ସୋନାଙ୍କ ଆଉ ଏକ ପବ୍ଲିକ୍‌ ଷ୍ଟଣ୍ଟ, ତେନ୍ଦୁଲକରଙ୍କୁ ଟାର୍ଗେଟ କଲେ ଓଡିଆ ଗାୟିକା

ବିବାଦୀୟ ମନ୍ତବ୍ୟ ଦେଇ ଗାୟିକା ସୋନା ମହାପାତ୍ର ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ସୋନା ଏପରି କିଛି ଦାବି କରି କ୍ରିକେଟର ଭଗବାନ ତଥା ଭାରତରତ୍ନ ସଚିନ୍ ତେନ୍ଦୁଲକରଙ୍କ ଉପରେ ସୋସିଆଲ ମିଡିଆରେ ମିଡିଆରେ ଆକ୍ରମଣ କରିଛନ୍ତି। ନିକଟରେ ଇଣ୍ଡିଆନ୍ ଆଇଡଲ୍ରେ କିଛି ପ୍ରତିଯୋଗୀଙ୍କ ପ୍ରଦର୍ଶନ ସଚିନଙ୍କ ମନକୁ ବେଶ୍ ଛୁଇଁଥିଲା। ସେ ରାହୁଲ, ଚେଲ୍ସୀ, ଦିବସ ଓ ସନିଙ୍କ ପରି ୪ ଜଣ ପ୍ରତିଯୋଗୀଙ୍କ ଫଟୋକୁ ତାଙ୍କ ଟ୍ୱିଟର ପେଜ୍ରେ ପୋଷ୍ଟ କରିଥିଲେ ଓ ସେମାନେ ଭବିଷ୍ୟତରେ ବହୁତ ଆଗକୁ ଯିବେ ବୋଲି ଲେଖିଥିଲେ।

sonaସଚିନଙ୍କର ଏହି ଟ୍ୱିଟ୍ ପ୍ରତିକ୍ରିୟା ଦେଇ ସୋନା ଲେଖିଛନ୍ତି, “ଡିୟର ସଚିନ, କ’ଣ ଆପଣ ମହିଳାଙ୍କ ‘ମିଠୁ’ ଅଭିଯାନ ବିଷୟରେ ଅବଗତ ଅଛନ୍ତି, ଯେଉଁଥିରେ ଅନେକ ମହିଳା ଏପରିକି କିଛି ନାବାଳିକା ଅନୁ ମଲିକଙ୍କ ବିଷୟରେ ସର୍ବସାଧାରଣରେ କହିଥିଲେ। ସେମାନଙ୍କ ସହିତ ଘଟିଥିବା ଦୁଃଖଦ ଘଟଣା କଣ କିଛି ମନେ ରଖି ନାହଁ କି ସେଥିରୁ ଗୋଟିଏ ବି ଆପଣଙ୍କ ମନକୁ ଛୁଇଁ ନାହିଁ।”

ଏହାସହ ପଢନ୍ତୁ: ଅନୁ ମଲ୍ଳିକଙ୍କ ବିରୋଧରେ ଆସିଲା ଅସଦାଚରଣ ଅଭିଯୋଗ, ୨୧ ବର୍ଷ ବୟସରେ ଏହି ସିଙ୍ଗରଙ୍କ ସହ କରିଥିଲେ ଦୁର୍ବ୍ୟବହାର

ରିପୋର୍ଟ ଅନୁଯାୟୀ ‘ମିଠୁ’ ଅଭିଯାନ ପରଠାରୁ ସୋନା ଲଗାତାର ଭାବରେ ଅନୁ ମଲିକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ଆସୁଛନ୍ତି। କେବଳ ସୋନା ନୁହନ୍ତି, ଶ୍ୱେତା ପଣ୍ଡିତ ମଧ୍ୟ ‘ଇଣ୍ଡିଆନ୍ ଆଇଡଲ୍’ର ଗତ ସିଜିନ୍ ବେଳେ ଅନୁଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଏବେ ଏଥିରେ ଗାୟିକା ନେହା ଭାସିନ୍ ମଧ୍ୟ ସାମିଲ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.