Categories: ମନୋରଂଜନ

ରିଲିଜ୍‌ ହେଲା ରଜନୀକାନ୍ତଙ୍କ ‘ଦରବାର’ ଫିଲ୍ମ ଟ୍ରେଲର୍‌, ଫ୍ୟାନ୍‌ଙ୍କ ଭିତରେ ପ୍ରବଳ ଉତ୍ସାହ; ଦେଖନ୍ତୁ ଭିଡିଓ

ପୁଣି ରଜନୀ ଯାଦୁ । ଷ୍ଟାଇଲ୍‌ରେ ଫେରୁଛନ୍ତି ଥଲାଇଭା । ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଦରବାର’ର ଟ୍ରେଲର ରିଲିଜ୍‌ ହୋଇଛି । ଆଉ ରିଲିଜ୍‌ ହେବା ମାତ୍ରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଲାଇକ୍‌ ପାଇଛି । ଆଜି ମୁମ୍ବାଇରେ ଏହାକୁ ବିଧିବଦ୍ଧ ଭାବେ ରିଲିଜ୍‌ କରାଯାଇଛି । ଏହି ଉତ୍ସବରେ ରଜନୀକାନ୍ତ, ସୁନୀଲ ସେଟ୍ଟୀ, ପ୍ରତୀକ ବବ୍ଦର ଆଦି ଉପସ୍ଥିତ ଥିଲେ । ଏମାନେ ଏହି ଫିଲ୍ମରେ ଅଭିନୟ କରିଛନ୍ତି । ସୁନୀଲ ସେଟ୍ଟୀଙ୍କୁ ଏଥିରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ । ରଜୀନଙ୍କ ନାୟିକା ଅଛନ୍ତି ନୟନତାରା ।

‘ଦରବାର’ରେ ରଜନୀ ଜଣେ ପୋଲିସ୍‌ ଅଫିସର୍‌ ଭୂମିକାରେ ଅଛନ୍ତି । ପ୍ରାୟ ୨୫ ବର୍ଷ ପରେ ସେ ପୋଲିସ୍‌ ଅଫିସର୍‌ ହୋଇଥିବାରୁ ତାଙ୍କ ଫ୍ୟାନ୍‌ଙ୍କ ଭିତରେ ଫିଲ୍ମକୁ ନେଇ ପ୍ରବଳ ଉତ୍ସାହ ରହିଛି । ଶେଷଥର ପାଇଁ ସେ ‘ପାଣ୍ଡିଆନ୍‌’ ଫିଲ୍ମରେ ପୋଲିସ୍‌ ଭୂମିକା କରିଥିଲେ । ଏ.ଆର. ମୁରୁଗାଦୋଷଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ହେଉଛି ରଜନୀଙ୍କର ୧୬୭ତମ ଫିଲ୍ମ ।

ଆଜି ଟ୍ରେଲର୍‌ ଲଞ୍ଚ ଉତ୍ସବରେ ଯୋଗ ଦେବା ଅବସରରେ ରଜନୀକାନ୍ତ କହିଥିଲେ ଯେ ମୁଁ ବୁଝି ପାରୁନି ମୋତେ କାହିଁକି ଲୋକେ ସୁପର ଷ୍ଟାର୍‌ ବୋଲି କହି ଆସୁଛନ୍ତି । ଏହି କଥାଟି ମୋତେ ଅଦୌ ଭଲ ଲାଗେନି । ତେବେ ସେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଶମିତାଭ’ର ରିମେକ୍‌ରେ ଅଭିନୟ କରିବାକୁ ଆଗ୍ରହୀ ବୋଲି କହିଛନ୍ତି । ରଜନୀ ଆହୁରି କହିଲେ ଯେ ପ୍ରକୃତ ସୁପର ଷ୍ଟାର ହେଉଛନ୍ତି ଅମିତାଭ ବଚ୍ଚନ, ମୁଁ ନୁହେଁ ।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

2 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

5 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

6 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

6 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

8 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

9 hours ago