Categories: ମନୋରଂଜନ

ବହୁତ ଭୟଙ୍କର ଦେଖାଯାଉଛନ୍ତି ସୈଫ ଅଲ୍ଲୀ ଖାନ୍

ମୁମ୍ବାଇ : ଏବେ ଅପକମିଙ୍ଗ ଫିଲ୍ମ ହଣ୍ଟରର ସୁଟିଂରେ ବ୍ୟସ୍ତ ଅଛନ୍ତି ଅଭିନେତା ସୈଫ ଅଲ୍ଲୀ ଖାନ୍‌। ନିକଟରରେ ସୁଟିଂ ସେଟରୁ ସୈଫଙ୍କ ଫଟୋ ଭାଇରାଲ ହୋଇଛି। ଏହି ଫଟୋରେ ବିଲକୁଲ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ସୈଫ। ଫଟୋରେ ଲମ୍ବା ଚୁଟି ଓ ଦାଢି ସହ ମୁଣ୍ଡରେ ପଗଡି ବାନ୍ଧିଥିବା ଦେଖାଯାଇଛନ୍ତି। ହଣ୍ଟରରେ ନାଗା ସାଧୁ ଭୂମିକାରେ ଅଭିନୟ କରୁଛନ୍ତି ଛୋଟେ ନବାବ ସୈଫ ଅଲ୍ଲୀ ଖାନ୍‌। ଏହି କ୍ରାଇମ୍‌ ଥ୍ରୀଲରର ନିର୍ଦ୍ଦେଶନା ଦେଉଛନ୍ତି ନବଦୀପ ସିଂ।

ଫିଲ୍ମର ପଚାଶ ପ୍ରତିଶତ ଭାଗର ସୁଟିଂ ଏବେ ଶେଷ କରିଛନ୍ତି ସୈଫ। ରାଜସ୍ଥାନରେ ଏହି ଫିଲ୍ମର କିଛି ଦୃଶ୍ୟର ସୁଟିଂ କରାଯାଇଛି। ଫିଲ୍ମରେ ସୈଫଙ୍କ ସହ ମାଧବନ ଓ ସୋନାକ୍ଷୀ ସିହ୍ନା ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି। ଶେଷ ଥର ପାଇଁ କାଲାକାନ୍ଦୀ ଫିଲ୍ମରେ ସୈଫ ଅଲ୍ଲୀ ଖାନଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମଟି କିନ୍ତୁ ବ୍ୟବସାୟିକ ସଫଳତା ହାସଲ କରିପାରିନଥିଲା।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

4 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

7 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

8 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

8 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

10 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

11 hours ago