କିସ୍‌ ବିଶ୍ୱବିଦ୍ୟାଳୟର ବିଜୁପଟ୍ଟନାୟକ ଚେୟାର ପକ୍ଷରୁ ବିଜୁ ପଟ୍ଟନାୟକଙ୍କର ୧୦୫ତମ ଜୟନ୍ତୀ ପାଳିତ,

କେନ୍ୟୁଜ୍(ବ୍ୟୁରୋ):  କିସ୍‌ ବିଶ୍ୱବିଦ୍ୟାଳୟରେ ବିଜୁ ଜୟନ୍ତୀ ପାଳିତ। କିସ୍‌ ବିଶ୍ୱବିଦ୍ୟାଳୟର ବିଜୁପଟ୍ଟନାୟକ ଚେୟାର ପକ୍ଷରୁ ବିଜୁ ପଟ୍ଟନାୟକଙ୍କର ୧୦୫ତମ ଜୟନ୍ତୀ ଉତ୍ସବ କିସ୍‌ ବିଶ୍ୱବିଦ୍ୟାଳୟ ସମ୍ମିଳନୀ ଗୃହରେ ଆୟୋଜିତ ହୋଇଛି। ଏଥିରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ। ବିଜୁବାବୁ ଥିଲେ ଜନଗଣର ପ୍ରତିନିଧି। ଓଡ଼ିଶାର ଅସ୍ମିତାକୁ ଜାଗ୍ରତ କରିବାରେ ପ୍ରମୂଖ ଭୂମିକା ସଂପାଦାନ କରିଥିଲେ ବୋଲି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ କହିଛନ୍ତି।

ମୁଖ୍ୟବକ୍ତା ଭାବେ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଯୋଗଦେଇ ଆଧୁନିକ ଓଡ଼ିଶାରେ ବିଜୁ ପଟ୍ଟନାୟକ ଅବିସ୍ମରଣୀୟ ଭୂମିକା ସଂପାଦାନ କରିଯାଇଛନ୍ତି ବୋଲି କହିଛନ୍ତି। କଳିଙ୍ଗ ସଂସ୍କୃତିର ପୁନଃରୁଦ୍ଧାରରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱ ଉଲ୍ଲେଖଯୋଗ୍ୟ ବୋଲି କିସ୍‌ ବିଶ୍ୱବିଦ୍ୟାଳୟର ଉପଦେଷ୍ଟା ପ୍ରଫେସର ହରକୃଷ୍ଣ ଶତପଥୀ କହିଥିଲେ। ଏହି ଅବସରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଓ କିସ୍‌ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକଙ୍କ ଜୀବନ ଓ କୃତିକୁ ନେଇ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଅଙ୍କିତ ଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।