ଅମାନବିକତାର ଶେଷ ସୀମା, ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଘଉଡାଇବା ପାଇଁ ଗୋଇଠା ପରେ ଗୋଇଠା ମାରି ଚାଲିଲେ ସିକ୍ୟୁରିଟି ଗାର୍ଡ

ପ୍ରୟାଗରାଜ : ମାନବିକତାର ସବୁ ସୀମା ପାର କଲାଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ପ୍ରୟାଗରାଜରେ ଥିବା ଏକ ହସପିଟାଲରେ ନିଯୁକ୍ତ ଥିବା ଜଣେ ସିକ୍ୟୁରିଟୀ ଗାର୍ଡଙ୍କର ଅମାନବିକତାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଗାର୍ଡ ଜଣେ ବୟଷ୍କା ମହିଳାଙ୍କୁ ଅତି ନିର୍ଦ୍ଦୟ ଭାବେ ଗୋଇଠା ପରେ ଗୋଇଠା ମାରୁଥିବାର ଦେଖିବାକୁ ମିଳୁଛି। ଏହି ନିର୍ଦ୍ଦୟ ଗାର୍ଡ ମହିଳାଙ୍କୁ ଥରେ କି ଦୁଇ ଥର ନୁହେଁ ବରଂ ସାତ ଥର ଗୋଇଠା ମାରିଛନ୍ତି।

ଏହି ସମୟରେ ମହିଳା ଜୋର ଜୋରରେ ଚିତ୍କାର କରୁଥିଲେ ଏବଂ ଡହଳ ବିକଳ ହେଉଥିଲେ ସୁଦ୍ଧା ଗାର୍ଡକୁ ଟିକେ ବି ତାଙ୍କ ଉପରେ ଦୟା ଆସିନଥିଲା। ଗୋଡରେ ଗୋଇଠା ମାରି ତାଙ୍କୁ ପଛକୁ ଠେଲି ଦେଇଥିଲେ। ଗାର୍ଡ ଏହି ବୃଦ୍ଧା ମହିଳାଙ୍କୁ ଏତେ ନିର୍ଦ୍ଦୟ ଭାବରେ ମାରୁଛନ୍ତି ଯେ ଆପଣ ବି ଦେଖିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ କିନ୍ତୁ ସେଠାରେ ଥିବା ଲୋକେ ଏସବୁ ଦେଖି ମଧ୍ୟ ତାଙ୍କୁ ରକ୍ଷା କରିବାକୁ ଆସିଲେନି।

brudhaଏହି ଅମାନବୀୟ ଛାତି ଥରା ଦୃଶ୍ୟର ପୂରା ଘଟଣାକୁ ସେଠାରେ ଛିଡା ହୋଇଥିବା ଜଣେ ବ୍ୟକ୍ତି ନିଜ ମୋବାଇଲରେ କ୍ୟାପଚର କରିନେଇଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଟ୍ରଉମା ସେଣ୍ଟରକୁ ଗତକାଲି ରାତିରେ ୧୧ଟା ବେଳେ ଆମ୍ବୁଲାନ୍ସରେ ଜଣେ ରୋଗୀକୁ ଅଣାଯାଇଥିଲା। ରୋଗୀଙ୍କୁ ଏମରଜେନ୍ସୀରେ ଭର୍ତ୍ତି କରାଯାଇଥିଲା। ଆଉ ଠିକ ଏହି ସମୟରେ ଟ୍ରଉମା ସେଣ୍ଟର ଗେଟ ପାଖରେ ବସିଥିବା ଜଣେ ୬୦ ବର୍ଷିୟ ବୃଦ୍ଧା ମହିଳାଙ୍କୁ ଗାର୍ଡ ଘଉଡାଇବାକୁ ଚେଷ୍ଟା କରିଥିଲେ।

କୁହାଯାଉଛି ଯେ ମହିଳାଙ୍କ ମାନସିକ ସ୍ଥିତି ଠିକ ନଥିଲା। ଏଥିପାଇଁ ଗାର୍ଡଙ୍କ କଥାକୁ ସେ ବୁଝି ପାରୁନଥିଲେ। ତେଣୁ ମହିଳା ସେ ଯାଗାରୁ ନ ହଟିବାରୁ ଗାର୍ଡ ଜଣକ ଆକ୍ରମଣାତ୍ମକ ହୋଇଗଲେ। ଆଉ ବିଚାରି ଅସହାୟ ମହିଳାଙ୍କୁ ଗୋଇଠା ମାରି ଘଉଡାଇବାକୁ ଚେଷ୍ଟା କରିଥିଲେ। ମହିଳା ଜଣଙ୍କ ଯେତେ ବି ଚିତ୍କାର କରୁଥିଲେ ଗାର୍ଡ ତାଙ୍କ କଥା ଟିକେ ବି ଶୁଣିଲେନି। ପିନ୍ଧିଥିବା ଜୋତାରେ ଅତି ନିର୍ମମ ଭାବେ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ। ତଥାପି ମହିଳା ଜଣଙ୍କ ଯନ୍ତ୍ରଣାରେ ଛଟପଟ ହୋଇ ସେଠାରେ ପଡିରହିଲେ।

allahbadଆଜି ସକାଳୁ ଯେତେବେଳେ ଏହି ଘଟଣା ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ଜଣାପଡିଲା ସେ ତୁରନ୍ତ ସମ୍ପୃକ୍ତ ଗାର୍ଡଙ୍କ ବିରୁଦ୍ଦରେ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ଚାକିରିରୁ ବରଖାସ୍ତ କରିଥିଲେ । ସେପଟେ ଗୁରୁତର ବୃଦ୍ଧାଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।

ତେବେ ଏଠାରେ ଆମେ ଗୋଟିଏ କଥା କହିବାକୁ ଚାହିଁବୁ ଯେ ଅସହାୟ ଲୋକଙ୍କ ପ୍ରତି ଏଭଳି ନିଷ୍ଠୁର ମନୋଭାବ ପୋଷଣ କରିବା ନିଶ୍ଚିତ ଭାବରେ ମାନବିକତାର ପରିଚୟ ନୁହେଁ । ଯଦି ବୃଦ୍ଧାଙ୍କ ଜାଗାରେ ଯଦି ସମ୍ପୃକ୍ତ ଗାର୍ଡଙ୍କ ପରିବାରର କେହି ଲୋକ ଥାନ୍ତେ ତେବେ କଣ ସେ ସେମିତି ବ୍ୟବହାର କରିଥାନ୍ତେ? ଭାବିବାର କଥା ନିଶ୍ଚୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.