ମନୋରଂଜନ

ମୁମ୍ବାଇ ଛାଡ଼ିଲେ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ନାୟିକା, କହିଲେ- ‘ଆଉ ଦେଖା ହେବ କି ନାହିଁ ଜାଣିନି’

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଏବେ ବି କେହି ବିଶ୍ୱାସ କରିପାରୁନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁକୁ ଆଉ କିଛି ଦିନ ପରେ ମାସେ ପୂରିବାକୁ ଥିଲେ ମଧ୍ୟ ତାଙ୍କ ଫ୍ୟାନ୍‌ମାନେ ଏହାକୁ ଗ୍ରହଣ କରିପାରୁନାହାନ୍ତି। ଜୁନ୍‌ ୧୪ରେ ସୁଶାନ୍ତ ନିଜ ଘରେ ଫାଶୀ ଲଗାଇ ଆହତ୍ମହତ୍ୟା କରିଥିଲେ।

ଅନ୍ୟପଟେ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ଏହି ମାସ ୨୪ ତାରିଖରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ତାଙ୍କ ସହ ଲିଡ୍‌ ରୋଲ୍‌ରେ ସଞ୍ଜନା ସାଂଘୀ ନଜର ଆସିବେ। ତେବେ ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ପରେ ସଞ୍ଜନା ବି ଖୁବ୍‌ ଭାଙ୍ଗୀ ପଡ଼ିଛନ୍ତି। ଏଣୁ ସେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସଞ୍ଜନା ମୁମ୍ବାଇ ଛାଡ଼ି ଦିଲ୍ଲୀ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ମୃତ୍ୟୁ ପରେ ମୁମ୍ବାଇ ପୋଲିସ ପ୍ରାୟ ୯ ଘଣ୍ଟା ଧରି ସଞ୍ଜନାଙ୍କୁ ପଚରାଉଚରା କରିଥିଲା। ଏହି ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସକୁ ଦେଇଥିଲେ। ତେବେ ସୁଶାନ୍ତଙ୍କ ସହ ତାଙ୍କର ଏକ ନିଆରା ସମ୍ପର୍କ ଗଢ଼ି ଉଠିଥିଲା। ଫଳରେ ଏଭଳି ଅଚାନକ ତାଙ୍କ ମୃତ୍ୟୁକୁ ସଞ୍ଜନା ଗ୍ରହଣ କରିନପାରି ମୁମ୍ବାଇ ଛାଡ଼ିଛନ୍ତି। ଅନ୍ୟପଟେ ସଞ୍ଜନା କେବଳ ମୁମ୍ବାଇ ଛାଡ଼ିଲେ ନା ସିନେ ଇଣ୍ଡଷ୍ଟ୍ରୀ ଛାଡ଼ିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

WCW 11

Recent Posts

ନିର୍ବାଚନ ଜିତିବା ପରେ ପପୁଙ୍କ ନାମରେ ଗୁରୁତର ଅଭିଯୋଗ, ବ୍ୟବସାୟୀଙ୍କୁ ମାଗୁଥିଲେ ୧ କୋଟି ଟଙ୍କା

ବିହାର ପୂର୍ଣ୍ଣିୟାରୁ ନବନିର୍ବାଚିତ ସାଂସଦ ରାଜେଶ ରଂଜନ ଓରଫ ପପୁ ଯାଦବଙ୍କ ପିଛା ଛାଡ଼ୁନି ବିବାଦ । ନିର୍ବାଚନ ଜିତିବାର…

3 mins ago

ଫ୍ୟାକ୍ଟ୍ରିରେ କିପରି ତିଆରି ହୋଇଥାଏ ପନିର? ଜାଣନ୍ତୁ କେଉଁ କେମିକାଲର ବ୍ୟବହାର ହୋଇଥାଏ

ଅଧିକାଂଶ ଲୋକ ପନିର ଖାଇବାକୁ ବହୁତ ଭଲ ପାଆନ୍ତି । ଭେଜ ଖାଉଥିବା ଲୋକମାନେ ପ୍ରାୟତଃ ଘରେ, ପାର୍ଟି ଏବଂ…

13 mins ago

୬ ଲକ୍ଷରେ ମିଳୁଛି ସେଭେନ୍‌ ସିଟର୍‌ କାର୍‌, ଫ୍ୟାମିଲି ପାଇଁ ପୁରା ଫିଟ୍‌

ଯଦି ଆମେ ମାର୍କେଟରେ ସେଭେନ୍‌ ସିଟର କାର୍ (MPV) ବିଷୟରେ କହିବା, ତେବେ ମାରୁତି ସୁଜୁକିର XL6 ଏବଂ Ertigaର…

26 mins ago

ହରଭଜନ, ଅର୍ଶଦୀପ ଏବଂ ଶିଖ ସଂପ୍ରଦାୟକୁ କ୍ଷମା ମାଗିଲେ କାମରନ ଆକମଲ, ଦେଇଥିଲେ ବିବାଦୀୟ କମେଣ୍ଟ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଟି୨୦ ବିଶ୍ୱକପ ମ୍ୟାଚରେ ଭାରତ ମାତ୍ର ୬ ରନରେ ବିଜୟୀ ହୋଇଥିଲା ।…

34 mins ago

ଦିନରେ ଥରେ ଖାଇବା ଏକ ଭଲ ଅଭ୍ୟାସ କି? ଜାଣନ୍ତୁ ଶରୀର ଉପରେ କ’ଣ ପ୍ରଭାବ ପଡିଥାଏ

ଓଜନ ହ୍ରାସ କରିବାକୁ, ଆଜିକାଲି ପ୍ରାୟତଃ ଲୋକମାନେ ଡାଏଟିଂ କରୁଛନ୍ତି । କେହି କେହି ରୁଟି ଖାଇବା ବନ୍ଦ କରିଦିଅନ୍ତି…

40 mins ago

ଟ୍ରେନ୍ ଲାଇନ ନିକଟରେ ପଡ଼ିଛି ଦମ୍ପତିଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

କଣ୍ଟାବାଞ୍ଜି (କେନ୍ୟୁଜ): ଟ୍ରେନ୍ ଲାଇନ ନିକଟରେ ପଡ଼ିଛି ଦମ୍ପତିଙ୍କ ମୃତଦେହ । ନୂଆପଡା ଟ୍ରେନ ଲାଇନର ତୁରେକେଲା ଷ୍ଟେସନ ନିକଟ…

41 mins ago