୩୦ର ହେଲେ ବିରାଟ କୋହଲି, ହରିଦ୍ବାର ଆଶ୍ରମରେ ପତ୍ନୀଙ୍କ ସହ ମନାଉଛନ୍ତି ଜନ୍ମଦିନ

ହରିଦ୍ବାର : ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଆଜି ୩୦ ବର୍ଷରେ ପାଦ ଦେଇଛନ୍ତି । ତେବେ ତାଙ୍କର ଜନ୍ମଦିନ ପାଳନ କରିବା ପାଇଁ ସେ ଗୁପ୍ତ ଭାବେ ପତ୍ନୀଙ୍କ ସହ ପହଞ୍ଚିଛନ୍ତି ଉତ୍ତରାଖଣ୍ଡରେ। ବିବାହ ପରେ ବିରାଟଙ୍କର ଏହା ପ୍ରଥମ ଜନ୍ମଦିନ ହୋଇଥିବା ବେଳେ ଏହାକୁ ସେ ତାଙ୍କ ପତ୍ନୀଙ୍କ ସହ ପର୍ବତାଞ୍ଚଳ ନରେନ୍ଦ୍ର ନଗରରେ ବିତାଇବା ପାଇଁ ନିର୍ଣ୍ଣୟ ନେଇଛନ୍ତି। ସୂଚନା ଅନୁଯାୟୀ, କୋହଲି ତାଙ୍କ ଜନ୍ମଦିନ ଅନୁଷ୍କାଙ୍କ ଅଧ୍ୟାତ୍ମିକ ଗୁରୁଙ୍କ ଆଶ୍ରମରେ ପାଳନ କରୁଛନ୍ତି ।
ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡର ଅଭିନେତ୍ରୀ ଅନୁଷ୍କାଙ୍କ ଶର୍ମା ଆଧ୍ୟାତ୍ମିକ ଗୁରୁ ଅନନ୍ତ ବାବା ପାଟିଲଙ୍କୁ ବହୁତ ମାନନ୍ତି। ଏପରିକି ବିବାହ ପୂର୍ବରୁ ବାବାଙ୍କ ଆଶୀର୍ବାଦ ନେବା ପାଇଁ ବିରୁଷ୍କା ହରିଦ୍ବାରସ୍ଥିତ ତାଙ୍କର ଆଶ୍ରମକୁ ଯାଇଥିଲେ। ତେଣୁ ଏବେ କୋହଲିଙ୍କ ଜନ୍ମଦିନ ଅବସରରେ ବାବାଙ୍କ ଆଶୀର୍ବାଦ ନେବାକୁ ଯାଇଥିବା କୁହାଯାଉଛି। ନିକଟରେ ଏକ ଇଣ୍ଟରଭ୍ଯୁ ସମୟରେ ବିରାଟ କହିଥିଲେ ତାଙ୍କୁ ଉତ୍ତରାଖଣ୍ଡର ପରିବେଶ ଖୁବ ଭଲ ଲାଗିଥାଏ। ଏଠାରେ ତାଙ୍କୁ ଏକ ଭିନ୍ନ ପ୍ରକାରର ଆଧ୍ୟାତ୍ମିକ ଶାନ୍ତି ଅନୁଭୂତ ହୋଇଥାଏ। ହୁଏତ ଏହି କାରଣରୁ ଜନ୍ମଦିନ ପାଳନ ପାଇଁ ଏଇ ଜାଗା ବାଛିଛନ୍ତି ଏହି ସେଲିବ୍ରିଟି କପଲ୍ ।
କ୍ଯାରିୟର ବିଷୟରେ ଯଦି କୁହାଯାଏ ତେବେ ବର୍ତ୍ତମାନ ଅନୁଷ୍କା ତାଙ୍କର ଆଗାମୀ ଫିଲ୍ମ ‘ଜିରୋ’ର ପ୍ରମୋସନରେ ଲାଗିଥିବା ବେଳେ ବିରାଟଙ୍କ ସାମ୍ନାରେ ରହିଛି ଅଷ୍ଟ୍ରେଲିଆ ସହିତ ଟି-ଟ୍ବେଣ୍ଟି ସିରିଜ୍ । ଯାହା ଜଣାପଡ଼ିଛି ଜନ୍ମଦିନ ପାଳନ ପରେ ଦୀପାବଳି ଦିନ ବିରୁଷ୍କା ମୁମ୍ବାଇରେ ପହଞ୍ଚିଯିବେ।
ସେପଟେ ବିସିସିଆଇ ପକ୍ଷରୁ ଭିନ୍ନ ଭାବେ ଜନ୍ମଦିନର ଶୁଭେଚ୍ଛା ଜଣା ଯାଇଛି ।
Wishes galore for the Indian captain from the team as he celebrates his 30th Birthday. Here’s to many more match-winning moments and 🏆🏆 in the cabinet.
Full video here – https://t.co/MCnjtfoIuD pic.twitter.com/Yr83r8LPyS
— BCCI (@BCCI) 5 November 2018