ନୟନତାରାଙ୍କ ପୁରୁଣା ସ୍ୱପ୍ନ ହେଲା ସାକାର, ଫଟୋ ସେୟାର କରି ଖୁସି ବ୍ୟକ୍ତ କରିଲେ ଅଭିନେତ୍ରୀ
ନୟନତାରା ଗତ ବର୍ଷ ଶାହାରୁଖ ଖାନଙ୍କ ଫିଲ୍ମ 'ଜୱାନ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ଅଭିନେତ୍ରୀଙ୍କୁ ଶେଷ ଥର ପାଇଁ 'ଅନ୍ନପୂର୍ଣ୍ଣି' ଫିଲ୍ମରେ ଦେଖିବାକୁ ମିଳିଥିଲା । ଏବେ ସେ ନିଜ ଅନେକ ଦିନର ପୁରୁଣା ସ୍ୱପ୍ନକୁ ପୂରଣ କରିବା ପରେ, ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ଟିମ୍ ଏବଂ ସ୍ୱାମୀଙ୍କ ସହିତ ନଜର ଆସିଛନ୍ତି ।

ଶାହାରୁଖ ଖାନଙ୍କ ‘ଜୱାନ’ରେ କାମ କରିଥିବା ନୟନତାରା ଆଜିକାଲି ତାଙ୍କ ପର୍ସନାଲ ତଥା ପ୍ରଫେସନାଲ ଲାଇଫକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ନିଜ ଜୀବନର ଛୋଟ ବଡ ଅପଡେଟ୍ ବ୍ୟତୀତ ଆଗାମୀ ଫିଲ୍ମ ବିଷୟରେ ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି । ନୟନତାରା ଗତ ବର୍ଷ ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ଅଭିନେତ୍ରୀଙ୍କୁ ଶେଷ ଥର ପାଇଁ ‘ଅନ୍ନପୂର୍ଣ୍ଣି’ ଫିଲ୍ମରେ ଦେଖିବାକୁ ମିଳିଥିଲା ।
ଏବେ ସେ ନିଜ ଅନେକ ଦିନର ପୁରୁଣା ସ୍ୱପ୍ନକୁ ପୂରଣ କରିବା ପରେ, ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ଟିମ୍ ଏବଂ ସ୍ୱାମୀଙ୍କ ସହିତ ନଜର ଆସିଛନ୍ତି । ଏହି ପୋଷ୍ଟକୁ ସେୟାର୍ କରିବାବେଳେ ନୟନତାରା ଏକ ଲମ୍ବା ନୋଟ୍ ଲେଖି ଅତି ବିଶେଷ ଭବରେ ନିଜ ଖୁସି ବ୍ୟକ୍ତ କରିଛନ୍ତି । ସାଉଥର ଅନ୍ୟତମ ସୁନ୍ଦରୀ ତଥା ଲୋକପ୍ରିୟ ଅଭିନେତ୍ରୀ ନୟନତାରା ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ନିଜ ନୂଆ ଅଫିସର ଫଟୋ ସେୟାର କରିଛନ୍ତି । ଏହି ସ୍ୱପ୍ନକୁ ସାକାର କରିବାରେ ତାଙ୍କୁ ସପୋର୍ଟ କରିଥିବା ଲୋକଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।
ନୟନତାରା ସୋସିଆଲ ମିଡିଆରେ ତାଙ୍କ ଡ୍ରିମ୍ ଅଫିସର ପୁରା ଜର୍ଣ୍ଣି ସେୟାର କରିଛନ୍ତି ଏବଂ ଏହାର ଫଟୋ ମଧ୍ୟ ସେୟାର କରିଛନ୍ତି । ନୟନତାରା ଦୁଇଟି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଏବଂ ଗୋଟିଏ ସାଧାରଣ ଫଟୋ ସେୟାର କରିଛନ୍ତି । ଏହି ତିନୋଟି ଫଟୋରେ ଅଭିନେତ୍ରୀଙ୍କ ନୂଆ ଅଫିସର ଝଲକ ଦେଖିବାକୁ ମିଳିଛି । ଏହି ଫଟୋଗୁଡ଼ିକରେ ଅଭିନେତ୍ରୀ ଧଳା କୁର୍ତ୍ତା ଏବଂ ଆଫଗାନି ପ୍ୟାଣ୍ଟ ପିନ୍ଧି କାର୍ଯ୍ୟର ତଦାରଖ କରୁଥିବା ନଜର ଆସିଛନ୍ତି । ଗୋଟିଏ ଫଟୋରେ, ସେ ତାଙ୍କ ଟିମ ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି । ‘ଜବାନ୍’ର ଅଦ୍ଭୁତ ସଫଳତା ପରେ ଅଭିନେତ୍ରୀଙ୍କ ଭାଗ୍ୟ ଚମକି ଉଠିଛି ।
ନିଜର ଶକ୍ତିଶାଳୀ ଅଭିନୟ ସହିତ ସାଉଥରୁ ବଲିଉଡ ପର୍ଯ୍ୟନ୍ତ ନିଜର ଜଲୱା ପ୍ରଦର୍ଶନ କରିଥିବା ନୟନତାରା ନିଜ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରି ଲେଖିଛନ୍ତି, ‘ମୋ ପାଇଁ ଏହି ଯାତ୍ରା ବହୁତ ସ୍ପେଶାଲ ଥିଲା … ତାଙ୍କ ସ୍ୱପ୍ନକୁ ମାତ୍ର ୩୦ ଦିନ ମଧ୍ୟରେ ସାକାର କରିବା ପାଇଁ ସେ @nikhitaareddy ଙ୍କୁ ଭଲପାଇବା ଜଣାଇଛନ୍ତି! ଏହି ସ୍ୱପ୍ନକୁ ପୂରଣ କରି ଏହି ଜର୍ଣ୍ଣିକୁ ସ୍ମରଣୀୟ କରିଥିବାରୁ ସେ ନିଜ ପୁରା ଟିମକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
View this post on Instagram