ଧମାକେଦାର ରିମେକ୍ ସହିତ ପୁଣି ଏକାଠି ନଜର ଆସିପାରନ୍ତି ଶାହାରୁଖ –ସଲମାନ

ମୁମ୍ବାଇ : ବଲିଉଡ଼ର ଦୁଇ ଟାଇଗର ଶାହାରୁଖ ଏବଂ ସଲମାନଙ୍କ ବନ୍ଧୁତା ଏବଂ ଝଗଡ଼ା ସବୁବେଳେ ମିଡ଼ିଆରେ ଚର୍ଚ୍ଚାରେ ରହିଥାଏ। ତେବେ ଏହି ବକ୍ଳବ୍ଳାଷ୍ଟର ଦୁଇ କଳାକାରଙ୍କୁ ଏକା ସହିତ ପରଦା ଉପରେ ଦେଖିବା କାହାକୁ ବା ନାପସନ୍ଦ। ଖୁବ୍ ଶୀଘ୍ର ଦର୍ଶକଙ୍କ ଇଛା ପୂରା ହେବାକୁ ଯାଉଛି,କାରଣ ରିପୋର୍ଟ ମୁତାବକ ଦୁଇ କଳାକାର ଏକ ସୁପରହିଟ ଫିଲ୍ମର ରିମେକ୍ ନଜର ଆସିବାକୁ ଯାଉଛନ୍ତି।
ମିଳିଥିବା ସୂଚନା ମୂତାବକ, ବଲିଉଡ଼ର ଜଣାଣୁଣା ନିର୍ଦ୍ଦେଶକ ସଂଞ୍ଜୟ ଲୀଲା ଭଂସାଲୀ ଏହି ଦୁଇ କଳାକାରଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବାର ନିଷ୍ପତି ନେଇଛନ୍ତି। ୧୯୯୧ ମସିହାରେ ଆସିଥିବା ବହୁ ପ୍ରସିଦ୍ଧ ଫିଲ୍ମ ସୌଦାଗରର ରିମେକରେ ଏହି ଦୁହିଁଙ୍କୁ ଆଣିବାକୁ ଚାହୁଁଛନ୍ତି ଭଂସାଲୀ।
ସୌଦାଗର ଫିଲ୍ମ ଅଭିନେତା ଦିଲୀପ୍ କୁମାର ଏବଂ ରାଜ କୁମାରଙ୍କ ବନ୍ଧୁତା ଉପରେ ଆଧାରିତ ଥିଲା। ଯେଉଁଥିରେ କି କିଛି ଭୁଲ ବୁଝାବଣା ପାଇଁ ଉଦ୍ଭୟଙ୍କ ମଧ୍ୟରେ ଶତ୍ରୁତା ହୋଇଯାଇଥିଲା। ତେବେ ଏହି ସୁପରହିଟ ଫିଲ୍ମର କାହାଣୀ ସଲମାନ ଏବଂ ଶାହାରୁଖଙ୍କ ବାସ୍ତବିକ୍ ଜୀବନ ସହ ଅନେକ ସାମଞ୍ଜ୍ଯସ ରଖୁଛି। ଏହି ଫିଲ୍ମ ସ୍କ୍ରିପ୍ଟର ପ୍ରସ୍ତୁତି ଚାଲିଥିବା ବେଳେ ଆସନ୍ତା ବର୍ଷ ଏହାର ସୁଟିଂ ଆରମ୍ଭ ନେଇ ସୂଚନା ରହିଛି। ତେବେ ଏହି ଫିଲ୍ମ ବିଷୟରେ କୌଣସି ଆଧିକାରୀକ ଘୋଷଣା ହୋଇନଥିବା ବେଳେ ଏନେଇ ଦର୍ଶକଙ୍କ ମନରେ ଭାରି ରହିଛି ଉତ୍ସାହ।