Below header

ରିଲିଜ୍‌ ହେଲା ରଜନୀକାନ୍ତଙ୍କ ‘ଦରବାର’ ଫିଲ୍ମ ଟ୍ରେଲର୍‌, ଫ୍ୟାନ୍‌ଙ୍କ ଭିତରେ ପ୍ରବଳ ଉତ୍ସାହ; ଦେଖନ୍ତୁ ଭିଡିଓ

ପୁଣି ରଜନୀ ଯାଦୁ । ଷ୍ଟାଇଲ୍‌ରେ ଫେରୁଛନ୍ତି ଥଲାଇଭା । ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଦରବାର’ର ଟ୍ରେଲର ରିଲିଜ୍‌ ହୋଇଛି । ଆଉ ରିଲିଜ୍‌ ହେବା ମାତ୍ରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଲାଇକ୍‌ ପାଇଛି । ଆଜି ମୁମ୍ବାଇରେ ଏହାକୁ ବିଧିବଦ୍ଧ ଭାବେ ରିଲିଜ୍‌ କରାଯାଇଛି । ଏହି ଉତ୍ସବରେ ରଜନୀକାନ୍ତ, ସୁନୀଲ ସେଟ୍ଟୀ, ପ୍ରତୀକ ବବ୍ଦର ଆଦି ଉପସ୍ଥିତ ଥିଲେ । ଏମାନେ ଏହି ଫିଲ୍ମରେ ଅଭିନୟ କରିଛନ୍ତି । ସୁନୀଲ ସେଟ୍ଟୀଙ୍କୁ ଏଥିରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ । ରଜୀନଙ୍କ ନାୟିକା ଅଛନ୍ତି ନୟନତାରା ।

‘ଦରବାର’ରେ ରଜନୀ ଜଣେ ପୋଲିସ୍‌ ଅଫିସର୍‌ ଭୂମିକାରେ ଅଛନ୍ତି । ପ୍ରାୟ ୨୫ ବର୍ଷ ପରେ ସେ ପୋଲିସ୍‌ ଅଫିସର୍‌ ହୋଇଥିବାରୁ ତାଙ୍କ ଫ୍ୟାନ୍‌ଙ୍କ ଭିତରେ ଫିଲ୍ମକୁ ନେଇ ପ୍ରବଳ ଉତ୍ସାହ ରହିଛି । ଶେଷଥର ପାଇଁ ସେ ‘ପାଣ୍ଡିଆନ୍‌’ ଫିଲ୍ମରେ ପୋଲିସ୍‌ ଭୂମିକା କରିଥିଲେ । ଏ.ଆର. ମୁରୁଗାଦୋଷଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ହେଉଛି ରଜନୀଙ୍କର ୧୬୭ତମ ଫିଲ୍ମ ।

DARBAR-2ଆଜି ଟ୍ରେଲର୍‌ ଲଞ୍ଚ ଉତ୍ସବରେ ଯୋଗ ଦେବା ଅବସରରେ ରଜନୀକାନ୍ତ କହିଥିଲେ ଯେ ମୁଁ ବୁଝି ପାରୁନି ମୋତେ କାହିଁକି ଲୋକେ ସୁପର ଷ୍ଟାର୍‌ ବୋଲି କହି ଆସୁଛନ୍ତି । ଏହି କଥାଟି ମୋତେ ଅଦୌ ଭଲ ଲାଗେନି । ତେବେ ସେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଶମିତାଭ’ର ରିମେକ୍‌ରେ ଅଭିନୟ କରିବାକୁ ଆଗ୍ରହୀ ବୋଲି କହିଛନ୍ତି । ରଜନୀ ଆହୁରି କହିଲେ ଯେ ପ୍ରକୃତ ସୁପର ଷ୍ଟାର ହେଉଛନ୍ତି ଅମିତାଭ ବଚ୍ଚନ, ମୁଁ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.