Below header

ଯଦି ଆପଣ ମଧ୍ୟ ଜାଣିଛନ୍ତି ଏହିସବୁ ବିଦେଶୀ ଭାଷା, ତେବେ ଚାକିରି କରିବାରେ କେହି ଦେବେନି ବାଧା

ସମଗ୍ର ଦୁନିଆରେ ଅନେକ ପ୍ରକାର ସମ୍ଭାବନା ଭରି ରହିଛି। କିନ୍ତୁ ଆଜି ବି ଅନେକ ଛାତ୍ରଛାତ୍ରୀ ଡାକ୍ତର, ଇଂଜିନିୟର, ମ୍ୟାନେଜମେଣ୍ଟ ଏବଂ ଆଇଟି ଭଳି ସେକ୍ଟରରେ ଚାକିରି କରିବା ପାଇଁ ପ୍ରଥମେ ପ୍ରାଥମିକତା ଦେଇଥାନ୍ତି। କିନ୍ତୁ ବିଦେଶୀ ଭାଷା ଜାଣିବା ଦ୍ୱାରା ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ଚାକିରି କରିବା ପାଇଁ ସୁଯୋଗ ମିଳିବ। ଫ୍ରେଞ୍ଚ, ଜର୍ମାନ, ସ୍ପେନିସ, ଅରୋବିକ, କୋରିଆନ, ଜାପାନ, ଚାଇନିଜ, ଇଟାଲିଅନ, ରଷିୟାନ ଏବଂ ପାର୍ସୀ ଭଳି ବିଦେଶୀ ଭାଷା ଶିଖି ରୋଜଗାର ମଧ୍ୟ କରିପାରିବେ।

କ’ଣ ରହିଛି ଫାଇଦା :

ଭାଷାରୁ ଆମ୍ଭେମାନେ ବ୍ୟାକରଣ ଏବଂ ଉଚ୍ଚାରଣ ଶିଖିଥାଉ। ଏତିକି ନୁହେଁ, ଏହାଦ୍ୱାରା ସମଗ୍ର ବିଶ୍ୱର ଇତିହାସ ଏବଂ ସଂସ୍କୃତି ବିଷୟରେ ମଧ୍ୟ ଜାଣିବାକୁ ପାଉଥାଉ। ଏହି ଭାଷା ଶିଖି ଆପଣମାନେ ଅନେକ ରୋଜଗାର କରିପାରିବେ। ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ସ୍କୁଲ ସ୍ତରରେ ମାତୃଭାଷା ସହିତ କୌଣସି ବିଦେଶୀ ଭାଷା ଶିଖୁଥିବା ଛୋଟ ପିଲା ନିଜର ବିଚାରକୁ ସ୍ପଷ୍ଟତାକୁ ଭଲ ଭାବେ ବୁଝିଥାନ୍ତି। ଏଥିପାଇଁ ନୂଆ ଭାଷା ଶିଖିବା ଦ୍ୱାରା ଜୀବନ କୌଶଳ ବୃଦ୍ଧି ହୋଇଥାଏ।

foreign book

ମେକ୍‌ ଇନ ଇଣ୍ଡିଆ ଜରିଆରେ ମଲ୍ଟିନ୍ୟାସନାଲ କମ୍ପାନୀ ନିଜର ଟ୍ରେଡ ପାଇଁ ବିଭିନ୍ନ ଦେଶରେ ଅଫିସ ଏବଂ କାରବାର ସ୍ଥାପିତ କରିଛନ୍ତି। ଏପରି ବହୁତ କମ୍ପାନୀ ରହିଛି, ଯେଉଁଠାରେ ଇଂଲିଶ ବଦଳରେ ନିଜର ଆଞ୍ଚଳିକ ଭାଷାରେ କାର୍ଯ୍ୟ କରିବା ପାଇଁ ପ୍ରାଥମିକତା ଦିଆଯାଉଛି। ଏପରି କମ୍ପାନୀର ଅଧିକାରୀ ଭାରତୀୟ ଲୋକଙ୍କ ସହିତ କାମ କରିବା ପାଇଁ ଇଂଲିଶ ଭାଷାରେ କଥା ହେବାକୁ ଚାହୁଁନାହାନ୍ତି। ଯଦି ଆପଣ ବିଦେଶୀ ଭାଷା ଶିଖିଛନ୍ତି, ତେବେ ଏହି କ୍ଷେତ୍ରରେ ଆପଣ ଚାକିରି କରିପାରିବେ।

ଯୋଗ୍ୟତା :

କୌଣସି ବିଦେଶୀ ଭାଷା ଶିଖିବା ପାଇଁ ଆପଣଙ୍କୁ କୌଣସି ବିଶେଷ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନାହିଁ। ଦ୍ୱାଦଶ ପଢିବ ପରେ ଆପଣ କୌଣସି ବିଶ୍ୱବିଦ୍ୟାଳୟରୁ ପାର୍ଟଟାଇମ ଏବଂ ଫୁଲ ଟାଇମ ସାର୍ଟିଫିକେଟ କୋର୍ସ କରିପାରିବେ। ଏହାପରେ ଆପଣ ଫ୍ରଫେସନାଲ ସ୍ତରରେ ମଧ୍ୟ ଶିକ୍ଷାଲାଭ କରିପାରିବେ।

Job opportunities

ପ୍ରମୁଖ ସଂସ୍ଥାନ :

ଜବାହାର ଲାଲ ୟୁନିଭରସିଟି, ନୂଆଦିଲ୍ଲୀ
ବନାରସ ହିନ୍ଦୁ ୟୁନିଭରସିଟି
ଇନ୍ଦିରାଗାନ୍ଧୀ ନ୍ୟାସନାଲ ଓପନ ୟୁନିଭରସିଟି
ଲେଗମା ସ୍କୁଲ ଅଫ ଲାଙ୍ଗୁଏଜ, ଦିଲ୍ଲୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.