ଏଭଳି ସମସ୍ଯା ଲାଗି ରହିଲେ ମୁଁ କରିବି ଆତ୍ମହତ୍ଯା, କହିଲେ ଭୋଜପୁରୀ ଅଭିନେତ୍ରୀ ରାନୀ ଚାଟାର୍ଜୀ

ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ରାନୀ ଚାଟାର୍ଜୀ ସୋସିଆଲ ମିଡିଆରେ ଉତ୍ପିଡନ କାରଣରୁ ଆତ୍ମହତ୍ଯା କରିବା ପାଇଁ ଧମକ ଦେଇଛନ୍ତି। ଖତରୋ କେ ଖିଲାଡୀରେ ନଜର ଆସିଥିବା ସୁପରଷ୍ଟାର ରାନୀ ଚାଟାର୍ଜୀ ମୁମ୍ବାଇ ପୋଲିସର ସହାୟତା ଲୋଡିଛନ୍ତି। ସୂଚନାଯୋଗ୍ଯ ରାନୀ ଜଣେ ବ୍ଯକ୍ତିଙ୍କ କାରଣରୁ ଅବସାଦରେ ରହୁଛନ୍ତି, ଯାହା କଥିତ ରୂପେ ତାଙ୍କୁ ସମସ୍ଯାରେ ପକାଇଛି।

raniଫେସବୁକ୍ ଜରିଆରେ ଏକ ପୋଷ୍ଟ ମାଧ୍ଯମରେ ରାନୀ ଲେଖିଛନ୍ତି, ଜଣେ ବ୍ଯକ୍ତି ମତେ ମୋ ଶରୀରକୁ ନେଇ ଅଶ୍ଳୀଳ ଟିପ୍ପଣୀ କରି ହଇରାଣ କରୁଛନ୍ତି। ଏନେଇ ରାନୀ ଲେଖିଛନ୍ତି, ‘‘ମୁମ୍ବାଇ ପୋଲିସକୁ ମୋର ଅନୁରୋଧ ଯଦି ମୁଁ କିଛି କଠୋର ପଦକ୍ଷେପ ନିଏ, ତେବେ ଧନଞ୍ଜୟଙ୍କୁ ଦୋଷୀ କରାଯିବ। ମୁଁ ଏହି ଘଟଣା ସମ୍ପର୍କରେ ସାଇବର ସେଲକୁ ମଧ୍ଯ ସୂଚନା ଦେଇଥିଲି କିନ୍ତୁ ସେମାନେ କହିଛନ୍ତି ସେହି ବ୍ଯକ୍ତିଙ୍କ ଟିପ୍ପଣୀରେ ମୋ ନାଁ ଲେଖା ନାହିଁ। କିନ୍ତୁ ମୁଁ ଜାଣିଛି ମତେ ଆକ୍ଷେପ କରି ସେ ଲେଖିଛନ୍ତି। ଏହିକାରଣରୁ ମୁଁ ଅଧିକ ସାମ୍ନା କରିପାରିବି ନାହିଁ। ଏନେଇ ମୁଁ ଆତ୍ମହତ୍ଯା କରିବି କାରଣ ମୁଁ ସେହି ବ୍ଯକ୍ତିଙ୍କ ଯୋଗୁ ଅବସାଦରେ ପୀଡିତ।

କିଛି ଦିନ ପୂର୍ବରୁ ରାନୀ ଉତ୍ପିଡନର ସିକାର ହେବାର ଭିଡିଓ ମଧ୍ଯ ସେୟାର କରିଥିଲେ। ଅନ୍ଯପଟେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ଯା କରିବାର କିଛି ଦିନ ପରେ ନିଜ ଜୀବନକୁ ଶେଷ କରିଦେବାର ଧମକ୍ ଦେଇଥିଲେ ରାନୀ ଚାଟାର୍ଜୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.