ବିନା ଅନୁମତିରେ ସୁନୀଲ ସେଟ୍ଟୀଙ୍କ ଫଟୋ ଉପଯୋଗ କରି ଆର୍ଥିକ ଶୋଷଣ, ପ୍ରଡକ୍ସନ କମ୍ପାନୀ ବିରୋଧରେ ପୋଲିସରେ କଲେ ଅଭିଯୋଗ
ବଲିଉଡ୍ ଆକ୍ଟର ସୁନୀଲ ସେଟ୍ଟୀ ଏକ ପ୍ରଡକ୍ସନ କମ୍ପାନୀ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ହେଲା, ଫିଲ୍ମ ନିର୍ମାଣ କମ୍ପାନୀ ‘ବାଲାଜୀ ମିଡିଆ ଫିଲ୍ମସ ପ୍ରାଇଭେଟ ଲିମିଟେଡ୍’ ବିନା ତାଙ୍କ ଅନୁମତିରେ ଫିଲ୍ମର ପୋଷ୍ଟରରେ ତାଙ୍କ ଫଟୋ ଉପଯୋଗ କରିଛି। ସେ କହିଛନ୍ତି ଯେ ଫିଲ୍ମ ନିର୍ମାତା ଏକ ପୋଷ୍ଟର ବନାଇ ଭାଇରାଲ କରୁଛି ଏବଂ ତାଙ୍କୁ ଆର୍ଥିକ ଶୋଷଣ କରୁଛି। ତେବେ ଏହାକୁ ସେ ସମ୍ପୂର୍ଣ୍ଣ ପ୍ରତାରଣା ବୋଲି କହିଛନ୍ତି।
ସୁନୀଲ ସେଟ୍ଟୀଙ୍କ କହିବା ହେଲା, ତାଙ୍କୁ ଆଦୌ ଜଣା ନ ଥିଲା କି, ଏହି ଫିଲ୍ମ କାହାର ଏବଂ କିଏ ଏହି ଲୋକ। ଏପରିକି, ସେ ଏହି ଫିଲ୍ମକୁ ସାଇନ ମଧ୍ୟ କରିନାହାନ୍ତି। କମ୍ପାନୀ ପୂରାପୂରି କଳାକାରଙ୍କୁ ପ୍ରତାଡ଼ିତ କରୁଛି। କମ୍ପାନୀ ତାଙ୍କ ନାଁକୁ ଦୂରୁପଯୋଗ କରି ଫିଲ୍ମ ଫାଇନାନ୍ସ କରିବାକୁ ଚାହୁଁଛି। ଏହା ତାଙ୍କ ପ୍ରତିଷ୍ଠାକୁ ବି ଠୋସ୍ ପହଞ୍ଚାଉଛି, ଯେଉଁଥିପାଇଁ ସେ ଅଭିଯୋଗ କରିବାକୁ ନିର୍ଣ୍ଣୟ ନେଇଥିଲେ।
ତେବେ କେବଳ ସୁନୀଲ ସେଟ୍ଟୀ ନୁହନ୍ତି, ବବି ଦେଓ୍ଵଲଙ୍କ ଫଟୋକୁ ବି ଉପଯୋଗ କରି ପୋଷ୍ଟର ବନାଯାଇଥିଲା। ଏହି ମାମଲାରେ ଏବେ ପ୍ରଡକ୍ସନ ହାଉସ ବୟାନ ଦେଇଛି ଏବଂ ଏହାକୁ ‘ଭୁଲ୍’ ବୋଲି କହିଛି। କମ୍ପାନୀର ମ୍ୟାନେଜର କହିଛନ୍ତି, ସେମାନେ କାହାଠୁ ବି କୌଣସି ପଇସା ନେଉନାହାନ୍ତି। ବାସ୍, ଆକ୍ଟରମାନଙ୍କ ଫଟୋ ଲଗାଇ ଦେଖୁଥିଲେ କି କେମିତି ଲାଗୁଛି। କିନ୍ତୁ କେହି ଜଣେ ତାଙ୍କ ପୋଷ୍ଟରକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛି। ଯଦିଓ ସେମାନେ ପରେ ଏହି ପୋଷ୍ଟରକୁ ଡିଲେଟ୍ କରିଦେଇଥିଲେ।
Thank you for putting it out there Sami 🙏… more than using my picture and financial exploitation it is about exploiting young vulnerable talent!! https://t.co/kc168FDjKE
— Suniel Shetty (@SunielVShetty) March 4, 2021