ବିଶ୍ୱବ୍ୟାପୀ ତେଜିଲା ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଆନ୍ଦୋଳନ, କାର୍ଲିଫର୍ଣ୍ଣିଆ ରାସ୍ତାରେ ପ୍ରଦର୍ଶିତ ହେଉଛି ଅଭିନେତାଙ୍କ ପୋଷ୍ଟର
ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍ ମାମଲାର ତଦନ୍ତ ଏବେ ସିବିଆଇ କରିବ। ସୁଶାନ୍ତଙ୍କ ପରିବାର ଓ ଫ୍ୟାନ୍ଙ୍କ ଦାବି ପରେ କେନ୍ଦ୍ର ସିବିଆଇକୁ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଖୁବ୍ଶୀଘ୍ର ସୁଶାନ୍ତଙ୍କ ମୃତ୍ୟୁର ପର୍ଦ୍ଦାଫାସ୍ ହେବ ଓ ପ୍ରକୃତ ଦୋଷୀ ଦଣ୍ଡ ପାଇବ ବୋଲି ସମସ୍ତେ ଆଶା କରୁଛନ୍ତି। ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ କେବଳ ଭାରତ ନୁହେଁ ବରଂ ସାରା ଦୁନିଆର ଲୋକମାନେ ସ୍ୱର ଉତ୍ତୋଳନ କରୁଛନ୍ତି।
ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି କାର୍ଲିଫର୍ଣ୍ଣିଆରେ ଲାଗିଥିବା ଏକ ବୋର୍ଡର ଫଟୋ ସେୟାର କରିଛନ୍ତି। ରାସ୍ତା ଉପରେ ଲାଗିଥିବା ଡିଜିଟାଲ ବୋର୍ଡରେ ସୁଶାନ୍ତଙ୍କ ଫଟୋ ଲାଗିଛି ଓ ସେଥିରେ ଲେଖାଯାଇଛି ଜଷ୍ଟିସ୍ ଫର ସୁଶାନ୍ତ। ଏହି ଫଟୋ ସହ ଶ୍ୱେତା ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।
ଭିଡିଓ ଓ ଫଟୋ ସେୟାର କରି ଶ୍ୱେତା କ୍ୟାପସନ୍ରେ ଲେଖିଛନ୍ତି କାର୍ଲିଫର୍ଣ୍ଣିଆରେ ଭାଇଙ୍କ ବିଲବୋର୍ଡ…ଗ୍ରେଟ୍ ମଲ ପାର୍କେଓ୍ଵରୁ ବାହାରକୁ ବାହାରିବା ପରେ ୮୮୦ ଉତ୍ତର ପଟେ ଏହା ଅଛି। ଏହା ଏକ ବିଶ୍ୱବ୍ୟାପୀ ଆନ୍ଦୋଳନ।
View this post on Instagram
ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଉପରକୁ ସବୁଆଡୁ ଆଙ୍ଗୁୁଳି ଉଠୁଛି। ସୁଶାନ୍ତଙ୍କ ପିତା ରିୟାଙ୍କ ନାଁରେ ମାମଲା ରୁଜୁ କରିବା ପରେ ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଛି। ଏବେ ଇଡି ମଧ୍ୟ ରିୟାଙ୍କ ସମ୍ପତ୍ତିର ତାଲିକା ଯାଞ୍ଚ କରୁଛି। ତେବେ ଖୁବ୍ଶୀଘ୍ର ସତ ସାମ୍ନାକୁ ଆସିବ ବୋଲି ଫ୍ୟାନ୍ମାନେ ଆଶା କରିଛନ୍ତି।