Categories: ମନୋରଂଜନ

ସୋନାଙ୍କ ଆଉ ଏକ ପବ୍ଲିକ୍‌ ଷ୍ଟଣ୍ଟ, ତେନ୍ଦୁଲକରଙ୍କୁ ଟାର୍ଗେଟ କଲେ ଓଡିଆ ଗାୟିକା

ବିବାଦୀୟ ମନ୍ତବ୍ୟ ଦେଇ ଗାୟିକା ସୋନା ମହାପାତ୍ର ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ସୋନା ଏପରି କିଛି ଦାବି କରି କ୍ରିକେଟର ଭଗବାନ ତଥା ଭାରତରତ୍ନ ସଚିନ୍ ତେନ୍ଦୁଲକରଙ୍କ ଉପରେ ସୋସିଆଲ ମିଡିଆରେ ମିଡିଆରେ ଆକ୍ରମଣ କରିଛନ୍ତି। ନିକଟରେ ଇଣ୍ଡିଆନ୍ ଆଇଡଲ୍ରେ କିଛି ପ୍ରତିଯୋଗୀଙ୍କ ପ୍ରଦର୍ଶନ ସଚିନଙ୍କ ମନକୁ ବେଶ୍ ଛୁଇଁଥିଲା। ସେ ରାହୁଲ, ଚେଲ୍ସୀ, ଦିବସ ଓ ସନିଙ୍କ ପରି ୪ ଜଣ ପ୍ରତିଯୋଗୀଙ୍କ ଫଟୋକୁ ତାଙ୍କ ଟ୍ୱିଟର ପେଜ୍ରେ ପୋଷ୍ଟ କରିଥିଲେ ଓ ସେମାନେ ଭବିଷ୍ୟତରେ ବହୁତ ଆଗକୁ ଯିବେ ବୋଲି ଲେଖିଥିଲେ।

ସଚିନଙ୍କର ଏହି ଟ୍ୱିଟ୍ ପ୍ରତିକ୍ରିୟା ଦେଇ ସୋନା ଲେଖିଛନ୍ତି, “ଡିୟର ସଚିନ, କ’ଣ ଆପଣ ମହିଳାଙ୍କ ‘ମିଠୁ’ ଅଭିଯାନ ବିଷୟରେ ଅବଗତ ଅଛନ୍ତି, ଯେଉଁଥିରେ ଅନେକ ମହିଳା ଏପରିକି କିଛି ନାବାଳିକା ଅନୁ ମଲିକଙ୍କ ବିଷୟରେ ସର୍ବସାଧାରଣରେ କହିଥିଲେ। ସେମାନଙ୍କ ସହିତ ଘଟିଥିବା ଦୁଃଖଦ ଘଟଣା କଣ କିଛି ମନେ ରଖି ନାହଁ କି ସେଥିରୁ ଗୋଟିଏ ବି ଆପଣଙ୍କ ମନକୁ ଛୁଇଁ ନାହିଁ।”

ଏହାସହ ପଢନ୍ତୁ: ଅନୁ ମଲ୍ଳିକଙ୍କ ବିରୋଧରେ ଆସିଲା ଅସଦାଚରଣ ଅଭିଯୋଗ, ୨୧ ବର୍ଷ ବୟସରେ ଏହି ସିଙ୍ଗରଙ୍କ ସହ କରିଥିଲେ ଦୁର୍ବ୍ୟବହାର

ରିପୋର୍ଟ ଅନୁଯାୟୀ ‘ମିଠୁ’ ଅଭିଯାନ ପରଠାରୁ ସୋନା ଲଗାତାର ଭାବରେ ଅନୁ ମଲିକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ଆସୁଛନ୍ତି। କେବଳ ସୋନା ନୁହନ୍ତି, ଶ୍ୱେତା ପଣ୍ଡିତ ମଧ୍ୟ ‘ଇଣ୍ଡିଆନ୍ ଆଇଡଲ୍’ର ଗତ ସିଜିନ୍ ବେଳେ ଅନୁଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଏବେ ଏଥିରେ ଗାୟିକା ନେହା ଭାସିନ୍ ମଧ୍ୟ ସାମିଲ ହୋଇଛନ୍ତି।

KNews Bureau

Recent Posts

ଆଇଫୋନରେ ମିଳୁଛି ୨୧% ଡିସକାଉଣ୍ଟ, ଶୀଘ୍ର ଉଠାନ୍ତୁ ଅଫରର ଲାଭ

ଯଦି ଆପଣ ଆଇଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ବର୍ତ୍ତମାନ ଇ-କମର୍ସ…

31 mins ago

ଆଜି କଂଗ୍ରେସ ୱାର୍କିଂ କମିଟି ବୈଠକ, ବିରୋଧୀ ଦଳ ନେତା ହୋଇପାରନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ଫଳାଫଳ ପରେ ଆଜି ବସିବ କଂଗ୍ରେସ ୱାର୍କିଂ କମିଟି ବୈଠକ । ଏଥିରେ ଦଳର…

58 mins ago

ପୁଣି ଟିଟ୍ବେଣ୍ଟି ବିଶ୍ବକପରେ ବଡ଼ ବିପର୍ଯ୍ୟୟ, ନ୍ୟୁଜିଲାଣ୍ଡକୁ ହରାଇଲା ଆଫଗାନିସ୍ତାନ

ଟି୨୦ ବିଶ୍ବକପରେ ପୁଣି ବଡ଼ ଓଲଟପାଲଟ । ସର୍ପରାଇଜ୍ ଦେଲା ଆଫଗାନିସ୍ତାନ । ହାରିଲା ନ୍ୟୁଜିଲାଣ୍ଡ । ୧୬୦ ରନର…

1 hour ago

ଭାରସାମ୍ଯ ହରାଇ ଓଲଟିଲା ଯାତ୍ରୀବାହୀ ବସ, ୬ ଗୁରୁତର

ଜଳେଶ୍ବର (କେନ୍ୟୁଜ): ପଶ୍ଚିମବଙ୍ଗର ୧୬ ନମ୍ବର ଜାତୀୟ ରାଜପଥ ନାରାୟଣଗଡ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବିଳମ୍ବିତ…

1 hour ago

ଜଳପ୍ରପାତରେ ଗାଧୋଇବା ପାଇଁ ପ୍ଲାନ୍‌ କରିଥିଲେ ସବୁ ସାଙ୍ଗ, କିନ୍ତୁ ଚାଲିଗଲା ଜଣଙ୍କ ଜୀବନ

ରାୟଗଡ଼ା(କେନ୍ୟୁଜ): ମୃତ୍ୟୁ କେତେବେଳେ ଯେ ଆସେ ତାର ସମୟ ନଥାଏ । ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ । କିନ୍ତୁ…

1 hour ago

ପେଟ୍ରୋଲ ଓ ଡିଜେଲ ଦରରେ ହେଲା ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍‌

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୭ ପଇସା ରହିଛି ।…

2 hours ago