ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଏବେ ବି କେହି ବିଶ୍ୱାସ କରିପାରୁନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁକୁ ଆଉ କିଛି ଦିନ ପରେ ମାସେ ପୂରିବାକୁ ଥିଲେ ମଧ୍ୟ ତାଙ୍କ ଫ୍ୟାନ୍ମାନେ ଏହାକୁ ଗ୍ରହଣ କରିପାରୁନାହାନ୍ତି। ଜୁନ୍ ୧୪ରେ ସୁଶାନ୍ତ ନିଜ ଘରେ ଫାଶୀ ଲଗାଇ ଆହତ୍ମହତ୍ୟା କରିଥିଲେ।
ଅନ୍ୟପଟେ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ଏହି ମାସ ୨୪ ତାରିଖରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ତାଙ୍କ ସହ ଲିଡ୍ ରୋଲ୍ରେ ସଞ୍ଜନା ସାଂଘୀ ନଜର ଆସିବେ। ତେବେ ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ପରେ ସଞ୍ଜନା ବି ଖୁବ୍ ଭାଙ୍ଗୀ ପଡ଼ିଛନ୍ତି। ଏଣୁ ସେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସଞ୍ଜନା ମୁମ୍ବାଇ ଛାଡ଼ି ଦିଲ୍ଲୀ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ମୃତ୍ୟୁ ପରେ ମୁମ୍ବାଇ ପୋଲିସ ପ୍ରାୟ ୯ ଘଣ୍ଟା ଧରି ସଞ୍ଜନାଙ୍କୁ ପଚରାଉଚରା କରିଥିଲା। ଏହି ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସକୁ ଦେଇଥିଲେ। ତେବେ ସୁଶାନ୍ତଙ୍କ ସହ ତାଙ୍କର ଏକ ନିଆରା ସମ୍ପର୍କ ଗଢ଼ି ଉଠିଥିଲା। ଫଳରେ ଏଭଳି ଅଚାନକ ତାଙ୍କ ମୃତ୍ୟୁକୁ ସଞ୍ଜନା ଗ୍ରହଣ କରିନପାରି ମୁମ୍ବାଇ ଛାଡ଼ିଛନ୍ତି। ଅନ୍ୟପଟେ ସଞ୍ଜନା କେବଳ ମୁମ୍ବାଇ ଛାଡ଼ିଲେ ନା ସିନେ ଇଣ୍ଡଷ୍ଟ୍ରୀ ଛାଡ଼ିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।