ବହୁତ ଭୟଙ୍କର ଦେଖାଯାଉଛନ୍ତି ସୈଫ ଅଲ୍ଲୀ ଖାନ୍

ମୁମ୍ବାଇ : ଏବେ ଅପକମିଙ୍ଗ ଫିଲ୍ମ ହଣ୍ଟରର ସୁଟିଂରେ ବ୍ୟସ୍ତ ଅଛନ୍ତି ଅଭିନେତା ସୈଫ ଅଲ୍ଲୀ ଖାନ୍। ନିକଟରରେ ସୁଟିଂ ସେଟରୁ ସୈଫଙ୍କ ଫଟୋ ଭାଇରାଲ ହୋଇଛି। ଏହି ଫଟୋରେ ବିଲକୁଲ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ସୈଫ। ଫଟୋରେ ଲମ୍ବା ଚୁଟି ଓ ଦାଢି ସହ ମୁଣ୍ଡରେ ପଗଡି ବାନ୍ଧିଥିବା ଦେଖାଯାଇଛନ୍ତି। ହଣ୍ଟରରେ ନାଗା ସାଧୁ ଭୂମିକାରେ ଅଭିନୟ କରୁଛନ୍ତି ଛୋଟେ ନବାବ ସୈଫ ଅଲ୍ଲୀ ଖାନ୍। ଏହି କ୍ରାଇମ୍ ଥ୍ରୀଲରର ନିର୍ଦ୍ଦେଶନା ଦେଉଛନ୍ତି ନବଦୀପ ସିଂ।
ଫିଲ୍ମର ପଚାଶ ପ୍ରତିଶତ ଭାଗର ସୁଟିଂ ଏବେ ଶେଷ କରିଛନ୍ତି ସୈଫ। ରାଜସ୍ଥାନରେ ଏହି ଫିଲ୍ମର କିଛି ଦୃଶ୍ୟର ସୁଟିଂ କରାଯାଇଛି। ଫିଲ୍ମରେ ସୈଫଙ୍କ ସହ ମାଧବନ ଓ ସୋନାକ୍ଷୀ ସିହ୍ନା ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି। ଶେଷ ଥର ପାଇଁ କାଲାକାନ୍ଦୀ ଫିଲ୍ମରେ ସୈଫ ଅଲ୍ଲୀ ଖାନଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମଟି କିନ୍ତୁ ବ୍ୟବସାୟିକ ସଫଳତା ହାସଲ କରିପାରିନଥିଲା।