ମନୋରଂଜନ

କରୋନାରେ ଆକ୍ରାନ୍ତ ସାରା ଅଲ୍ଲୀ ଖାନ୍ ଙ୍କ ଡ୍ରାଇଭର, ଟେଷ୍ଟ ପରେ ବାକି ପରିବାର ସଦସ୍ଯଙ୍କ ରିପୋର୍ଟ ନେଗେଟିଭ୍

ଗତକାଲି ବଳମ୍ବିତ ରାତିରେ ଫିଲ୍ମ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଇନଷ୍ଟାଗ୍ରାମରେ ଏକ ମେସେଜ୍ ଜରିଆରେ ତାଙ୍କ ଡ୍ରାଇଭର କରୋନା ପଜିଟିଭ୍ ବୋଲି ପ୍ରକାଶ କରିଛନ୍ତି । ଏନେଇ ସାରା ଅଲ୍ଲୀ ଖାନ୍ ମେସେଜ୍ ରେ ଲେଖିଛନ୍ତି, ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି, ଆମ ଡ୍ରାଇଭରର କରୋନା ରିପୋର୍ଟ ପଜିଟିଭ୍ ଆସିଛି।

ରିପୋର୍ଟ ଅନୁଯାୟୀ ବିଏମସିକୁ ସୂଚନା ଦିଆଯିବା ସହ ଡ୍ରାଇଭରଙ୍କୁ କ୍ବାରେଣ୍ଟାଇନ ସେଣ୍ଟର ପଠାଯାଇଛି। ଆଗକୁ ସାରା ଏହା ମଧ୍ଯ ଲେଖିଛନ୍ତି, ମୋ ପରିବାର ଏବଂ ଘରର ସବୁ ସଦସ୍ଯଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଆମେ ସମସ୍ତେ ସରକାରଙ୍କ ଗାଇଡ୍ ଲାଇନ୍ ମାନି ଚଳୁଛୁ। ଏନେଇ ବିଏମସି ପକ୍ଷରୁ ଜାରି କରାଯାଉଥିବା ଗାଇଡ୍ ଲାଇନ୍ ପାଇଁ ଧନ୍ଯବାଦ।

ସୂଚନା ଯୋଗ୍ଯ ଫିଲ୍ମ ଅଭିନେତା ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ ତାଙ୍କ ପତ୍ନୀ ଐଶ୍ବର୍ଯ୍ଯା ରାୟ ଏବଂ ଝିଅ ଆରାଧ୍ଯା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବଲିଉଡ୍ ର ଫ୍ଯାନ୍ସମାନଙ୍କ ଠାରେ ଉଦାସୀନତା ଦେଖିବାକୁ ମିଳିଛି। ଏନେଇ ଦେଶର ଅନେକ ସ୍ଥାନରେ ବଚ୍ଚନଙ୍କ ପରିବାର ଜଲଦି ସୁସ୍ଥ ହେବା ପାଇଁ ମଧ୍ଯ ପୂଜା-ଅର୍ଚ୍ଚନା ଜାରି ରହିଛି।

KNews Bureau

Recent Posts

ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ବ୍ୟବସାୟୀଙ୍କ ପାଇଁ ଆଜି କିପରି କଟିବ ଦିନ

ମେଷ: ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି । ଆୟ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ…

6 hours ago

ଲୋକସଭାରେ ବିଜେପିର ୨୧ ରୁ ୨୦ ଆସନ ଦଖଲ, କଂଗ୍ରେସକୁ ମିଳିଲା ଗୋଟିଏ

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା…

6 hours ago

୭୮ରେ ବିଜେପିର ବାଜିମାତ : ସରକାର କରିବ ଗଠନ, ୫୧ ରେ ବିରୋଧୀ ଆସନରେ ବିଜେଡି

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା…

6 hours ago

ଏହି କ୍ରୁଜ୍‌ ସବୁଠୁ ଦାମୀ, ଅମ୍ବାନୀଙ୍କ ପାର୍ଟି ଜାହଜ ଏହା ତୁଳନାରେ କିଛି ନୁହେଁ

ଦୁନିଆର ସବୁଠୁ ବଡ କ୍ରୁଜ୍ ଜାହାଜ । ୧୨୦୦ ଫୁଟ ଲମ୍ବ ଏବଂ ୨୦ ମହଲା ଉଚ୍ଚ ଆଇକନ୍ ନାମକ…

9 hours ago

ଓଡ଼ିଶା ନିର୍ବାଚନ ଫଳାଫଳ ୨୦୨୪: ଏବେ ଯାଏ ଫଳାଫଳ, ଗଣତି ଜାରି

ଭୁବନେଶ୍ୱର (କେନ୍ୟୁଜ): ଚାଲିଛି ଭୋଟ ଗଣତି । ସାମନାକୁ ଆସିଛି ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା ଓ…

10 hours ago

ଭାରତରେ ଏହି ସ୍ଥାନ ଚା’ ପିଉଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଜାଣନ୍ତୁ …

ରାତି ପାହିଲେ କପେ ଚା’ ନ ପିଇଲେ ଦିନ ଆରମ୍ଭ ହୁଏ ନାହିଁ । ମନ ଭଲ ଲାଗେ ନାହିଁ…

10 hours ago