Below header

କରୋନାରେ ଆକ୍ରାନ୍ତ ସାରା ଅଲ୍ଲୀ ଖାନ୍ ଙ୍କ ଡ୍ରାଇଭର, ଟେଷ୍ଟ ପରେ ବାକି ପରିବାର ସଦସ୍ଯଙ୍କ ରିପୋର୍ଟ ନେଗେଟିଭ୍

ଗତକାଲି ବଳମ୍ବିତ ରାତିରେ ଫିଲ୍ମ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଇନଷ୍ଟାଗ୍ରାମରେ ଏକ ମେସେଜ୍ ଜରିଆରେ ତାଙ୍କ ଡ୍ରାଇଭର କରୋନା ପଜିଟିଭ୍ ବୋଲି ପ୍ରକାଶ କରିଛନ୍ତି । ଏନେଇ ସାରା ଅଲ୍ଲୀ ଖାନ୍ ମେସେଜ୍ ରେ ଲେଖିଛନ୍ତି, ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି, ଆମ ଡ୍ରାଇଭରର କରୋନା ରିପୋର୍ଟ ପଜିଟିଭ୍ ଆସିଛି।

ରିପୋର୍ଟ ଅନୁଯାୟୀ ବିଏମସିକୁ ସୂଚନା ଦିଆଯିବା ସହ ଡ୍ରାଇଭରଙ୍କୁ କ୍ବାରେଣ୍ଟାଇନ ସେଣ୍ଟର ପଠାଯାଇଛି। ଆଗକୁ ସାରା ଏହା ମଧ୍ଯ ଲେଖିଛନ୍ତି, ମୋ ପରିବାର ଏବଂ ଘରର ସବୁ ସଦସ୍ଯଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଆମେ ସମସ୍ତେ ସରକାରଙ୍କ ଗାଇଡ୍ ଲାଇନ୍ ମାନି ଚଳୁଛୁ। ଏନେଇ ବିଏମସି ପକ୍ଷରୁ ଜାରି କରାଯାଉଥିବା ଗାଇଡ୍ ଲାଇନ୍ ପାଇଁ ଧନ୍ଯବାଦ।

sara ali khanସୂଚନା ଯୋଗ୍ଯ ଫିଲ୍ମ ଅଭିନେତା ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ ତାଙ୍କ ପତ୍ନୀ ଐଶ୍ବର୍ଯ୍ଯା ରାୟ ଏବଂ ଝିଅ ଆରାଧ୍ଯା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବଲିଉଡ୍ ର ଫ୍ଯାନ୍ସମାନଙ୍କ ଠାରେ ଉଦାସୀନତା ଦେଖିବାକୁ ମିଳିଛି। ଏନେଇ ଦେଶର ଅନେକ ସ୍ଥାନରେ ବଚ୍ଚନଙ୍କ ପରିବାର ଜଲଦି ସୁସ୍ଥ ହେବା ପାଇଁ ମଧ୍ଯ ପୂଜା-ଅର୍ଚ୍ଚନା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.