ମନୋରଂଜନ

ସାଙ୍ଗକୁ ଦେଖି ହସିଲେ ଶ୍ରେୟସ, ଖୁବଶୀଘ୍ର ହେବେ ହସପିଟାଲରୁ ଡିସଚାର୍ଜ

ବଲିଉଡ ଅଭିନେତା ଶ୍ରେୟସ ତଲପଡେ ହୃଦଘାତରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୂର୍ବାପେକ୍ଷା ଭଲ ରହିଛି । ଆଉ ଖୁବଶୀଘ୍ର ହସପିଟାଲ ଡିସଚାର୍ଜ ହେବେ ବୋଲି ଖବର ମିଳିଛି । ଗତ ୧୪ ତାରିଖରେ ଶ୍ରେୟସଙ୍କୁ ହୃଦଘାତ ହୋଇଥିଲା । ଏହାପରେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ଶ୍ରେୟସଙ୍କ ନିକଟତମ ବନ୍ଧୁ ସୋହମ ଶାହ କହିଛନ୍ତି, ଶ୍ରେୟସଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଛି । ଏବେ ତାଙ୍କ ସ୍ଥିତି ଭଲ ରହିଛି । ଡକ୍ଟର ତାଙ୍କୁ ଆଜି ରାତି କିମ୍ବା କାଲି ସକାଳେ ଡିସଚାର୍ଜ କରିପାରନ୍ତି । ସେ ଆଜି ମୋତେ ଦେଖି ହସିଛି । ଯାହା ଆମ ସମସ୍ତଙ୍କ ପାଇଁ ଆଶ୍ୱସ୍ତିକର ଖବର ।

ଏହାଛଡା ଶ୍ରେୟସଙ୍କ ପତ୍ନୀ ଦୀପ୍ତିଙ୍କ ପ୍ରଶଂସା କରିଛନ୍ତି ତାଙ୍କ ସାଙ୍ଗ । ଶ୍ରେୟସଙ୍କୁ ହାର୍ଟଆଟାକ ଆସିବା ମାତ୍ରେ ସଙ୍ଗେ ସଙ୍ଗେ ତାଙ୍କୁ ହସପିଟାଲରେ ଭର୍ତ୍ତି କରିବା ବେଶ୍‌ ଚ୍ୟାଲେଞ୍ଜପୂର୍ଣ୍ଣ । ଏଭଳି ସମୟରେ ଧୈର୍ଯ୍ୟର ସହିତ ନିଜକୁ ସମ୍ଭାଳି ତାଙ୍କୁ ହପସିଟାଲରେ ଭର୍ତ୍ତି କରିବା ନିଶ୍ଚିତ ପ୍ରଶଂସାଯୋଗ୍ୟ ।

ସୂଚନାଯୋଗ୍ୟ, ଶ୍ରେୟସଙ୍କ ହୃଦସ୍ପନ୍ଦନ ଦୀର୍ଘ ୧୦ ମିନିଟ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା । ଏହାର ସୂଚନା ବବି ଦେଓ୍ଵଲ ଦେଇଥିଲେ । ୪୭ ବର୍ଷୀୟ ଅଭିନେତା ଶ୍ରେୟସ୍ ତଲପଡେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ୱେଲକମ୍ ଟୁ ଜଙ୍ଗଲ’ର ସୁଟିଂ କରୁଥିଲେ। ସେଠାରେ ସେ ସ୍ୱାଭାବିକ ଥିବା ବେଳେ ସହ ଅଭିନେତାଙ୍କ ସହ ମଜାମସ୍ତି ବି କରିଥିଲେ। ମାତ୍ର ସୁଟିଂ ସରିବା ପରେ ପରେ ହଠାତ୍‌ ତଲପଡେଙ୍କୁ ହୃଦଘାତ ହୋଇଥିଲା। ଏହାପରେ ସେ ଅଚାନକ୍ ତଳେ ବେହୋସ୍ ହୋଇ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ।

ଶ୍ରେୟସ ତଲପଡେ ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି । ସେ ଦିଲ୍ ଦୋସ୍ତି ଏକ୍ସଟ୍ରା, ଗୋଲମାଲ୍, ହମ୍ ତୁମ୍ ଶବାନା, ପୋଷ୍ଟର ବୟ, ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । ଇକବାଲ ଚଳଚ୍ଚିତ୍ର ପାଇଁ ତାଙ୍କୁ ବହୁତ ପ୍ରଶଂସା କରାଯାଇଥିଲା। ସେ ନାସିରୁଦ୍ଦିନ ଶାହାଙ୍କ ସହ ଏହି ଫିଲ୍ମରେ ଅଭିନୟ କରିଥିଲେ ।

Swagatika

Recent Posts

କବାଟ ତାଡ଼ି ସୁନା ଲୁଟିନେଲେ ଦୁର୍ବୃତ୍ତ, ପୋଲିସ ତଦନ୍ତ ଜାରି

ତାଳଚେର : କବାଟ ତାଡ଼ି ସୁନା ଲୁଟିନେଲେ ଦୁର୍ବୃତ୍ତ । ତାଳଚେର ବାଘମରାଠାରେ ହୋଇଛି ଏହି ଚୋରି । ଘରେ…

33 mins ago

ସଲମାନ ଖାନଙ୍କୁ ଜୀବନରୁ ମାରିଦେବାକୁ ଧମକ, FIR ପଞ୍ଜିକୃତ; ରାଜସ୍ଥାନରୁ ଅଭିଯୁକ୍ତ ଗିରଫ

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ମିଳିଛି ହତ୍ୟା ଧମକ । ଏହି ଘଟଣାରେ ମୁମ୍ବାଇ ସାଉଥ୍‌ ସାଇବର ଥାନାରେ…

39 mins ago

ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ତିନି ରଥର…

59 mins ago

ଗ୍ରୀଷ୍ମ ଋତୁରେ ଶରୀରରେ ଦେଖାଦେଇ ପାରେ ଭିଟାମିନ୍‌ Dର ଅଭାବ, ବୟସ୍କ ଲୋକଙ୍କୁ ରହିଥାଏ ଅଧିକ ବିପଦରେ

ବର୍ତ୍ତମାନ ସମସ୍ତ ସ୍ଥାନରେ ପ୍ରବଳ ଖରା ହେଉଛି । ଲୋକମାନଙ୍କ ପାଇଁ ଏହି ଗରମ ସହିବ ବହୁତ କଷ୍ଟକର ହୋଇପଡିଛି…

1 hour ago

ଆଜି ହେଉଛି ତିନି ଦିନିଆ ରଜ ଉତ୍ସବର ଶେଷ ଦିନ, ଆସନ୍ତାକାଲି ବସୁମତି ସ୍ନାନ

ରାତି ପାହିଲେ ହେବ ବସୁମତୀ ସ୍ନାନ । ତେଣୁ ଆଜି ହେଉଛି ସେହି ରଜ ପର୍ବର ଶେଷ ଦିନ ।…

1 hour ago

ଜମି ଜମା ବିବାଦକୁ ନେଇ କରୁଣ ପରିଣିତି, ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା

ମୟୁରଭଞ୍ଜ : ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭୁଲିଗଲା ସବୁ ସମ୍ପର୍କ । ପିଲାଦିନେ ଯେଉଁ…

1 hour ago