ମନୋରଂଜନ

ବିନା ଅନୁମତିରେ ସୁନୀଲ ସେଟ୍ଟୀଙ୍କ ଫଟୋ ଉପଯୋଗ କରି ଆର୍ଥିକ ଶୋଷଣ, ପ୍ରଡକ୍ସନ କମ୍ପାନୀ ବିରୋଧରେ ପୋଲିସରେ କଲେ ଅଭିଯୋଗ

ବଲିଉଡ୍‌ ଆକ୍ଟର ସୁନୀଲ ସେଟ୍ଟୀ ଏକ ପ୍ରଡକ୍ସନ କମ୍ପାନୀ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ହେଲା, ଫିଲ୍ମ ନିର୍ମାଣ କମ୍ପାନୀ ‘ବାଲାଜୀ ମିଡିଆ ଫିଲ୍ମସ ପ୍ରାଇଭେଟ ଲିମିଟେଡ୍‌’ ବିନା ତାଙ୍କ ଅନୁମତିରେ ଫିଲ୍ମର ପୋଷ୍ଟରରେ ତାଙ୍କ ଫଟୋ ଉପଯୋଗ କରିଛି। ସେ କହିଛନ୍ତି ଯେ ଫିଲ୍ମ ନିର୍ମାତା ଏକ ପୋଷ୍ଟର ବନାଇ ଭାଇରାଲ କରୁଛି ଏବଂ ତାଙ୍କୁ ଆର୍ଥିକ ଶୋଷଣ କରୁଛି। ତେବେ ଏହାକୁ ସେ ସମ୍ପୂର୍ଣ୍ଣ ପ୍ରତାରଣା ବୋଲି କହିଛନ୍ତି।

ସୁନୀଲ ସେଟ୍ଟୀଙ୍କ କହିବା ହେଲା, ତାଙ୍କୁ ଆଦୌ ଜଣା ନ ଥିଲା କି, ଏହି ଫିଲ୍ମ କାହାର ଏବଂ କିଏ ଏହି ଲୋକ। ଏପରିକି, ସେ ଏହି ଫିଲ୍ମକୁ ସାଇନ ମଧ୍ୟ କରିନାହାନ୍ତି। କମ୍ପାନୀ ପୂରାପୂରି କଳାକାରଙ୍କୁ ପ୍ରତାଡ଼ିତ କରୁଛି। କମ୍ପାନୀ ତାଙ୍କ ନାଁକୁ ଦୂରୁପଯୋଗ କରି ଫିଲ୍ମ ଫାଇନାନ୍ସ କରିବାକୁ ଚାହୁଁଛି। ଏହା ତାଙ୍କ ପ୍ରତିଷ୍ଠାକୁ ବି ଠୋସ୍‌ ପହଞ୍ଚାଉଛି, ଯେଉଁଥିପାଇଁ ସେ ଅଭିଯୋଗ କରିବାକୁ ନିର୍ଣ୍ଣୟ ନେଇଥିଲେ।

ତେବେ କେବଳ ସୁନୀଲ ସେଟ୍ଟୀ ନୁହନ୍ତି, ବବି ଦେଓ୍ଵଲଙ୍କ ଫଟୋକୁ ବି ଉପଯୋଗ କରି ପୋଷ୍ଟର ବନାଯାଇଥିଲା। ଏହି ମାମଲାରେ ଏବେ ପ୍ରଡକ୍ସନ ହାଉସ ବୟାନ ଦେଇଛି ଏବଂ ଏହାକୁ ‘ଭୁଲ୍‌’ ବୋଲି କହିଛି। କମ୍ପାନୀର ମ୍ୟାନେଜର କହିଛନ୍ତି, ସେମାନେ କାହାଠୁ ବି କୌଣସି ପଇସା ନେଉନାହାନ୍ତି। ବାସ୍‌, ଆକ୍ଟରମାନଙ୍କ ଫଟୋ ଲଗାଇ ଦେଖୁଥିଲେ କି କେମିତି ଲାଗୁଛି। କିନ୍ତୁ କେହି ଜଣେ ତାଙ୍କ ପୋଷ୍ଟରକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛି। ଯଦିଓ ସେମାନେ ପରେ ଏହି ପୋଷ୍ଟରକୁ ଡିଲେଟ୍‌ କରିଦେଇଥିଲେ।

Roshni

Recent Posts

ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ନେବ ଭୀଷଣ ରୂପ, ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ବର : ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର ଜାରି କଲେ ସତର୍କ ସୂଚନା । ଏନେଇ…

32 mins ago

ମଣିଷ ଶରୀରରେ କେତେ ଉତ୍ତାପ ବହନ କରିବାର କ୍ଷମତା ରହିଛି ?

ବିଶ୍ୱର ଅନେକ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ହେତୁ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ଏହି ଉତ୍ତାପକୁ ସହ୍ୟ କରିବା…

1 hour ago

ହାତୀ ଆତଙ୍କ, ରାସ୍ତାରେ ରାତ୍ରି ଯାପନ କରୁଛନ୍ତି ଲୋକେ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର କଲମପୁର ଅଞ୍ଚଳରେ ଗତ କିଛିଦିନ ହେଲା ବଣୁଆ ହାତୀ ଆତଙ୍କ ଖେଲାଇଛି । କିଛି…

1 hour ago

ମହାରାଷ୍ଟ୍ର: ରାସାୟନିକ କାରଖାନାରେ ବଏଲର ଫାଟି ଭୟଙ୍କର ବିସ୍ଫୋରଣ, ୪ ମୃତ; ୩୦ ଆହତ

ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏକ ରାସାୟନିକ କାରଖାନାରେ ନିଆଁ ଲାଗିଥିବାର ଖବର ଆସିଛି । କାରଖାନା ଭିତରେ ବଏଲର ଫାଟିଯିବା…

2 hours ago

ଓଜନ କମ୍‌ କରିବା ପାଇଁ ଓ୍ଵାକ ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ ଜିନିଷ

ଯେକୌଣସି ସମୟରେ ଓ୍ଵାକିଂ କରିବା ହେଉଛି ସବୁଠାରୁ ସହଜ ଫିଟନେସ୍ ଏକ୍ସରସାଇଜ୍‌ । ତେବେ ପ୍ରତିଦିନ ଓ୍ଵାକ ଆପଣଙ୍କ ପୁରା…

2 hours ago

ସାଲେପୁର ବିଜୟ ସଂକଳ୍ପ ସମାବେଶରେ ଗୁରୁମନ୍ତ୍ର ଦେଲେ ଯୋଗୀ ଆଦିତ୍ୟନାଥ

ସାଲେପୁର : ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡିଶା ଗ୍ରସ୍ତରେ ଆସି ସାଲେପୁର କୁଳିଆ ଆର ଏମସି…

2 hours ago