Categories: ମନୋରଂଜନ

ଧମାକେଦାର ରିମେକ୍ ସହିତ ପୁଣି ଏକାଠି ନଜର ଆସିପାରନ୍ତି ଶାହାରୁଖ –ସଲମାନ

ମୁମ୍ବାଇ : ବଲିଉଡ଼ର ଦୁଇ ଟାଇଗର ଶାହାରୁଖ ଏବଂ ସଲମାନଙ୍କ ବନ୍ଧୁତା ଏବଂ ଝଗଡ଼ା ସବୁବେଳେ ମିଡ଼ିଆରେ ଚର୍ଚ୍ଚାରେ ରହିଥାଏ। ତେବେ ଏହି ବକ୍ଳବ୍ଳାଷ୍ଟର ଦୁଇ କଳାକାରଙ୍କୁ ଏକା ସହିତ ପରଦା ଉପରେ ଦେଖିବା କାହାକୁ ବା ନାପସନ୍ଦ। ଖୁବ୍ ଶୀଘ୍ର ଦର୍ଶକଙ୍କ ଇଛା ପୂରା ହେବାକୁ ଯାଉଛି,କାରଣ ରିପୋର୍ଟ ମୁତାବକ ଦୁଇ କଳାକାର ଏକ ସୁପରହିଟ ଫିଲ୍ମର ରିମେକ୍ ନଜର ଆସିବାକୁ ଯାଉଛନ୍ତି।

ମିଳିଥିବା ସୂଚନା ମୂତାବକ, ବଲିଉଡ଼ର ଜଣାଣୁଣା ନିର୍ଦ୍ଦେଶକ ସଂଞ୍ଜୟ ଲୀଲା ଭଂସାଲୀ ଏହି ଦୁଇ କଳାକାରଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବାର ନିଷ୍ପତି ନେଇଛନ୍ତି। ୧୯୯୧ ମସିହାରେ ଆସିଥିବା ବହୁ ପ୍ରସିଦ୍ଧ ଫିଲ୍ମ ସୌଦାଗରର ରିମେକରେ ଏହି ଦୁହିଁଙ୍କୁ ଆଣିବାକୁ ଚାହୁଁଛନ୍ତି ଭଂସାଲୀ।

ସୌଦାଗର ଫିଲ୍ମ ଅଭିନେତା ଦିଲୀପ୍ କୁମାର ଏବଂ ରାଜ କୁମାରଙ୍କ ବନ୍ଧୁତା ଉପରେ ଆଧାରିତ ଥିଲା। ଯେଉଁଥିରେ କି କିଛି ଭୁଲ ବୁଝାବଣା ପାଇଁ ଉଦ୍ଭୟଙ୍କ ମଧ୍ୟରେ ଶତ୍ରୁତା ହୋଇଯାଇଥିଲା। ତେବେ ଏହି ସୁପରହିଟ ଫିଲ୍ମର କାହାଣୀ ସଲମାନ ଏବଂ ଶାହାରୁଖଙ୍କ ବାସ୍ତବିକ୍ ଜୀବନ ସହ ଅନେକ ସାମଞ୍ଜ୍ଯସ ରଖୁଛି। ଏହି ଫିଲ୍ମ ସ୍କ୍ରିପ୍ଟର ପ୍ରସ୍ତୁତି ଚାଲିଥିବା ବେଳେ ଆସନ୍ତା ବର୍ଷ ଏହାର ସୁଟିଂ ଆରମ୍ଭ ନେଇ ସୂଚନା ରହିଛି।  ତେବେ ଏହି ଫିଲ୍ମ ବିଷୟରେ କୌଣସି ଆଧିକାରୀକ ଘୋଷଣା ହୋଇନଥିବା ବେଳେ ଏନେଇ ଦର୍ଶକଙ୍କ ମନରେ ଭାରି ରହିଛି ଉତ୍ସାହ।

KNews Bureau

Recent Posts

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

14 mins ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

18 mins ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

51 mins ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

1 hour ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

2 hours ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

2 hours ago