ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ଚାହୁଁଛନ୍ତି କି ? ଗୁରୁବାର ନୁହେଁ ଶୁକ୍ରବାର ସନ୍ଧ୍ଯାରେ କରନ୍ତୁ ନିଶ୍ଚିତ ଏହି କାମ

ମା’ ଲକ୍ଷ୍ମୀଙ୍କୁ ଧନ, ସମ୍ପତ୍ତି, ଶାନ୍ତି ଏବଂ ସମୃଦ୍ଧିର ଦେବୀ ବୋଲି କୁହାଯାଏ। କେବଳ ଗୁରୁବାର ନୁହେଁ, ଶୁକ୍ରବାର ମା’ ଲକ୍ଷ୍ମୀଙ୍କ ପାଇଁ ସମର୍ପିତ। ଆଉ ଏପରି ମାନ୍ଯତା ରହିଛି କି, ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କ ପୂଜା କରିବା ଦ୍ବାରା ଧନ ସମ୍ବନ୍ଧୀୟ ସମସ୍ଯା ଦୂର ହୋଇଥାଏ।

ଶୁକ୍ରବାର ସନ୍ଧ୍ଯାରେ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ। ଏମିତି କଲେ ଘରେ ସୁଖ ସମୃଦ୍ଧି ଆସିଥାଏ, କଳହ ଦୂର ହୋଇଥାଏ ଏବଂ ନକାରାତ୍ମକ ଶକ୍ତି ଘର ଠାରୁ ଦୂର ହୋଇଥାଏ। ଯଦି ଆପଣ ଧନ ସହିତ ଜଡିତ ସମସ୍ଯାର ସାମ୍ନା କରୁଛନ୍ତି, ତେବେ ଶୁକ୍ରବାର ଦିନ ନିଶ୍ଚିତ ଭାବେ ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଏହା ସହିତ ଘରେ ଭିତରେ କିଛି କଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ।

ପ୍ରତିଦିନ ଘରେ ଆପଣ ନିଶ୍ଚିତ ଧୂନ ଏବଂ ଦୀପ ଦେଇ ପୂଜା କରୁଥିବେ। କିନ୍ତୁ ଶୁକ୍ରବାର ସନ୍ଧ୍ଯାରେ ଲକ୍ଷ୍ମୀଙ୍କ ପୂଜା ଏବଂ ଆରତୀ କରିବା ପରେ ଘରର ମୁଖ୍ଯ ଦ୍ବାରରେ ଦେଶୀ ଘିଅ ଦୀପ ଜଳାଇବା ବିଶେଷ ରୂପେ ଫଳଦାୟୀ ହୋଇଥାଏ। ଏହି ଦୀପରେ ନାଲି ରଙ୍ଗର ସୂତା ବ୍ଯବହାର କଲେ ଅତ୍ଯନ୍ତ ଶୁଭ ହୋଇଥାଏ। ମା’ ଲକ୍ଷ୍ମୀଙ୍କୁ ନାଲି ରଙ୍ଗ ବେଶ ପସନ୍ଦ ରହିଥାଏ।

ଶୁକ୍ରବାର ସନ୍ଧ୍ଯାରେ ଘରର ମୁଖ୍ଯ ଦ୍ବାରରେ ଘିଅ ଦୀପ ଲଗାଇବା ଦ୍ବାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଘରେ ସକାରାତ୍ମକ ଶକ୍ତି ଆସିଥାଏ ଏବଂ ସୁଖଶାନ୍ତି ଲାଗିରହିଥାଏ।

laxmi

ଏହିସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ :

ଲକ୍ଷ୍ମୀଙ୍କୁ ସଫାସୁତରା ବେଶ ପ୍ରିୟ। ଯେଉଁଠାରେ ମଇଳା କିମ୍ବା ଅପରିଷ୍କାର ରହିଥାଏ, ଲକ୍ଷ୍ମୀ ସେଠାକୁ କେବେ ବି ଯାଆନ୍ତି ନାହିଁ। ତେଣୁ ଆପଣଙ୍କ ଘର ହେଉ ଅବା ଅଫିସ ସଫା ସୁତୁରା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଲକ୍ଷ୍ମୀ ତା’ ପରେ ଯାଇ ପୂଜାରେ ପ୍ରସନ୍ନ ହୁଅନ୍ତି।

ଆର୍ଥିକ ଉନ୍ନତି ପାଇଁ ଘରେ କେବେ ବି ଖରାପ ହୋଇଥିବା ଇଲେକ୍ଟ୍ରନିକ ଜିନିଷ ରଖନ୍ତୁ ନାହିଁ। ଏହା ସହିତ ନଳ ପାଣି କେବେ ବି ଖୋଲା ଛାଡନ୍ତୁ ନାହିଁ। ନଳରୁ ପାଣି ବୋହୁଥିବା ସମସ୍ଯା ଦେଖାଦେଇଥାଏ, ତେବେ ଏହାକୁ ତୁରନ୍ତ ଠିକ୍ କରନ୍ତୁ।

ଘରେ ଯେତେ ବି ଦ୍ବାର ରହିଛି, ସବୁଥିରେ ତେଲ ଦିଅନ୍ତୁ। ଧ୍ୟାନ ରଖନ୍ତୁ, କୌଣସି କବାଟ ଖୋଲିବା ସମୟରେ ଶବ୍ଦ ନ ଶୁଭେ। କୌଣସି ଦ୍ବାର ଖୋଲିବା ବେଳେ ଯଦି ଶବ୍ଦ ଶୁଭେ, ତେବେ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ।