ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ସମନ ପରେ ସିବିଆଇ ନିକଟରେ ହାଜର ହେଲେ ରିୟା, ଚାଲିଛି ଜେରା

ବହୁ ଚର୍ଚ୍ଚିତଙ୍କ ସୁଶାନ୍ତ ସିଂହ ମୃତ୍ୟୁ ମାମଲାକୁ ସାମାଧାନ କରିବା ପାଇଁ ସିବିଆଇ ଲାଗିପଡିଛି। କିପରି ସୁଶାନ୍ତଙ୍କ ହତ୍ୟାକାରୀ ଦୋଷୀ ପାଇବ ତାହା ସମସ୍ତ ଫ୍ୟାନ ମଧ୍ୟ ଚାହିଁବସିଛନ୍ତି। ସୁଶାନ୍ତଙ୍କ କେସ୍‌ରେ ସିବିଆଇ ଯାଞ୍ଚର ଆଜି ଅଷ୍ଟମ ଦିନ। ଏହି କେସରେ ଜଡିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ଲଗାତାର ସିବିଆଇ ପଚରାଉଚରା କରୁଛି। ଆଜି ମୁଖ୍ୟ ଆରୋପୀ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ସମନ ଜାରି କରିବା ପରେ ହାଜର ହୋଇଛନ୍ତି ରିୟା। ରିୟାଙ୍କୁ ଏହି ପଚରା ଡିଆରଡିଓ ଅଫିସରେ ଚାଲିଛି। ଗତକାଲି ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ସିବିଆଇ ୧୪ ଘଣ୍ଟା ଧରି ଜେରା କରିଥିଲା। ଯାହା ପରେ ଆଜି ରିୟାଙ୍କୁ ଡକାଯାଇଛି।

କେବଳ ଏତିକି ନୁହେଁ, ଡ୍ରଗ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ମଧ୍ୟ ରିୟାଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ଏବେ ଆଗାମୀ ଦିନରେ ଏଜେନ୍ସୀ ଏବେ ୨୦ ଜଣ ଲୋକଙ୍କୁ ପଚରା ଉଚରା କରିବାକୁ ପ୍ରସ୍ତୁତ ରହିଛି। ରିୟା ଦେଢ ମାସରେ ପ୍ରଥମ ଥର ପାଇଁ ନିଜର ପକ୍ଷ ରଖିଥିଲେ। ସୁଶାନ୍ତଙ୍କ ସହିତ ତାଙ୍କର କ’ଣ ସଂପର୍କ, ତାଙ୍କ ପରିବାର ସହିତ ସଂପର୍କ, ପଇସା ନେଣଦେଣ ସମେତ ଅନେକ ପ୍ରଶ୍ନର ଜବାବ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.