ଗର୍ଭାବସ୍ଥାରେ ବି ଯଦି ଯାଉଛନ୍ତି ଅଫିସ୍, ତ ଏମିତି ଉପାୟରେ ଦିନସାରା ନିଅନ୍ତୁ ନିଜର ଯତ୍ନ
ଗର୍ଭାବସ୍ଥା କୌଣସି ବି ମହିଳାଙ୍କ ପାଇଁ ଅତି କଠିନ ସମୟ ହୋଇଥାଏ। ଏହି ସମୟରେ ମହିଳାମାନଙ୍କୁ ନିଜର ଖାସ୍ ଯତ୍ନ ନେବାକୁ ପଡ଼ିଥାଏ। ଘରେ ରହୁଥିବା ମହିଳାମାନେ କିଛି ମାତ୍ରାରେ ଆରାମ ପାଇଯାଉଥିବା ବେଳେ ଅଫିସ୍ ଯାଉଥିବା କର୍ମଜୀବୀ ମହିଳାଙ୍କୁ କିନ୍ତୁ ଫୁରସତ୍ ମିଳିବା କାଠିକାର ପାଠ ହୋଇଥାଏ। ବିଶେଷ କରି ଗର୍ଭାବସ୍ଥାରେ କର୍ମଜୀବୀ ମହିଳାଙ୍କୁ ଅଧିକ ଥକ୍କାପଣ, ଦୁର୍ବଳ ଅନୁଭବ ହୋଇଥାଏ। ଶରୀରକୁ ଫିଟ୍ ତଥା ଫୂର୍ତ୍ତି ରଖିବା ପାଇଁ ଜରୁରୀ କି, ଆପଣ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଆସନ୍ତୁ ଜାଣିବା କର୍ମଜୀବୀ ମହିଳା ଗର୍ଭାବସ୍ଥାରେ କିପରି ନିଜର ଯତ୍ନ ନେବା ଉଚିତ।
୧. ଗର୍ଭାବସ୍ଥାକୁ ମନଭରି ଉପଭୋଗ କରନ୍ତୁ। ଏହି ସମୟରେ କେବେ ବି ପେଟ ଭିତରେ ଗରମ ପ୍ରଭାବ ପକାଉଥିବା ଜିନିଷ ସେବନ କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ପିଲା ପ୍ରତି କ୍ଷତି ପହଞ୍ଚିପାରେ।
୨. ଯଦି ଆପଣ ଗର୍ଭାବସ୍ଥାରେ ଅଛନ୍ତି, ତ କଦାପି ଭୋକିଲା ରୁହନ୍ତୁ ନାହିଁ। ଅଫିସ୍ରେ ଦିନସାରା କିଛି ନା କିଛି ଖାଇ ଚାଲନ୍ତୁ, ଯଦ୍ଦ୍ଵାରା ମା’ ଓ ପିଲାଙ୍କୁ ପୋଷଣ ମିଳିପାରିବ।
୩. ଦିନସାରା ଆଇରନଯୁକ୍ତ ଖାଦ୍ୟ ଯେପରି, ଡାଳିମ୍ବ, କଦଳୀ, ସବୁଜ ପନିପରିବା, ଅଙ୍କୁରିତ ଗଜା, ଚଣା ଆଦି ଖାଆନ୍ତୁ। ଏହାଦ୍ୱାରା ଶରୀରରେ ରକ୍ତର ଅଭାବ ଦେଖାଯିବନି। ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ଆଇରନ ସପ୍ଲିମେଣ୍ଟସକୁ ବି ନିୟମିତ ରୂପେ ଖାଆନ୍ତୁ।
୪. ଗର୍ଭବତୀ ମହିଳାଙ୍କୁ ଅଧିକ କ୍ୟାଲସିୟମ ଏବଂ ପ୍ରୋଟିନଯୁକ୍ତ ଡାଏଟ୍ ମଧ୍ୟ ନେବା ଉଚିତ। ଏଥିପାଇଁ ଆପଣ ଅଫିସରେ ଲଞ୍ଚ୍ରେ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାରର ଡାଲି ଖାଇପାରିବେ। ଡାଲିକୁ ଗଜା କରି ଖାଆନ୍ତୁ ଏବଂ ଖାଦ୍ୟରେ ଦହିକୁ ବି ସାମିଲ କରନ୍ତୁ।
୫. ଅଫିସ୍ରେ ଦିନସାରା ବହୁତ କମ୍ ଚା’ ପିଅନ୍ତୁ। ୨ କପ୍ରୁ ଅଧିକ ଚା’ ପିଇଲେ ଏସିଡିଟି ସମସ୍ୟା ହୋଇପାରେ।
୬. ଅଫିସ୍ରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀରର ତାପମାତ୍ରା ସନ୍ତୁଳିତ ରହିବ।