Below header

କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ନାତୁଣୀ ବାହାଘରରେ ଖୁବ୍‌ ନାଚିଲେ ଫାରୁକ୍‌ ଅବଦୁଲ୍ଲା, ଭିଡ଼ିଓ ଭାଇରାଲ୍‌

ଅମୃତସର : ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଙ୍କ ନାତୁଣୀ ସହରଇନ୍ଦର କୌର ଙ୍କ ବିବାହ ଉତ୍ସବରେ ବହୁ ରାଜନୈତିକ ଓ ଫିଲ୍ମ ଜଗତର ସେଲିବ୍ରେଟିମାନେ ଯୋଗଦେଇଥିଲେ । ସୈଫ୍‌ ଅଲ୍ଲୀ ଖାନ୍‌ ଓ ଅମୃତା ସିଂହଙ୍କ ପୁଅ ଇବ୍ରାହିମ୍‌ ଅଲ୍ଲୀ ଖାନ୍‌ ବି ବିବାହରେ ପହଞ୍ଚିଥିଲେ । ଏମାନଙ୍କର ଫଟୋ ଓ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

marriage party of punjab cm
photo credit: amarujala.com

ଏହି ବିବାହରେ ଜମ୍ମୁ-କଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା ଯୋଗ ଦେଇଥିବା ବେଳେ ତାଙ୍କର ଏକ ଭିଡିଓ ମଧ୍ୟ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଅବଦୁଲ୍ଲା ଖୁବ୍‌ ନାଚୁଥିବାର ଦେଖାଯାଇଛି । ଏହି ଭିଡିଓ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ନାତୁଣୀ ବାହାଘର । ଏଥିରେ କ୍ୟାପଟେନ୍‌ ଅମରିନ୍ଦର ସିଂହ ଗୀତ ଗାଉଥିବାର ଦେଖାଯାଇଥିବା ବେଳେ ଅବଦୁଲ୍ଲା ନାଚୁଛନ୍ତି ଓ କ୍ୟାପ୍‌ଟେନ୍‌ ସିଂହଙ୍କୁ ନାଚିବା ପାଇଁ ଡାକୁଥିବା ଦେଖାଯାଇଛି । କ୍ୟାପଟେନ୍‌ ତାଳି ବଜାଇ ଅବଦୁଲ୍ଲାଙ୍କ ସାଙ୍ଗ ଦେଉଥିବା ଦେଖାଯାଇଛି । ପ୍ରକାଶଯୋଗ୍ୟ ଯେ ଫାରୁକ୍‌ ଅବଦୁଲ୍ଲାଙ୍କ ବୟସ ଏବେ ୮୩ ବର୍ଷ । ଲୋକେ ଅବଦୁଲ୍ଲାଙ୍କ ‘ଜିନ୍ଦା ଦିଲ୍‌’ ସ୍ୱଭାବକୁ ବେଶ ପସନ୍ଦ କରିଛନ୍ତି ।

କ୍ୟାପ୍‌ଟେନ୍‌ ସିଂହଙ୍କ ନାତୁଣୀଙ୍କ ବିବାହ ରବିବାର ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପରିବାର ସଦସ୍ୟଙ୍କ ସହ ବହୁ ରାଜନେତାଓ ଫିଲ୍ମ ତାରକାମାନେ ଯୋଗ ଦେଇଥିବା ଦେଖାଯାଇଥିଲା । ଏଥିରେ କ୍ୟାପ୍‌ଟେନ୍‌ ସିଂହ ଯେଉଁ ଗୀତ ଗାଇଥିଲେ ସାଧାରଣତଃ ପଞ୍ଜାବରେ ଝିଅ ବିଦା ବେଳେ ଏହି ଗୀତ ଗାନ କରାଯାଇଥାଏ । ନାତୁଣୀ ସହରଇନ୍ଦର ହେଉଛନ୍ତି କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ପୁଅ ରଣଇନ୍ଦର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.