Below header

ସୈଫ ଅଲ୍ଲୀ ଖାନ୍‌ ଜଣାଇଲେ କେବେ ପିଲାକୁ ଜନ୍ମ ଦେବେ କରୀନା, ଦେଖନ୍ତୁ ତାରିଖ

ବଲିଉଡ୍‌ ଆକ୍ଟ୍ରେସ୍‌ କରୀନା କପୁର ବହୁତ ଜଲଦି ମାଆ ହେବାକୁ ଯାଉଛନ୍ତି। ପୁଣି ଥରେ ପାପା ଡାକ ଶୁଣିବେ ସୈଫ ଅଲ୍ଲୀ ଖାନ୍‌। କରୋନା ଭାଇରସ୍ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌‌ ସମୟରେ ଏପରି ଖବର ଦେଇ ଦର୍ଶକଙ୍କୁ ଚକିତ କରାଇଥିଲେ ସୈଫ୍‌ ଓ କରୀନା। ଆଉ ଏବେ ନିଜ ଫ୍ୟାନ୍ସଙ୍କୁ ଆଉ ଏକ ଖବର ଦେଇ ଚକିତ କରାଇଦେଇଛନ୍ତି ସୈଫ।

ସୈଫ୍‌ ତାଙ୍କର ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି ଯେ କରୀନା‌ଙ୍କ ଦ୍ବିତୀୟ ସନ୍ତାନ ଫ୍ରେବୃଆରି ଆରମ୍ଭରେ ଜନ୍ମ ନେବାକୁ ଯାଉଛି। ସେ ଆହୁରି ବି କହିଛନ୍ତି ଯେ ପ୍ରସବ ତାରିଖ ଯେତେ ଯେତେ ପାଖେଇ ଆସୁଛି ସେମାନେ ସେତେ ସେତେ ଖୁସି ହୋଇ ହୋଇ ଯାଉଛନ୍ତି। ଏଥର ଆଉ ଭୟ ନାହିଁ।

karinaକରୀନାଙ୍କ ଡେଲିଭରୀକୁ ନେଇ ଫିଲ୍ମଫେୟାର ମାଗାଜିନ ସହିତ କଥା ହେବାବେଳେ, ‘ଫେବୃଆରୀ ପ୍ରଥମ ସପ୍ତାହରେ ଆମ ଘରକୁ କୁନି ଅତିଥି ଆସିବାକୁ ଯାଉଛି। କିନ୍ତୁ ଏଥର ଆମେ ବହୁତ ରିଲାକ୍ସ ଅଛୁ। ଆମେ ବହୁତ ଖୁସି ଅଛୁ ବେବିକୁ ନେଇ। ଆମେ ଏହା ଭାବି ଖୁସି ଅଛୁ ଯେ ତୈମୁର ସାଙ୍ଗରେ ସେ ଖେଳକୁଦ କରିବ।’

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କରୀନା ଏବଂ ସୈଫ ୧୬ ଅକ୍ଟୋବର ୨୦୧୨ରେ ବିବାହ କରିଥିଲେ। ଏହାପରେ ୨୦୧୬ରେ କରୀନା ତୈମୁର ଅଲ୍ଲୀ ଖାନଙ୍କୁ ଜନ୍ମ ଦେଲେ। ଏବେ ଆକ୍ଟ୍ରେସ ଦ୍ୱିତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି। ୨୦୨୦ ମସିହା ଅଗଷ୍ଟ ମାସରେ ସୈଫ୍‌ ଅଲ୍ଲୀ ଖା‌ନ୍ ଓ କରୀନା କପୁର ସେମାନଙ୍କ ଦ୍ବିତୀୟ ସନ୍ତାନର ଆଗମନ ବିଷୟରେ ଶୁଭେଚ୍ଛୁଙ୍କୁ ସୂଚନା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.