ମନୋରଂଜନ

ବିଶ୍ୱବ୍ୟାପୀ ତେଜିଲା ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଆନ୍ଦୋଳନ, କାର୍ଲିଫର୍ଣ୍ଣିଆ ରାସ୍ତାରେ ପ୍ରଦର୍ଶିତ ହେଉଛି ଅଭିନେତାଙ୍କ ପୋଷ୍ଟର

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମାମଲାର ତଦନ୍ତ ଏବେ ସିବିଆଇ କରିବ। ସୁଶାନ୍ତଙ୍କ ପରିବାର ଓ ଫ୍ୟାନ୍‌ଙ୍କ ଦାବି ପରେ କେନ୍ଦ୍ର ସିବିଆଇକୁ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଖୁବ୍‌ଶୀଘ୍ର ସୁଶାନ୍ତଙ୍କ ମୃତ୍ୟୁର ପର୍ଦ୍ଦାଫାସ୍‌ ହେବ ଓ ପ୍ରକୃତ ଦୋଷୀ ଦଣ୍ଡ ପାଇବ ବୋଲି ସମସ୍ତେ ଆଶା କରୁଛନ୍ତି। ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ କେବଳ ଭାରତ ନୁହେଁ ବରଂ ସାରା ଦୁନିଆର ଲୋକମାନେ ସ୍ୱର ଉତ୍ତୋଳନ କରୁଛନ୍ତି।

ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି କାର୍ଲିଫର୍ଣ୍ଣିଆରେ ଲାଗିଥିବା ଏକ ବୋର୍ଡର ଫଟୋ ସେୟାର କରିଛନ୍ତି। ରାସ୍ତା ଉପରେ ଲାଗିଥିବା ଡିଜିଟାଲ ବୋର୍ଡରେ ସୁଶାନ୍ତଙ୍କ ଫଟୋ ଲାଗିଛି ଓ ସେଥିରେ ଲେଖାଯାଇଛି ଜଷ୍ଟିସ୍‌ ଫର ସୁଶାନ୍ତ। ଏହି ଫଟୋ ସହ ଶ୍ୱେତା ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।

ଭିଡିଓ ଓ ଫଟୋ ସେୟାର କରି ଶ୍ୱେତା କ୍ୟାପସନ୍‌ରେ ଲେଖିଛନ୍ତି କାର୍ଲିଫର୍ଣ୍ଣିଆରେ ଭାଇଙ୍କ ବିଲବୋର୍ଡ…ଗ୍ରେଟ୍‌ ମଲ ପାର୍କେଓ୍ଵରୁ ବାହାରକୁ ବାହାରିବା ପରେ ୮୮୦ ଉତ୍ତର ପଟେ ଏହା ଅଛି। ଏହା ଏକ ବିଶ୍ୱବ୍ୟାପୀ ଆନ୍ଦୋଳନ।

ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଉପରକୁ ସବୁଆଡୁ ଆଙ୍ଗୁୁଳି ଉଠୁଛି। ସୁଶାନ୍ତଙ୍କ ପିତା ରିୟାଙ୍କ ନାଁରେ ମାମଲା ରୁଜୁ କରିବା ପରେ ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଛି। ଏବେ ଇଡି ମଧ୍ୟ ରିୟାଙ୍କ ସମ୍ପତ୍ତିର ତାଲିକା ଯାଞ୍ଚ କରୁଛି। ତେବେ ଖୁବ୍‌ଶୀଘ୍ର ସତ ସାମ୍ନାକୁ ଆସିବ ବୋଲି ଫ୍ୟାନ୍‌ମାନେ ଆଶା କରିଛନ୍ତି।

WCW 11

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

4 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

7 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

7 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

10 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

10 hours ago