ମନୋରଂଜନ

ସୈଫ ଅଲ୍ଲୀ ଖାନ୍‌ ଜଣାଇଲେ କେବେ ପିଲାକୁ ଜନ୍ମ ଦେବେ କରୀନା, ଦେଖନ୍ତୁ ତାରିଖ

ବଲିଉଡ୍‌ ଆକ୍ଟ୍ରେସ୍‌ କରୀନା କପୁର ବହୁତ ଜଲଦି ମାଆ ହେବାକୁ ଯାଉଛନ୍ତି। ପୁଣି ଥରେ ପାପା ଡାକ ଶୁଣିବେ ସୈଫ ଅଲ୍ଲୀ ଖାନ୍‌। କରୋନା ଭାଇରସ୍ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌‌ ସମୟରେ ଏପରି ଖବର ଦେଇ ଦର୍ଶକଙ୍କୁ ଚକିତ କରାଇଥିଲେ ସୈଫ୍‌ ଓ କରୀନା। ଆଉ ଏବେ ନିଜ ଫ୍ୟାନ୍ସଙ୍କୁ ଆଉ ଏକ ଖବର ଦେଇ ଚକିତ କରାଇଦେଇଛନ୍ତି ସୈଫ।

ସୈଫ୍‌ ତାଙ୍କର ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି ଯେ କରୀନା‌ଙ୍କ ଦ୍ବିତୀୟ ସନ୍ତାନ ଫ୍ରେବୃଆରି ଆରମ୍ଭରେ ଜନ୍ମ ନେବାକୁ ଯାଉଛି। ସେ ଆହୁରି ବି କହିଛନ୍ତି ଯେ ପ୍ରସବ ତାରିଖ ଯେତେ ଯେତେ ପାଖେଇ ଆସୁଛି ସେମାନେ ସେତେ ସେତେ ଖୁସି ହୋଇ ହୋଇ ଯାଉଛନ୍ତି। ଏଥର ଆଉ ଭୟ ନାହିଁ।

କରୀନାଙ୍କ ଡେଲିଭରୀକୁ ନେଇ ଫିଲ୍ମଫେୟାର ମାଗାଜିନ ସହିତ କଥା ହେବାବେଳେ, ‘ଫେବୃଆରୀ ପ୍ରଥମ ସପ୍ତାହରେ ଆମ ଘରକୁ କୁନି ଅତିଥି ଆସିବାକୁ ଯାଉଛି। କିନ୍ତୁ ଏଥର ଆମେ ବହୁତ ରିଲାକ୍ସ ଅଛୁ। ଆମେ ବହୁତ ଖୁସି ଅଛୁ ବେବିକୁ ନେଇ। ଆମେ ଏହା ଭାବି ଖୁସି ଅଛୁ ଯେ ତୈମୁର ସାଙ୍ଗରେ ସେ ଖେଳକୁଦ କରିବ।’

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କରୀନା ଏବଂ ସୈଫ ୧୬ ଅକ୍ଟୋବର ୨୦୧୨ରେ ବିବାହ କରିଥିଲେ। ଏହାପରେ ୨୦୧୬ରେ କରୀନା ତୈମୁର ଅଲ୍ଲୀ ଖାନଙ୍କୁ ଜନ୍ମ ଦେଲେ। ଏବେ ଆକ୍ଟ୍ରେସ ଦ୍ୱିତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି। ୨୦୨୦ ମସିହା ଅଗଷ୍ଟ ମାସରେ ସୈଫ୍‌ ଅଲ୍ଲୀ ଖା‌ନ୍ ଓ କରୀନା କପୁର ସେମାନଙ୍କ ଦ୍ବିତୀୟ ସନ୍ତାନର ଆଗମନ ବିଷୟରେ ଶୁଭେଚ୍ଛୁଙ୍କୁ ସୂଚନା ଦେଇଥିଲେ।

Pritiparna

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

3 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

6 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

7 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

9 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

10 hours ago