ମନୋରଂଜନ

ପୁଷ୍ପା ରାଜ୍‌ଙ୍କ ୪୨ ତମ ଜନ୍ମଦିନରେ ସାମ୍ନାକୁ ଆସିଲା ଫିଲ୍ମ ‘ପୁଷ୍ପା ୨’ର ଟିଜର, ଦେଖିବାକୁ ମିଳିଲା ଅଲ୍ଲୁ ଅର୍ଜୁନ୍‌ଙ୍କ ଭିନ୍ନ ଲୁକ୍‌

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍‌ ଆଜି ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ଅଲ୍ଲୁ ଅର୍ଜୁନ୍‌ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ପୁଷ୍ପା ୨’ର ଟିଜର ରିଲିଜ୍‌ ହୋଇଛି । ଫିଲ୍ମ ‘ପୁଷ୍ପା ୨ ଦି ରୁଲ୍‌’ର ଟିଜର ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ତେବେ ଫିଲ୍ମ ‘ପୁଷ୍ପା ୨’ର ଟିଜର ମଧ୍ୟ ଲୋକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ପାଉଛି । ପୁଷ୍ପା ରାଜ୍‌ ଏବଂ ଶ୍ରୀବଲ୍ଲି ପୁଣି ଥରେ ସେମାନଙ୍କର ଦମ୍‌ଦାର ଅଭିନୟରେ ଦର୍ଶକଙ୍କ ମନ ଜିତିଛନ୍ତି । ଫିଲ୍ମ ‘ପୁଷ୍ପା ୨’ର ଟିଜର ଆସିବା ମାତ୍ରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଯାହାକୁ ପ୍ରଶଂସକମାନେ ବହୁତ ଦିନରୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ତେବେ ଏହି ଟିଜର ଦେଖିବା ପରେ ଦର୍ଶକ ଫିଲ୍ମକୁ ଦେଖିବାକୁ ଆହୁରି ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଲୋକମାନେ ପାନ ଇଣ୍ଡିଆ ଷ୍ଟାର ଅଲ୍ଲୁ ଅର୍ଜୁନ୍‌ ଏବଂ ନେସ୍‌ନାଲ କ୍ରସ୍ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ପୁଷ୍ପା ୨’କୁ ପସନ୍ଦ କରୁଛନ୍ତି । ଫିଲ୍ମ ‘ପୁଷ୍ପା ୨ ଦି ରୁଲ’ର ଟିଜର ରିଲିଜ୍ ହେବାର କିଛି ମିନିଟ୍ ମଧ୍ୟରେ ୟୁଟ୍ୟୁବରେ ମିଲିୟନ୍ ଭ୍ୟୁ ହୋଇଛି । ଆପଣ ମଧ୍ୟ ଟିଜର ଦେଖିବା ପରେ ଆପଣଙ୍କ ରୁମ ଟାଙ୍କୁରି ଉଠିଥିବ । ତେବେ ଫିଲ୍ମ ‘ପୁଷ୍ପା’ ପରେ ବର୍ତ୍ତମାନ ‘ପୁଷ୍ପା ୨’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ ରହିଛି । ଫିଲ୍ମ ‘ପୁଷ୍ପା ୨’ର ଟିଜର ଦେଖିବା ପରେ ଲୋକମାନଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଛି । ତେବେ ଏହାର ଗୀତ, ଭିଜୁଆଲ୍ ଇଫେକ୍ଟ ଏବଂ ଟିଜରର ପ୍ରତ୍ୟେକ ସିନ୍‌ କିଛି ନୂଆ ଦେଖାଇଛି ।

ଅଲ୍ଲୁ ଅର୍ଜୁନ୍‌ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ପୁଷ୍ପା ୨’ର ଟିଜର ଏବେ ରିଲିଜ ହୋଇଛି । ଜବରଦସ୍ତ କାମ ସହିତ ପୁଷ୍ପ ରାଜ ଏବଂ ଶ୍ରୀବଲ୍ଲିଙ୍କ ଦମ୍‌ଦାର ଚେହେରା ମଧ୍ୟ ଏହି ଟିଜରରେ ଦେଖିବାକୁ ମିଳିଥିଲା । ପୁଷ୍ପା ରାଜଙ୍କ ଲୁକରେ ଅଲ୍ଲୁ ଅର୍ଜୁନ୍‌ଙ୍କୁ ‘ପୁଷ୍ପା ୨ ଦି ରୁଲ’ରେ ଭିଲେନଙ୍କ ସହ ଲଢୁଥିବା ଦେଖିପାରିବେ । ଏହି ସମୟରେ ପୁଷ୍ପାଙ୍କ ସମ୍ପୂର୍ଣ୍ଣ ଭିନ୍ନ ଷ୍ଟାଇଲରେ ଦେଖିବାକୁ ମିଳିଛନ୍ତି । ଯେଉଁଠାରେ ‘ପୁଷ୍ପା: ଦି ରାଇଜ୍’ ର ଷ୍ଟୋରି ଶେଷ ହୋଇଥିଲା । ଏବେ ସେହିଠାରୁ ଏହାର ପରବର୍ତ୍ତୀ ଷ୍ଟୋରି ସହିତ ଅଲ୍ଲୁ ଅର୍ଜୁନ୍‌ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିବାକୁ ଯାଉଛିନ୍ତି ।

ତେବେ ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଅଲ୍ଲୁ ଅର୍ଜୁନ୍‌ଙ୍କ ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଛି । ବର୍ତ୍ତମାନ ‘ପୁଷ୍ପା: ଦି ରୁଲ୍‌’ ଅଗଷ୍ଟ ୧୫ ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହେଉଛି । ଫିଲ୍ମ ‘ପୁଷ୍ପା ୨’ ବିଷୟରେ କହିବାକୁ ଗଲେ ସୁକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ପୁଷ୍ପା: ଦି ରୁଲ୍‌’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସିକ୍ୱେଲ ମଧ୍ୟରୁ ଅନ୍ୟତମ । ଏଥିରେ ଅଲ୍ଲୁ ଅର୍ଜୁନ୍‌ଙ୍କ ସହ ରଶ୍ମିକା ମନ୍ଦାନା, ଫାହାଦ୍ ଫସିଲ, ଜଗପତି ବାବୁଙ୍କ ସହ ଅନେକ ଷ୍ଟାର ମୁଖ୍ୟ ଭୂମିକାରେ ନଜର ଆସିବେ । ଏବେ ଏହି ଟିଜର ଦେଖିବା ପରେ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଉତ୍ସାହ ଆହୁରି ବଢିଯାଇଛି ।

D Sonali

Recent Posts

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

4 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

13 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

37 mins ago

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

58 mins ago

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

1 hour ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

9 hours ago