ଆଜି ରାଜ୍ଯରେ ୩୬୮୨ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୭୫ ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ଯରେ ୩୬୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୩୦ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୨୪୧ ଏବଂ ଲୋକାଲ୍ କେସରୁ ୧୪୪୧ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୯୪,୬୬୮ ରେ ପହଁଚିଛି। ଏମାନଙ୍କ ୬୫,୩୨୩ ସୁସ୍ଥ ହୋଇ ସାରିଥବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୮,୮୩୬ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୭୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୫୬, ବାଲେଶ୍ବରରୁ ୮୭, ବରଗଡରୁ ୧୫୨, ଭଦ୍ରକରୁ ୫୧, ବଲାଙ୍ଗିରରୁ ୬୮, ବୌଦ୍ଧରୁ ୧୪, କଟକରୁ ୩୬୯,ଦେଓଗଡରୁ ୧୨, ଢେଙ୍କାନାଳରୁ ୬୧, ଗଜପତିରୁ ୪୮, ଗଞ୍ଜାମରୁ ୧୭୪, ଜଗତସିଂହପୁରରୁ ୪୪, ଯାଜପୁରରୁ ୮୮, ଝାରସୁଗୁଡା ୪୩, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୩୬, କେନ୍ଦ୍ରାପଡାରୁ ୪୪, କେନ୍ଦୁଝରରୁ ୫୯, କୋରାପୁଟରୁ ୧୪୦, ମାଲକାନଗିରିରୁ ୮୬, ମୟୁରଭଞ୍ଜରୁ ୨୭୨, ନବରଙ୍ଗପୁରରୁ ୩୮, ନୟାଗଡରୁ ୧୦୯, ନୂଆପଡାରୁ ୨୩, ପୁରୀରୁ ୧୧୫, ରାୟଗଡାରୁ ୪୯୫, ସମ୍ବଲପୁରରୁ ୧୨୮, ସୋନପୁରରୁ ୨୭ଏବଂ ସୁନ୍ଦରଗଡରୁ ୨୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.