ପୁଷ୍ପା ରାଜ୍ଙ୍କ ୪୨ ତମ ଜନ୍ମଦିନରେ ସାମ୍ନାକୁ ଆସିଲା ଫିଲ୍ମ ‘ପୁଷ୍ପା ୨’ର ଟିଜର, ଦେଖିବାକୁ ମିଳିଲା ଅଲ୍ଲୁ ଅର୍ଜୁନ୍ଙ୍କ ଭିନ୍ନ ଲୁକ୍
ଅଲ୍ଲୁ ଅର୍ଜୁନ୍ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ 'ପୁଷ୍ପା ୨'ର ଟିଜର ରିଲିଜ୍ ହୋଇଛି । ଫିଲ୍ମ 'ପୁଷ୍ପା ୨ ଦି ରୁଲ୍'ର ଟିଜର ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତେବେ ଫିଲ୍ମ 'ପୁଷ୍ପା ୨'ର ଟିଜର ମଧ୍ୟ ଲୋକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ପାଉଛି । ପୁଷ୍ପା ରାଜ୍ ଏବଂ ଶ୍ରୀବଲ୍ଲି ପୁଣି ଥରେ ସେମାନଙ୍କର ଦମ୍ଦାର ଅଭିନୟରେ ଦର୍ଶକଙ୍କ ମନ ଜିତିଛନ୍ତି । ଫିଲ୍ମ 'ପୁଷ୍ପା ୨'ର ଟିଜର ଆସିବା ମାତ୍ରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ ଆଜି ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ଅଲ୍ଲୁ ଅର୍ଜୁନ୍ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ପୁଷ୍ପା ୨’ର ଟିଜର ରିଲିଜ୍ ହୋଇଛି । ଫିଲ୍ମ ‘ପୁଷ୍ପା ୨ ଦି ରୁଲ୍’ର ଟିଜର ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତେବେ ଫିଲ୍ମ ‘ପୁଷ୍ପା ୨’ର ଟିଜର ମଧ୍ୟ ଲୋକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ପାଉଛି । ପୁଷ୍ପା ରାଜ୍ ଏବଂ ଶ୍ରୀବଲ୍ଲି ପୁଣି ଥରେ ସେମାନଙ୍କର ଦମ୍ଦାର ଅଭିନୟରେ ଦର୍ଶକଙ୍କ ମନ ଜିତିଛନ୍ତି । ଫିଲ୍ମ ‘ପୁଷ୍ପା ୨’ର ଟିଜର ଆସିବା ମାତ୍ରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଯାହାକୁ ପ୍ରଶଂସକମାନେ ବହୁତ ଦିନରୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ତେବେ ଏହି ଟିଜର ଦେଖିବା ପରେ ଦର୍ଶକ ଫିଲ୍ମକୁ ଦେଖିବାକୁ ଆହୁରି ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ଲୋକମାନେ ପାନ ଇଣ୍ଡିଆ ଷ୍ଟାର ଅଲ୍ଲୁ ଅର୍ଜୁନ୍ ଏବଂ ନେସ୍ନାଲ କ୍ରସ୍ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ପୁଷ୍ପା ୨’କୁ ପସନ୍ଦ କରୁଛନ୍ତି । ଫିଲ୍ମ ‘ପୁଷ୍ପା ୨ ଦି ରୁଲ’ର ଟିଜର ରିଲିଜ୍ ହେବାର କିଛି ମିନିଟ୍ ମଧ୍ୟରେ ୟୁଟ୍ୟୁବରେ ମିଲିୟନ୍ ଭ୍ୟୁ ହୋଇଛି । ଆପଣ ମଧ୍ୟ ଟିଜର ଦେଖିବା ପରେ ଆପଣଙ୍କ ରୁମ ଟାଙ୍କୁରି ଉଠିଥିବ । ତେବେ ଫିଲ୍ମ ‘ପୁଷ୍ପା’ ପରେ ବର୍ତ୍ତମାନ ‘ପୁଷ୍ପା ୨’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ ରହିଛି । ଫିଲ୍ମ ‘ପୁଷ୍ପା ୨’ର ଟିଜର ଦେଖିବା ପରେ ଲୋକମାନଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଛି । ତେବେ ଏହାର ଗୀତ, ଭିଜୁଆଲ୍ ଇଫେକ୍ଟ ଏବଂ ଟିଜରର ପ୍ରତ୍ୟେକ ସିନ୍ କିଛି ନୂଆ ଦେଖାଇଛି ।
ଅଲ୍ଲୁ ଅର୍ଜୁନ୍ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ପୁଷ୍ପା ୨’ର ଟିଜର ଏବେ ରିଲିଜ ହୋଇଛି । ଜବରଦସ୍ତ କାମ ସହିତ ପୁଷ୍ପ ରାଜ ଏବଂ ଶ୍ରୀବଲ୍ଲିଙ୍କ ଦମ୍ଦାର ଚେହେରା ମଧ୍ୟ ଏହି ଟିଜରରେ ଦେଖିବାକୁ ମିଳିଥିଲା । ପୁଷ୍ପା ରାଜଙ୍କ ଲୁକରେ ଅଲ୍ଲୁ ଅର୍ଜୁନ୍ଙ୍କୁ ‘ପୁଷ୍ପା ୨ ଦି ରୁଲ’ରେ ଭିଲେନଙ୍କ ସହ ଲଢୁଥିବା ଦେଖିପାରିବେ । ଏହି ସମୟରେ ପୁଷ୍ପାଙ୍କ ସମ୍ପୂର୍ଣ୍ଣ ଭିନ୍ନ ଷ୍ଟାଇଲରେ ଦେଖିବାକୁ ମିଳିଛନ୍ତି । ଯେଉଁଠାରେ ‘ପୁଷ୍ପା: ଦି ରାଇଜ୍’ ର ଷ୍ଟୋରି ଶେଷ ହୋଇଥିଲା । ଏବେ ସେହିଠାରୁ ଏହାର ପରବର୍ତ୍ତୀ ଷ୍ଟୋରି ସହିତ ଅଲ୍ଲୁ ଅର୍ଜୁନ୍ ବକ୍ସ ଅଫିସ୍ରେ ହଇଚଇ ସୃଷ୍ଟି କରିବାକୁ ଯାଉଛିନ୍ତି ।
ତେବେ ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଅଲ୍ଲୁ ଅର୍ଜୁନ୍ଙ୍କ ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଛି । ବର୍ତ୍ତମାନ ‘ପୁଷ୍ପା: ଦି ରୁଲ୍’ ଅଗଷ୍ଟ ୧୫ ରେ ସିନେମା ହଲ୍ରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହେଉଛି । ଫିଲ୍ମ ‘ପୁଷ୍ପା ୨’ ବିଷୟରେ କହିବାକୁ ଗଲେ ସୁକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ପୁଷ୍ପା: ଦି ରୁଲ୍’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସିକ୍ୱେଲ ମଧ୍ୟରୁ ଅନ୍ୟତମ । ଏଥିରେ ଅଲ୍ଲୁ ଅର୍ଜୁନ୍ଙ୍କ ସହ ରଶ୍ମିକା ମନ୍ଦାନା, ଫାହାଦ୍ ଫସିଲ, ଜଗପତି ବାବୁଙ୍କ ସହ ଅନେକ ଷ୍ଟାର ମୁଖ୍ୟ ଭୂମିକାରେ ନଜର ଆସିବେ । ଏବେ ଏହି ଟିଜର ଦେଖିବା ପରେ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଉତ୍ସାହ ଆହୁରି ବଢିଯାଇଛି ।