ ଥିବା ଦୁଇଟି ମାମଲାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି । ୧୯୯୯ ମସିହାରେ ଗୁଳିମାଡ଼ ହୋଇଥିଲା । ଗୁଳିମାଡ଼ କରିବା ଓ ମାରଣାସ୍ତ୍ର ରଖିବା ନେଇ ଦୁଇଟି ମାମଲା ରୁଜୁ ହୋଇଥିଲା । ଗୁଳିକାଣ୍ଡ ମାମଲରେ କୋର୍ଟ ୫ ବର୍ଷ ଜେଲ୍ ସହ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି । ସେହିପରି ମାରଣାସ୍ତ୍ର ରଖିବା ନେଇ ତିନି ବର୍ଷ ଜେଲ୍ ଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.