ଆଜି ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ଓ କୁଆପଥର ମାଡ଼ ସହ ବର୍ଷା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ମାଡ଼ ଓ ବର୍ଷା ହେବ। ଏଥିପାଇଁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଭୁବନେଶ୍ୱର: ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ମାଡ଼ ଓ ବର୍ଷା ହେବ। ଏଥିପାଇଁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବର୍ଷା ଯୋଗୁଁ ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ୯ ତାରିଖରୁ ପୁଣି ବଢ଼ିପାରେ ତାତି । ଦିନ ତାପମାତ୍ରା ୧-୩ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ପାଇପାରେ ।

୪ ଦିନର ଅଗ୍ନିବର୍ଷା ପରେ ଗତକାଲି ତ୍ରାହି ଆଣି ଦେଇଛି କାଳବୈଶାଖୀ। ଘଡ଼ଘଡ଼ି ବର୍ଷା ପବନ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଜି ମଧ୍ୟ କାଳବୈଶାଖୀ ପ୍ରଭାବ ରହିବ। ବର୍ଷା ସହ କୁଆପଥର ପଡ଼ିଛି। ଆଭ୍ୟନ୍ତରୀଣ ଓଡ଼ିଶାରୁ ଛତିଶଗଡ଼ ଦେଇ ଉତ୍ତର ତାମିଲନାଡୁ ଯାଏ ଟ୍ରପଲାଇନ୍ ବ୍ୟାପିଛି ।

You might also like