ବହୁ ଚର୍ଚ୍ଚିତଙ୍କ ସୁଶାନ୍ତ ସିଂହ ମୃତ୍ୟୁ ମାମଲାକୁ ସାମାଧାନ କରିବା ପାଇଁ ସିବିଆଇ ଲାଗିପଡିଛି। କିପରି ସୁଶାନ୍ତଙ୍କ ହତ୍ୟାକାରୀ ଦୋଷୀ ପାଇବ ତାହା ସମସ୍ତ ଫ୍ୟାନ ମଧ୍ୟ ଚାହିଁବସିଛନ୍ତି। ସୁଶାନ୍ତଙ୍କ କେସ୍ରେ ସିବିଆଇ ଯାଞ୍ଚର ଆଜି ଅଷ୍ଟମ ଦିନ। ଏହି କେସରେ ଜଡିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ଲଗାତାର ସିବିଆଇ ପଚରାଉଚରା କରୁଛି। ଆଜି ମୁଖ୍ୟ ଆରୋପୀ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ସମନ ଜାରି କରିବା ପରେ ହାଜର ହୋଇଛନ୍ତି ରିୟା। ରିୟାଙ୍କୁ ଏହି ପଚରା ଡିଆରଡିଓ ଅଫିସରେ ଚାଲିଛି। ଗତକାଲି ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ସିବିଆଇ ୧୪ ଘଣ୍ଟା ଧରି ଜେରା କରିଥିଲା। ଯାହା ପରେ ଆଜି ରିୟାଙ୍କୁ ଡକାଯାଇଛି।
କେବଳ ଏତିକି ନୁହେଁ, ଡ୍ରଗ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ମଧ୍ୟ ରିୟାଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ଏବେ ଆଗାମୀ ଦିନରେ ଏଜେନ୍ସୀ ଏବେ ୨୦ ଜଣ ଲୋକଙ୍କୁ ପଚରା ଉଚରା କରିବାକୁ ପ୍ରସ୍ତୁତ ରହିଛି। ରିୟା ଦେଢ ମାସରେ ପ୍ରଥମ ଥର ପାଇଁ ନିଜର ପକ୍ଷ ରଖିଥିଲେ। ସୁଶାନ୍ତଙ୍କ ସହିତ ତାଙ୍କର କ’ଣ ସଂପର୍କ, ତାଙ୍କ ପରିବାର ସହିତ ସଂପର୍କ, ପଇସା ନେଣଦେଣ ସମେତ ଅନେକ ପ୍ରଶ୍ନର ଜବାବ ଦେଇଥିଲେ।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…