Below header

ଖପୁରି ପରି ଦେଖାଯିବାକୁ ଚାଁହୁଥିଲେ ବ୍ୟକ୍ତି ସେଥିପାଇଁ କାଟିଦେଲେ କାନ, ଏବେ ଇନଷ୍ଟାଗ୍ରାମ ପାଲଟିଛି ରୋଜଗାର ପନ୍ଥା

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଶରୀରକୁ ବିଭିନ୍ନ ଉପାୟରେ ପରିବର୍ତ୍ତନ କରିଥା’ନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଲୋକ ଅଛନ୍ତି ଯେଉଁମାନେ ସମସ୍ତ ସୀମା ଅତିକ୍ରମ କରିଯାନ୍ତି । ଜର୍ମାନରେ ରହୁଥିବା 39 ବର୍ଷିୟ ସାଣ୍ଡ୍ରୋ ଏହିପରି ଜଣେ ବ୍ୟକ୍ତି । ଗତ 17 ବର୍ଷ ମଧ୍ୟରେ ସାଣ୍ଡ୍ରୋ ତାଙ୍କ ଶରୀରକୁ ଅନେକ ଥର ମୋଡିଫିକେସନ କରିଛନ୍ତି ।

modifying body Cut his ear

ସାଣ୍ଡ୍ରୋ ଜର୍ମାନୀର ଫିନଷ୍ଟର୍ୱାଲ୍ଡରେ ରୁହନ୍ତି । ସେ ଶରୀରରେ କରୁଥିବା ପରିବର୍ତ୍ତନ ମଧ୍ୟରେ ଟାଟୁ ଏବଂ ପିୟର୍ସିଙ୍ଗ ଅନ୍ତର୍ଭୁକ୍ତ । ତେବେ ସେ ନିଜ ଶରୀରରେ କରିଥିବା ସବୁଠାରୁ ବଡ ପରିବର୍ତ୍ତନ ହେଉଛି ତାଙ୍କ କାନ କାଟିବା । ସେ କାନ ଏଥିପାଇଁ କାଟିଥିଲେ ଯେପରି ସେ ନରମୁଣ୍ଡ ପରି ଦେଖାଯିବେ । ସାଣ୍ଡ୍ରୋ ନିଜର କାଟିଥିବା କାନକୁ ରୋଷେଇ ଘରେ ଏକ ଡବା ମଧ୍ୟରେ ରଖିଥିଲେ । ସେ ତାଙ୍କ ଘରକୁ ଆସୁଥିବା ଅତିଥିମାନଙ୍କୁ ତାଙ୍କର କଟିଥିବା କାନ ମଧ୍ୟ ଦେଖାଇଥାନ୍ତି । ସୋଣ୍ଡ୍ରୋଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

modifying body Cut his ear

ସାଣ୍ଡ୍ରୋ ନିଜେ ବେକାର । ସେ ଗତ 13 ବର୍ଷ ମଧ୍ୟରେ ନିଜ ଶରୀରରେ 17ଟି ପରିବର୍ତ୍ତନ କରିଛନ୍ତି । ଯେଉଁଥିରେ ନିଜର କାନ କାଟିବା ମଧ୍ୟ ସାମିଲ । ସାଣ୍ଡ୍ରୋ ତାଙ୍କ ଶରୀର ପରିବର୍ତ୍ତନରେ 5.84 ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ସାଣ୍ଡ୍ରୋଙ୍କୁ ନିଜ ଶରୀରକୁ ମୋଡିଫିକେସନ କରିବାର ଏକ ଅଦ୍ଭୁତ ଅଭ୍ୟାସ ଅଛି ।

modifying body Cut his ear

ପିଲାଦିନରୁ ସାଣ୍ଡ୍ରୋ ଖପୁରୀ ପରି ମୁଣ୍ଡ ଦେଖାଇବାକୁ ଭଲ ପାଉଥିଲେ । ଏହି କାରଣରୁ ସେ କାନ କାଟି ଦେଇଥିଲେ। ସୋସିଆଲ ମିଡିଆରେ ସାଣ୍ଡ୍ରୋ ମିଷ୍ଟର ସ୍କଲ ଫେସ ଭାବରେ ଜଣାଶୁଣା । ସେ କହିଛନ୍ତି ଯେ ଏପରି କରିବା ଦ୍ୱାରା ତାଙ୍କର ଆତ୍ମବିଶ୍ୱାସ ବଢିଥାଏ । ସେ ନିର୍ଭୟରେ ଲୋକମାନଙ୍କ ମଧ୍ୟରେ ବୁଲନ୍ତି । ଯେତେବେଳେ ଲୋକମାନେ ତାଙ୍କୁ ଦେଖନ୍ତି ସେ ଏହାକୁ ବହୁତ ପସନ୍ଦ କରନ୍ତି ।

modifying body Cut his ear

ସାଣ୍ଡ୍ରୋ ପ୍ରଥମେ 2007ରେ ବଡି ମୋଡିଫିକେସନ କରାଇଥିଲେ । ଯେତେବେଳେ ସେ ଜଣେ ବ୍ୟକ୍ତିଙ୍କୁ ମୁଣ୍ଡରେ ଶିଙ୍ଗ ଥିବାର ଟିଭିରେ ଦେଖିଲେ । ଏହା ପରେ ସେ ତାଙ୍କ ମୁଣ୍ଡ, ହାତ ଏବଂ ହାତଗୋଡ଼ ଭିତରେ ଚିପ୍ସ ଲଗାଇ ଦେଇଥିଲେ । ଏବେ ସେ ତାଙ୍କ ଜିଭକୁ ମଧ୍ୟ କାଟି ଦେଇଛନ୍ତି । ସାଣ୍ଡ୍ରୋ ବେକାର କିନ୍ତୁ ଇନଷ୍ଟାଗ୍ରାମରେ ତାଙ୍କ ପୋଷ୍ଟ ପାଇଁ ସେ ଭଲ ରୋଜଗାର କରନ୍ତି । ତାଙ୍କ ଚେହେରା ଯୋଗୁଁ ତାଙ୍କୁ ଅନେକ ସ୍ଥାନରୁ ବହିଷ୍କାର କରାଯାଇଥିଲା କିନ୍ତୁ ସାଣ୍ଡ୍ରୋ କେବେ ଏଥିପାଇଁ ଦୁଃଖ କରିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.